ବେଙ୍ଗଲ ଓ ଆସାମ ପାଇଁ ଭୋଟିଂ ଆରମ୍ଭ, ମୋଦି କଲେ ଏମିତି ଟ୍ୱିଟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ଆଜି ସକାଳୁ ଆରମ୍ଭ ହୋଇଛି। ସକାଳ ୭ଟାରୁ ଲୋକମାନେ ଧାଡ଼ିରେ ଆସି ମତଦାନ କରିବାରେ ଲାଗିଛନ୍ତି। ପ୍ରଥମ ପର୍ଯ୍ୟାୟରେ ବେଙ୍ଗଲର ୩୦ଟି ଆସନ ଓ ଆସାମର ୪୭ଟି ଆସନ ପାଇଁ ଆଜି ଭୋଟିଂ ହେଉଛି। ବେଙ୍ଗଲରେ ସକାଳୁ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସନ୍ଧ୍ୟା ୬.୩୦ ଯାଏ ଚାଲିବ। ସାଧାରଣ ଲୋକମାନେ ସକାଳ ୭ଟାରୁ ୫ଟା ଯାଏ ଭୋଟ ଦେବେ। ଏହାପରେ କରୋନା ଲକ୍ଷଣ ଥିବା ଭୋଟରଙ୍କୁ […]

Election

Election

Hemant Lenka
  • Published: Saturday, 27 March 2021
  • Updated: 27 March 2021, 08:05 AM IST

Sports

Latest News

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ଆଜି ସକାଳୁ ଆରମ୍ଭ ହୋଇଛି। ସକାଳ ୭ଟାରୁ ଲୋକମାନେ ଧାଡ଼ିରେ ଆସି ମତଦାନ କରିବାରେ ଲାଗିଛନ୍ତି। ପ୍ରଥମ ପର୍ଯ୍ୟାୟରେ ବେଙ୍ଗଲର ୩୦ଟି ଆସନ ଓ ଆସାମର ୪୭ଟି ଆସନ ପାଇଁ ଆଜି ଭୋଟିଂ ହେଉଛି।

ବେଙ୍ଗଲରେ ସକାଳୁ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସନ୍ଧ୍ୟା ୬.୩୦ ଯାଏ ଚାଲିବ। ସାଧାରଣ ଲୋକମାନେ ସକାଳ ୭ଟାରୁ ୫ଟା ଯାଏ ଭୋଟ ଦେବେ। ଏହାପରେ କରୋନା ଲକ୍ଷଣ ଥିବା ଭୋଟରଙ୍କୁ ମତାଧିକାର ସାବ୍ୟସ୍ତ କରିବାକୁ ୬.୩୦ ଯାଏ ସୁଯୋଗ ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଦୁଇ ରାଜ୍ୟର ଭୋଟରଙ୍କୁ ମତାଧିକାର ସାବ୍ୟସ୍ତ କରିବାକୁ ଆହ୍ୱାନ ଦେଇଛନ୍ତି। ଅଧିକରୁ ଅଧିକ ସଂଖ୍ୟକ ଲୋକ ନିଜର ମତାଧିକାର ସାବ୍ୟସ୍ତ କରନ୍ତୁ ବୋଲି ସେ କହିଛନ୍ତି।


ଆଜି ଭୋଟିଂ ହେଉଥିବା ବେଙ୍ଗଲର ୩୦ଟି ଆସନରେ ପ୍ରାୟ ୧୯୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୭୩ ଲକ୍ଷ ଭୋଟର୍‌ ଏମାନଙ୍କ ଭାଗ୍ୟକୁ ଇଭିଏମ୍‌ରେ ସିଲ୍‌ କରିବେ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ଆଦିବାସୀ ବହୁଳ ୫ଟି ଜିଲ୍ଲାର ୩୦ଟି ଆସନରେ ଭୋଟିଂ ହେଉଛି। ଏହି ଅଞ୍ଚଳ ଜଙ୍ଗଲ ମହଲ ଭାବେ ପରିଚିତ।

ପୁରୁଲିଆ, ବାଙ୍କୁରା, ପୂର୍ବ ଓ ପଶ୍ଚିମ ମେଦିନିପୁର ଏବଂ ଝରଗ୍ରାମ ଜିଲ୍ଲା ଏହି ଜଙ୍ଗଲ ମହଲ ଅଞ୍ଚଳ ମଧ୍ୟରେ ରହିଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଲୋକମାନେ ଧାଡ଼ିରେ ଆସି ନିଜ ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି। ସମସ୍ତଙ୍କୁ କରୋନା କଟକଣା ମାନିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। କରୋନା ସଂକ୍ରମଣ ପାଇଁ ପୁଲିଂ ବୁଥ ସଂଖ୍ୟାକୁ ବୃଦ୍ଧି କରାଯାଇଛି।

୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଏଠାରେ ବାଜିମାତ କରିଥିଲା। ତେବେ ୨୦୧୬ ବିଧାନସଭା ନିର୍ବାଚନରେ କ୍ଷମତାସୀନ ଟିଏମସି ୩୦ଟିରୁ ୨୭ଟି, କଂଗ୍ରେସ ୨ଟି ଓ ବାମଦଳ ପାଖକୁ ଗୋଟିଏ ଆସନ ଯାଇଥିଲା। ବିଜେପି ଏଠାରେ ଖାତା ଖୋଲି ପାରି ନଥିଲା। କିନ୍ତୁ ୨୦୧୯ ଲୋକସଭା ନିର୍ବାଚନରେ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲା। ଜଙ୍ଗଲ ମହଲର ସମସ୍ତ ୫ଟି ଯାକ ଲୋକସଭା ଆସନ ବିଜେପି ଖାତାକୁ ଯାଇଥିଲା।

ଅନ୍ୟପକ୍ଷରେ ଆଜି ଆସାମ ବିଧାନସଭାର ୧୨୬ଟି ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୪୭ଟି ସ୍ଥାନରେ ଭୋଟିଂ ଆରମ୍ଭ ହୋଇଛି। ସକାଳ ୮ଟାରୁ ଭୋଟିଂ ଆରମ୍ଭ ହୋଇଛି। ଏହା ସନ୍ଧ୍ୟା ୬ଟା ଯାଏ ଚାଲିବ। ଏହି ପର୍ଯ୍ୟାୟରେ ୨୬୪ ଜଣଙ୍କ ପ୍ରାର୍ଥୀଙ୍କ ଭାଗ୍ୟକୁ ପ୍ରାୟ ୮୧ ଲକ୍ଷ ଭୋଟର ଇଭିଏମରେ ସିଲ କରିବେ। ମତାଦାନ ପାଇଁ ସମୟ ସକାଳ ୮ଟା ଧାର୍ଯ୍ୟ କରାଯାଇଥିଲେ ହେଁ ବିଭିନ୍ନ ବୁଥରେ ଲୋକମାନେ ବହୁ ପୂର୍ବରୁ ଆସି ଧାଡ଼ି ବାନ୍ଧିବା ଆରମ୍ଭ କରିଥିଲେ। ୧୨ଟି ଜିଲ୍ଲାର ୪୭ଟି ଆସନରେ ଆଜି ଲୋକମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି।

ଏହି ସବୁ ଆସନ ବିଜେପିର ଗଡ଼ ଭାବେ ପରିଚିତ। ୨୦୧୬ରେ ଦଳ ୪୭ଟି ଆସନରୁ ଏକାକୀ ୨୭ଟିରେ ବାଜିମାତ କରିଥିଲା। ସେହିପରି କଂଗ୍ରେସ ୯ଟି, ଏଜିପି ୮ଟି, ଏୟୁଡିଏଫ ୨ଟି ଓ ଅନ୍ୟାନ୍ୟ ଦଳ ଗୋଟିଏ ଆସନ ଜିତିଥିଲେ। ୨୦୧୯ ଲୋକସଭା ନିର୍ବାଚନ ବେଳେ ମଧ୍ୟ ବିଜେପି ୪୭ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀରେ ନିଜର ଜଲୱା ଦେଖାଇଥିଲା।


ଆସମରେ ବିଜେପି କ୍ଷମତାରେ ରହିଛି। ପୁଣିଥରେ ଦଳ ଶାସନ ଗାଦିକୁ ଫେରିବ ବୋଲି ଲକ୍ଷ୍ୟ ରଖିଛି। ଏଥିପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଦଳ ମାରାଥନ ପ୍ରଚାର କରି ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଛି।

ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଭାଗ୍ୟ ପରୀକ୍ଷା ହେଉଛି। ସେହିପରି କଂଗ୍ରେସର ରାଜ୍ୟ ମୁଖ୍ୟ ରିପୁନ ଭୋରା ଓ ବାଚସ୍ପତି ହିତେନ୍ଦ୍ରନାଥ ଗୋସ୍ୱାମୀଙ୍କ ଭାଗ୍ୟ ମଧ୍ୟ ଆଜି ଇଭିଏମରେ ସିଲ ହେବ। ସୋନୱାଲ ମଜୁଲି ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଏଠାରେ ତାଙ୍କର ଲଢ଼େଇ କଂଗ୍ରେସର ରାଜୀବଲୋଚନ ପେଗୁଙ୍କ ସହ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos