Advertisment

ଆତଙ୍କବାଦୀ ଲିଙ୍କ  ଅଭିଯୋଗ, ଭଙ୍ଗାଗଲା ମଦ୍ରାସା

ଗୌହାଟି: ମହଙ୍ଗା ପଡ଼ିଲା ଆତଙ୍କବାଦୀ ଲିଙ୍କ। ଆତଙ୍କବାଦୀ ଲିଙ୍କ ଅଭିଯୋଗରେ ଆସାମର ବୋଙ୍ଗାଇ ଗାଁରେ ଥିବା ଏକ ମଦ୍ରାସାକୁ ଭଙ୍ଗାଯାଇଛି।  ଆତଙ୍କବାଦୀ ସଙ୍ଗଠନ ଆଲକାଇଦା  ସହ ସମ୍ପର୍କ ଥିବା ଅଭିଯୋଗରେ ପୂର୍ବରୁ ୫ ଜଣଙ୍କୁ ପୁଲିସ ଗିରଫ କରିଛି। ଏହି ଅଭିଯୁକ୍ତମାନେ ବାଂଲାଦେଶ ବିଚ୍ଛନ୍ନତାବାଦୀ ସଙ୍ଗଠନ ଆଲକାଇଦା ସହ ସମ୍ପର୍କ ରହିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆସିବା ପରେ ମଦ୍ରାସା କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି। ଉକ୍ତ ମାଦ୍ରାସାକୁ ଗତକକାଲି ରାତିରେ ଭଙ୍ଗା ଆରମ୍ଭ […]

author-image
Tapas Behera
ଆତଙ୍କବାଦୀ ଲିଙ୍କ  ଅଭିଯୋଗ, ଭଙ୍ଗାଗଲା ମଦ୍ରାସା

70

ଗୌହାଟି: ମହଙ୍ଗା ପଡ଼ିଲା ଆତଙ୍କବାଦୀ ଲିଙ୍କ। ଆତଙ୍କବାଦୀ ଲିଙ୍କ ଅଭିଯୋଗରେ ଆସାମର ବୋଙ୍ଗାଇ ଗାଁରେ ଥିବା ଏକ ମଦ୍ରାସାକୁ ଭଙ୍ଗାଯାଇଛି।  ଆତଙ୍କବାଦୀ ସଙ୍ଗଠନ ଆଲକାଇଦା  ସହ ସମ୍ପର୍କ ଥିବା ଅଭିଯୋଗରେ ପୂର୍ବରୁ ୫ ଜଣଙ୍କୁ ପୁଲିସ ଗିରଫ କରିଛି। ଏହି ଅଭିଯୁକ୍ତମାନେ ବାଂଲାଦେଶ ବିଚ୍ଛନ୍ନତାବାଦୀ ସଙ୍ଗଠନ ଆଲକାଇଦା ସହ ସମ୍ପର୍କ ରହିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆସିବା ପରେ ମଦ୍ରାସା କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି। ଉକ୍ତ ମାଦ୍ରାସାକୁ ଗତକକାଲି ରାତିରେ ଭଙ୍ଗା ଆରମ୍ଭ ହୋଇଛି। ଏଥିରେ ସ୍ଥାନୀୟ ଲୋକେ ମଧ୍ୟ ସହଯୋଗ କରିଛନ୍ତି ।

Advertisment

ଏସପି ସ୍ୱପ୍ନାନିଲ ଡେକା କହିଛନ୍ତି ଯେ, ଉକ୍ତ ମାଦ୍ରାସାର ନିର୍ମାଣ ଶୈଳୀରେ ତ୍ରୁଟି ଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଥିଲା। ଏହି ମାଦ୍ରାସାଟି ଏପିଡବ୍ଲ୍ୟୁ ନିୟମ ଅନୁଯାୟୀ ତିଆରି ହୋଇ ନଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିପଦ ସାଜି ଥିଲା। ଗତକାଲି ଗୋଲପାରା ଜିଲ୍ଲା ପୁଲିସ ପ୍ରଶାସନ ଆତଙ୍କବାଦୀ ଲିଙ୍କ ଅଭିଯୋଗରେ ଏହି ମାଦ୍ରାସାରା ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲା। ଏହା ପରେ ଜିଲ୍ଲା ପ୍ରଶସନ ଉକ୍ତ ମାଦ୍ରାସାକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲା।