Advertisment

ବିଧାନସଭା ନିର୍ବାଚନ: ପ୍ରଚାର ଓ ରୋଡ୍‌ ଶୋ' ଉପରେ ଲାଗିଲା ନୂଆ କଟକଣା

ନୂଆଦିଲ୍ଲୀ: ପାଖେଇ ଆସୁଛି ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ। ଚଳିତ ମାସରେ ଏହି ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଏହା ପୂର୍ବରୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ପୂର୍ବରୁ ରୋଡ ଶୋ, ପଦଯାତ୍ରା, ରାଲି ଉପରେ ଲଗାଇଥିବା କଟକଣା ଅବଧିକୁ ବୃଦ୍ଧି କରିଛନ୍ତି। ଅନ୍ୟପଟେ ରାଜନୈତିକ ସଭା ଉପରେ ପୂର୍ବରୁ ଲାଗିଥିବା କଟକଣା କୋହଳ କରିଛନ୍ତି ନିର୍ବାଚନ ଆୟୋଗ। ନିର୍ବାଚନ ଆୟୋଗ କହିଛନ୍ତି କି ବନ୍ଦ ସଭା ଗୃହରେ ହେଉଥିବା ସଭାରେ […]

ବିଧାନସଭା ନିର୍ବାଚନ: ପ୍ରଚାର ଓ ରୋଡ୍‌ ଶୋ' ଉପରେ ଲାଗିଲା ନୂଆ କଟକଣା

elecation

Advertisment

ନୂଆଦିଲ୍ଲୀ: ପାଖେଇ ଆସୁଛି ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ। ଚଳିତ ମାସରେ ଏହି ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଏହା ପୂର୍ବରୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ପୂର୍ବରୁ ରୋଡ ଶୋ, ପଦଯାତ୍ରା, ରାଲି ଉପରେ ଲଗାଇଥିବା କଟକଣା ଅବଧିକୁ ବୃଦ୍ଧି କରିଛନ୍ତି। ଅନ୍ୟପଟେ ରାଜନୈତିକ ସଭା ଉପରେ ପୂର୍ବରୁ ଲାଗିଥିବା କଟକଣା କୋହଳ କରିଛନ୍ତି ନିର୍ବାଚନ ଆୟୋଗ।

Advertisment

ନିର୍ବାଚନ ଆୟୋଗ କହିଛନ୍ତି କି ବନ୍ଦ ସଭା ଗୃହରେ ହେଉଥିବା ସଭାରେ ୫୦ ପ୍ରତିଶତ ଲୋକ ଯୋଗ ଦେଇପାରିବେ ଓ ଖୋଲା ପଡିଆରେ କ୍ଷମତା ତୁଳନାରେ ୩୦ ପ୍ରତିଶତ ଲୋକ ଉପସ୍ଥିତ ରହିପାରିବେ। ଅନ୍ୟପଟେ ଘରକୁ ଘର ଯାଇ ନିର୍ବାଚନ ପ୍ରଚାର କରିବା ବେଳେ ପ୍ରାର୍ଥୀ ନିଜ ସହିତ ସର୍ବାଧିକ ୨୦ ଜଣ ଲୋକଙ୍କୁ ସାଥିରେ ନେଇପାରିବେ। ପୂର୍ବଭଳି ଏହି କଟକଣା ଲାଗୁ ରହିବ। ସେହିପରି ସକାଳ ୮ ଟାରୁ ରାତି ୮ ମଧ୍ୟରେ ପ୍ରଚାର ସାରିବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।

ଚଳିତମାସ ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ଗୋଆ, ମଣିପୁର ଏବଂ ପଞ୍ଜାବ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ପ୍ରଚାର ମଇଦାନ ଉଠୁଛୁ ପଡୁଛି। ସବୁ ଦଳର ନେତାମାନେ ଆରମ୍ଭ କରିଦେଇଛନ୍ତି ଜୋରସୋରେ ପ୍ରଚାର। ଭେଟରଙ୍କୁ ଆକୃଷ୍ଟ କରିବା ପାଇଁ ଘର ଘର ବୁଲି ନେତାଙ୍କ ପ୍ରଚାର ଚାଲିଛି। ସେପଟେ ଅନେକ ରାଜ୍ୟରେ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ମଧ୍ୟ ଶେଷ ହୋଇସାରିଲାଣି। ଏଥର କିଏ ମାରିବ ବାଜି ତାହା ଉପରେ ସମସ୍ତ ନଜର ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe