Advertisment

ଆମେରିକାରେ ପୁଣି ଚାଲିଲା ଗୁଳି, ୩ ଜଣଙ୍କ ଜୀବନ ଗଲା

ୱାଶିଂଟନ: ଆମେରିକାରେ ଗୁଳିମାଡ଼ ଘଟଣା ଥମିବାର ନାଁ ଧରୁନି। ଏହିକ୍ରମରେ ନର୍ଦନ ମ୍ୟାରୀଲାଣ୍ଡରେ ଥିବା ଗୋଟିଏ ଫ୍ୟାକ୍ଟ୍ରୀରେ ଜଣେ ବନ୍ଧୁକଧାରୀ ଆଖିବୁଜା ଗୁଳିମାଡ଼ କରିଛି। ଏଥିରେ ୩ ଜଣଙ୍କ ଜୀବନ ଯାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁଳିମାଡ଼ କରିଥିବା ବ୍ୟକ୍ତିର ପରିଚୟ ପୁଲିସ୍ ସାର୍ବଜନୀନ କରିନି। ତେବେ ଘଟଣା ପରେ ବନ୍ଧୁକଧାରୀ ଓ ଫ୍ୟାକ୍ଟ୍ରୀର ଜଣେ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଉଭୟ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି […]

ଆମେରିକାରେ ପୁଣି ଚାଲିଲା ଗୁଳି, ୩ ଜଣଙ୍କ ଜୀବନ ଗଲା

Shooting

Advertisment

ୱାଶିଂଟନ: ଆମେରିକାରେ ଗୁଳିମାଡ଼ ଘଟଣା ଥମିବାର ନାଁ ଧରୁନି। ଏହିକ୍ରମରେ ନର୍ଦନ ମ୍ୟାରୀଲାଣ୍ଡରେ ଥିବା ଗୋଟିଏ ଫ୍ୟାକ୍ଟ୍ରୀରେ ଜଣେ ବନ୍ଧୁକଧାରୀ ଆଖିବୁଜା ଗୁଳିମାଡ଼ କରିଛି। ଏଥିରେ ୩ ଜଣଙ୍କ ଜୀବନ ଯାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁଳିମାଡ଼ କରିଥିବା ବ୍ୟକ୍ତିର ପରିଚୟ ପୁଲିସ୍ ସାର୍ବଜନୀନ କରିନି। ତେବେ ଘଟଣା ପରେ ବନ୍ଧୁକଧାରୀ ଓ ଫ୍ୟାକ୍ଟ୍ରୀର ଜଣେ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଉଭୟ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଏବେ ସାଧାରଣ ଲୋକଙ୍କ ପ୍ରତି ବିପଦ ନଥିବା ସ୍ଥାନୀୟ ଅଧିକାରୀମାନେ କହିଛନ୍ତି। ତେବେ ସେମାନେ ଆକ୍ରମଣ ପଛର କାରଣ ସମ୍ପର୍କରେ ମୁହଁ ଖୋଲି ନାହାନ୍ତି। ମ୍ୟାରୀଲାଣ୍ଡ ଗଭର୍ଣ୍ଣର ଲାରୀ ହୋଗାନ କହିଛନ୍ତି, “ଗୁଳିମାଡ଼ ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ବନ୍ଧୁକଧାରୀର ଗୁଳିମାଡ଼ରେ ଫ୍ୟାକ୍ଟ୍ରୀର ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ସେହିପରି ଉକ୍ତ ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ବନ୍ଧୁକଧାରୀ ଜଣକ ମଧ୍ୟ ଆହତ ହୋଇଛି।”

ଗୁଳିମାଡ଼ ହୋଇଥିବା ଫ୍ୟାକ୍ଟ୍ରୀ କର୍ତ୍ତୃପକ୍ଷ ତଦନ୍ତରେ ସବୁ ପ୍ରକାରର ସହଯୋଗ କରୁଛନ୍ତି। କିନ୍ତୁ ସେମାନେ ଘଟଣା ବେଳେ କେତେ କର୍ମଚାରୀ କାମ କରୁଥିଲେ, ସେ ବିଷୟରେ ସୂଚନା ଦେଇ ନାହାନ୍ତି। ଫ୍ୟାକ୍ଟ୍ରୀରେ କନର୍ସଟ ପାଇଁ ଆବଶ୍ୟକ ଜିନିଷ ଉତ୍ପାଦନ ହୋଇଥାଏ ଓ ପ୍ରାୟ ୧୦୦ଟି ଦେଶକୁ ଏହା ରପ୍ତାନୀ କରାଯାଏ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe