Advertisment

ଆଉ ଏକ କାର ଚୋରି ପଛରେ ସଚିନ ବାଜେଙ୍କ ସଂପୃକ୍ତି !

ମୁମ୍ୱାଇ: ‘ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ’ ପରି ମହାରାଷ୍ଟ୍ରରେ ସଚିନ ବାଜେ ମାମଲାରେ ଏନଆଇଏ ତଦନ୍ତ କରି ଗୋଟିଏ ପରେ ଗୋଟିଏ ଖୁଲାସା କରୁଛି। ଆଉ ନିଲମ୍ୱିତ ଏପିଆଇ ସଚିନ ବାଜେ କେତେ ଅପରାଧିକ ମାମଲା ସହିତ ଜଡ଼ିତ ଅଛନ୍ତି ତାହା ଦେଖିବାକୁ ମିଳିଛି। ଗତକାଲି ଏନଆଇଏ ମନସୁଖ ହିରେନ ମୃତ୍ୟୁ ମାମଲାର ତଦନ୍ତ କରିବାକୁ ଯାଇ ମିଠି ନଦୀରୁ କିଛି ଇଲେକ୍ଟ୍ରୋନିକ୍ସ ଉପକରଣ (ଲାପଟପ, କମ୍ପ୍ୟୁଟର, ସିସିଟିଭି, ଡିଭିଡି) ଓ ଗାଡ଼ି ନମ୍ୱର ପ୍ଲେଟ […]

ଅଦ୍ୟତନ ହୋଇଛି
ଆଉ ଏକ କାର ଚୋରି ପଛରେ ସଚିନ ବାଜେଙ୍କ ସଂପୃକ୍ତି !

sachin vaze on another car theft case

Advertisment

ମୁମ୍ୱାଇ: 'ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ' ପରି ମହାରାଷ୍ଟ୍ରରେ ସଚିନ ବାଜେ ମାମଲାରେ ଏନଆଇଏ ତଦନ୍ତ କରି ଗୋଟିଏ ପରେ ଗୋଟିଏ ଖୁଲାସା କରୁଛି। ଆଉ ନିଲମ୍ୱିତ ଏପିଆଇ ସଚିନ ବାଜେ କେତେ ଅପରାଧିକ ମାମଲା ସହିତ ଜଡ଼ିତ ଅଛନ୍ତି ତାହା ଦେଖିବାକୁ ମିଳିଛି। ଗତକାଲି ଏନଆଇଏ ମନସୁଖ ହିରେନ ମୃତ୍ୟୁ ମାମଲାର ତଦନ୍ତ କରିବାକୁ ଯାଇ ମିଠି ନଦୀରୁ କିଛି ଇଲେକ୍ଟ୍ରୋନିକ୍ସ ଉପକରଣ (ଲାପଟପ, କମ୍ପ୍ୟୁଟର, ସିସିଟିଭି, ଡିଭିଡି) ଓ ଗାଡ଼ି ନମ୍ୱର ପ୍ଲେଟ ଉଦ୍ଧାର କରିଥିଲା।

Advertisment

ଏବେ ଉଦ୍ଧାର ହୋଇଥିବା ଗାଡି ନମ୍ୱରର ମାଲିକ ବିଜୟ ମଧୁକର ନାଡେ ସାମ୍ନାକୁ ଆସିଛନ୍ତି। ସେ ଔରାଙ୍ଗାବାଦର। ସୋଶିଆଲ ଓ୍ୱେଲଫେୟାର ଡିପାର୍ଟମେଣ୍ଟରେ କିରାଣୀ ଭାବରେ କାମ କରନ୍ତି। ନଭେମ୍ୱର ୧୬ରେ ତାଙ୍କର MH-20-FP-1539 ନମ୍ୱର ବିଶିଷ୍ଟ କାର ଔରଙ୍ଗାବାଦର ଉଦ୍ଧାଭରାଓ ପାଟିଲରୁ ଚୋରି ହୋଇଥିବା କହିଛନ୍ତି। ଏନେଇ ସେ ନଭେମ୍ୱର ୧୭ରେ ଥାନାରେ ଏତଲା ଦେଇଥିଲେ। ଆଉ ସେହି ଏତଲା କପିକୁ ବିଜୟ ଆଜି ଗଣମାଧ୍ୟମକୁ ଦେଖାଇଛନ୍ତି।

ଏତଲା ଦେବାର ତିନି ମାସ ପରେ ନିଜ କାର ବାବଦରେ କିଛି ଖବର ପାଇନଥିଲେ ବୋଲି ମଧୁକର ନାଡେ କହିଛନ୍ତି। ହେଲେ ଗତକାଲି ତାଙ୍କ ଗାଡ଼ି ନମ୍ୱର ପ୍ଲେଟ ଉଦ୍ଧାର ହୋଇଥିବା ଖବର ଟିଭିରୁ ଦେଖିବାକୁ ପାଇଥିଲେ ବୋଲି ସେ କହିଛନ୍ତି। ସବୁଠୁ ବଡ଼କଥା ହେଲା ମଧୁକର ନାଡେଙ୍କ କାରର ବୀମା ୨୦୨୩ ଯାଏ ରହିଛି। ଆଉ ସେହି ନମ୍ୱରଟିକୁ କଳାତାଲିକାଭୁକ୍ତ କରାଯାଇଛି ବୋଲି ଜଣାପଡ଼ିଛି। ଏବେ ସଚିନ ବାଜେ ଏହି ନମ୍ୱର ବାବଦରେ କେମିତି ସୂଚନା ପାଇଲେ? ମଧୁକର ନାଡେଙ୍କ କାର ଚୋରି ପଛରେ ସଚିନେ ବାଜେ କି ପ୍ରଶ୍ନ ଉଠିଛି। କାରଣ ମନସୁଖ ହିରେନଙ୍କ କାର ଚୋରି ପଛରେ ସଚିନ ବାଜେଙ୍କର ହାତଥିଲା ବୋଲି ଜଣାପଡ଼ିଛି। ଯେଉଁ କାର ମନସୁଖଙ୍କର ଚୋରି ହୋଇଥିଲା ତାହା ନଭେମ୍ୱରରୁ ଫେବୃଆରୀ ଅଧା ଯାଏ ସଚିନ ବାଜେ ଚଲାଉଥିଲେ। ପରେ ଷ୍ଟିଅରିଂ କାମ କରୁନି ବୋଲି ମନସୁଖଙ୍କୁ କାର ଫେରାଇ ଦେଇଥିଲେ। ହେଲେ ମନସୁଖଙ୍କ କାର ଚୋରିବେଳେ କାରର କୌଣସି ଡୋର କି କାଚ ଭଙ୍ଗାଯାଇନଥିଲା। ସାଧାରଣ ଚାବିରେ କାରଟିକୁ ଖୋଲାହୋଇ ମନସୁଖ ରଖିଥିବା ସ୍ଥାନରୁ ନିଆଯାଇଥିଲା ବୋଲି ଜଣାପଡ଼ିଛି। ଅର୍ଥାତ ମନସୁଖଙ୍କ କାର ଚଢ଼ିବା ବେଳେ ସଚିନ ବାଜେ ସେହି କାରର ଏକ ନକଲ ଚାବି ପାଖରେ ରଖିଥିଲେ। ଆଉ ସେହି ଚାବି ଜରିଆରେ ମନସୁଖଙ୍କ କାରକୁ ନେଇଥିଲେ। ପରେ ସେହି କାରରେ ସଚିନ ବାଜେ ଜିଲେଟିନ ରଖି ମୁକେଶ ଅମ୍ୱାନୀଙ୍କ ଘର ଆଗରେ ରଖିଥିଲେ ବୋଲି କୁହାଯାଉଛି।

Advertisment

ମୁକେଶ ଅମ୍ୱାନୀଙ୍କ ଘର ଆଗରୁ ଉଦ୍ଧାର ହୋଇଥିବା ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ସ୍କୋର୍ପିଓ ଗାଡ଼ିର ମାଲିକ ହେଉଛନ୍ତି ମନସୁଖ ହିରେନ। ଆଉ ମନସୁଖ ଏହି ମାମଲାରେ ଜେରାର ସମ୍ମୁଖୀନ ହେବାର କିଛି ଦିନପରେ ରହସ୍ୟଜନକ ଭାବରେ ତାଙ୍କର ମୃତ ଦେହ ଏକ ନଦୀରୁ ଉଦ୍ଧାର ହୋଇଥିଲା। ତାଙ୍କ ସ୍ତ୍ରୀ ବିମଳା ହିରେନ ଏନେଇ ସଚିନ ବାଜେଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଥିଲେ। ଏହାପରେ ବାଜେ ବିବାଦରେ ଫସିଯାଇଛନ୍ତି। ଏବେ ସେ ଏନଆଇଏ ହେପାଜତରେ ଏପ୍ରିଲ ୩ ଯାଏ ରହିବେ।

ଗତକାଲି ମିଠି ନଦୀରୁ ଉଦ୍ଧାର ହୋଇଥିବା ଇଲେକ୍ଟ୍ରୋନିକ୍ସ ଉପକରଣ ଗୁଡ଼ିକୁ ଏନଆଇଏ ସଚିନ ବାଜେଙ୍କୁ ଦେଖାଇଛି। ସେ ଏବଂ ତାଙ୍କ ସହଯୋଗୀ ରିଆଜ କାଜୀ (ନିଲମ୍ୱିତ ପୁଲିସ) ମିଶି ଏହିସବୁ ପ୍ରମାଣ ନଷ୍ଟ କରିଥିବା ଜଣାପଡ଼ିଛି।

Sachin Vaze
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe