Advertisment

ଆସାମରେ ବନ୍ୟାର ତାଣ୍ଡବ , ୩ ମୃତ

ଦିଶପୁର: କିଏ ଖରାରେ ସିଝୁଛି, ତ ଆଉ କିଏ ବନ୍ୟାରେ ଉବୁଟୁବୁ। ଆସାମରେ ଏବେ ବନ୍ୟାର ତାଣ୍ଡବ। ଚାରିଆଡ଼େ କେବଳ ପାଣି ଆଉ ପାଣି । ଆସାମର ୬ଟି ଜିଲ୍ଲାର ପ୍ରାୟ ୨୫ ହଜାର ଲୋକ ବନ୍ୟା ଘେରରେ ରହିଛନ୍ତି । କେବଳ ସେତି ନୁହେଁ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି।  ବନ୍ୟା ଏବଂ ପ୍ରବଳ ବର୍ଷାରେ ହୋଇଥିବା ଭୂସ୍ଖଳନ ଯୋଗୁଁ ଦିମା ହାସାଓ ଜିଲ୍ଲା ହାଫଲଙ୍ଗ ଅଞ୍ଚଳର ୩ ଜଣଙ୍କ ମୃତ୍ୟୁ […]

ଆସାମରେ ବନ୍ୟାର ତାଣ୍ଡବ , ୩ ମୃତ

tio

Advertisment

ଦିଶପୁର: କିଏ ଖରାରେ ସିଝୁଛି, ତ ଆଉ କିଏ ବନ୍ୟାରେ ଉବୁଟୁବୁ। ଆସାମରେ ଏବେ ବନ୍ୟାର ତାଣ୍ଡବ। ଚାରିଆଡ଼େ କେବଳ ପାଣି ଆଉ ପାଣି । ଆସାମର ୬ଟି ଜିଲ୍ଲାର ପ୍ରାୟ ୨୫ ହଜାର ଲୋକ ବନ୍ୟା ଘେରରେ ରହିଛନ୍ତି । କେବଳ ସେତି ନୁହେଁ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି।  ବନ୍ୟା ଏବଂ ପ୍ରବଳ ବର୍ଷାରେ ହୋଇଥିବା ଭୂସ୍ଖଳନ ଯୋଗୁଁ ଦିମା ହାସାଓ ଜିଲ୍ଲା ହାଫଲଙ୍ଗ ଅଞ୍ଚଳର ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ଆସାମ ଓ ପଡୋଶୀ ରାଜ୍ୟ ମେଘାଳୟ, ଅରୁଣାଚଳ ପ୍ରଦେଶରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀନାଳର ଜଳସ୍ତର ବଢିଛି । ଆସାମର କୋପିଲି ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ପାଣିଘେରରେ ଥବା ଲୋଙ୍କ ପାଇଁ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟର ବ୍ୟବସ୍ଥା କରାଯାଇଥିବା ବେଳେ ପାରା-ମିଲିଟାଲ ଫୋର୍ସ, ଏସଡିଆରଏଫ ଟିମ୍ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିଛି। ବନ୍ୟା ଯୋଗୁଁ ହୋଜାଇ, ଲଖୀମପୁର, ନାଗାଓଁ ଜିଲ୍ଲାରେ ବହୁ ରାସ୍ତାଘାଟ, ବ୍ରିଜ ଓ କେନାଲ ଧୋଇଯାଇଛି।

Advertisment

ଲଗାଣ ବର୍ଷା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ରେଳପଥ ଏବଂ ସଡ଼କପଥ ସଂଯୋଗ ବିଚ୍ଛିନ୍ନ ହୋଇଛି। ଏହା ସହ ଅନେକ ସ୍ଥାନରେ ବନ୍ୟା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କହିଛି ଯେ ନୂତନ କୁଞ୍ଜଙ୍ଗ, ଫିଆଙ୍ଗପୁଇ, ମୌଲହୋଇ, ନାମଜୁରଙ୍ଗ, ଦକ୍ଷିଣ ବାଗେତାର, ମହାଦେବ ଟିଲା, କାଲିବାଡୀ, ଉତ୍ତର ବାଗେତାର, ସିୟୋନ ଏବଂ ଲୋଦି ପଙ୍ଗମାଲ ଗ୍ରାମରେ ଭୂସ୍ଖଳନ ଘଟିଛି। ଏଠାରେ ପ୍ରାୟ ୮୦ ଟି ଘର ଭୂସ୍ଖଳନ ପାଇଁ ପ୍ରଭାବିତ ହୋଇଛି।

ଭୂସ୍ଖଳନ ହେତୁ ଜଟିଙ୍ଗା-ହରଙ୍ଗାଜାଓ ଏବଂ ମାହୁର-ଫାଇଡିଙ୍ଗରେ ରେଳପଥ ନଷ୍ଟ ହୋଇଛି। ଆସାମର ପାଞ୍ଚଟି ଜିଲ୍ଲାରେ ବନ୍ୟା ଯୋଗୁଁ ପ୍ରାୟ ୨୫,୦୦୦ ଲୋକ ପ୍ରଭାବିତ ହୋଇଛନ୍ତି। ସବୁଠାରୁ ଅଧିକ ପ୍ରଭାବିତ ହୋଇଛି କଛାର ଅଞ୍ଚଳ, ଯେଉଁଠି ୨୧,୦୦୦ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଏହା ପରେ କାର୍ବି ଅଙ୍ଗ୍ଲୋଙ୍ଗ ପଶ୍ଚିମରେ ପାଖାପାଖି ୨,୦୦୦ ଲୋକ ପ୍ରଭାବିତ ହୋଇଥିବା ବେଳେ ଧମାଜୀରେ ୬୦୦ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଏହି ଦୁଇଟି ଜିଲ୍ଲାରେ ସ୍ଥାପିତ ମୋଟ ଦଶଟି ରିଲିଫ୍ କ୍ୟାମ୍ପରେ ଅତି କମରେ ୨୨୭ ଜଣ ଲୋକ ଆଶ୍ରୟ ନେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe