Advertisment

କେମିତି ହେଲା ସାଇରସ୍‌ ମିସ୍ତ୍ରୀଙ୍କ ମୃତ୍ୟୁ? ପୋଷ୍ଟମର୍ଟମ ରିପୋର୍ଟରେ ଖୁଲାସା

ନୂଆଦିଲ୍ଲୀ: ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶିଳ୍ପପତି ସାଇରସ୍‌ ମିସ୍ତ୍ରୀଙ୍କ କିଭଳି ହେଲା ମୃତ୍ୟୁ? ପ୍ରାରମ୍ଭିକ ପୋଷ୍ଟମର୍ଟମ ରିପୋର୍ଟରୁ ତାଙ୍କ ମୃତ୍ୟୁର ଖୁଲାସା ହୋଇଛି। ଦୁର୍ଘଟଣାରେ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗରେ ଆଘାତ ଲାଗିବା ଏବଂ ଏକାଧିକ ହାଡ଼ ଭାଙ୍ଗିବା କାରଣରୁ ହୋଇଛି ଶିଳ୍ପପତି ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ। ସାମ୍ନାକୁ ଆସିଥିବା ତାଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଏହା ଜଣାପଡ଼ିଛି। ସାଇରସ୍‌ଙ୍କ ସାଙ୍ଗ ଜାହାଙ୍ଗୀରଙ୍କ କ୍ଷେତ୍ରରେ ମଧ୍ୟ ଏହା ସମାନ ଘଟଣା ଘଟିଛି। ତାଙ୍କ ଦେହରେ ମଧ୍ୟ ଗୁରୁତର ଆଘାତ […]

ଅଦ୍ୟତନ ହୋଇଛି
କେମିତି ହେଲା ସାଇରସ୍‌ ମିସ୍ତ୍ରୀଙ୍କ ମୃତ୍ୟୁ? ପୋଷ୍ଟମର୍ଟମ ରିପୋର୍ଟରେ ଖୁଲାସା

cyrus-mistry

Advertisment

ନୂଆଦିଲ୍ଲୀ: ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶିଳ୍ପପତି ସାଇରସ୍‌ ମିସ୍ତ୍ରୀଙ୍କ କିଭଳି ହେଲା ମୃତ୍ୟୁ? ପ୍ରାରମ୍ଭିକ ପୋଷ୍ଟମର୍ଟମ ରିପୋର୍ଟରୁ ତାଙ୍କ ମୃତ୍ୟୁର ଖୁଲାସା ହୋଇଛି। ଦୁର୍ଘଟଣାରେ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗରେ ଆଘାତ ଲାଗିବା ଏବଂ ଏକାଧିକ ହାଡ଼ ଭାଙ୍ଗିବା କାରଣରୁ ହୋଇଛି ଶିଳ୍ପପତି ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ। ସାମ୍ନାକୁ ଆସିଥିବା ତାଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଏହା ଜଣାପଡ଼ିଛି।

Advertisment

ସାଇରସ୍‌ଙ୍କ ସାଙ୍ଗ ଜାହାଙ୍ଗୀରଙ୍କ କ୍ଷେତ୍ରରେ ମଧ୍ୟ ଏହା ସମାନ ଘଟଣା ଘଟିଛି। ତାଙ୍କ ଦେହରେ ମଧ୍ୟ ଗୁରୁତର ଆଘାତ ଲାଗିବା ପରେ ମୃତ୍ୟୁ ହୋଇଛି। ମୁମ୍ବାଇ ଜେଜେ ହସ୍ପିଟାଲରେ ଉଭୟଙ୍କ ମୃତଦେହର ପୋଷ୍ଟମର୍ଟମ କରାଯାଇଛି। ଏହି ରିପୋର୍ଟ ଅନୁସାରେ ଗାଡ଼ିର ବେଗ ୧୩୦-୧୪୦ ଥିବାରୁ ଦୁର୍ଘଟଣା ପରେ ମୁଣ୍ଡର ଗଭୀର ଆଘାତ ଲାଗିଥିଲା। ମୁଣ୍ଡ, ଛାତି, ଜଙ୍ଘ, ବେକର ହାଡ଼ ଭାଙ୍ଗି ଯାଇଥିଲା। ମୁଣ୍ଡରେ ମାଡ଼ ପରେ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଦୁର୍ଘଟଣାର ଅଳ୍ପ ସମୟ ପରେ ହିଁ ସାଇରସ୍ ଓ ତାଙ୍କ ସାଙ୍ଗଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

ଆଜି ମୁମ୍ବାଇ ଓ୍ୱର୍ଲି ଶ୍ମଶାନରେ ସାଇରସ୍‌ଙ୍କ ଅନ୍ତିମ ସଂସ୍କାର କରାଯାଇଛି। ସେ ପାର୍ସି ହୋଇଥିଲେ ମଧ୍ୟ ହିନ୍ଦୁ ରୀତିନୀତି ଅନୁସାରେ ତାଙ୍କ ଅନ୍ତିମ ସଂସ୍କାର ସରିଛି। ଏହି ସମୟରେ ସାଇରସ୍‌ ମିସ୍ତ୍ରୀଙ୍କ ଶେଷ ଦର୍ଶନ ପାଇଁ ଶିଳ୍ପପତି ଅନିଲ ଅମ୍ବାନୀ ଏବଂ HDFC ଚେୟାରମ୍ୟାନ୍ ଦୀପକ ପାରେଖ ସେଠାରେ ଉପସ୍ଥିତ ଥିଲେ। ତାଙ୍କୁ ଅନ୍ତିମ ବିଦାୟ ଦେବାକୁ ଏନସିପି ନେତା ସୁପ୍ରିୟା ସୁଲେ ଏବଂ ମିଲିନ୍ଦ ଦେଓରା ମଧ୍ୟ ଆସିଥିଲେ। କେବଳ ସେତିକି ନୁହେଁ ଶିଳ୍ପପତି ରତନ ଟାଟା ଓ ତାଙ୍କ ସାବତ ମା' ସିମୋନ୍‌ ଟାଟା ମଧ୍ୟ ଏହି ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ।

Advertisment

https://twitter.com/ANI/status/1567015305574227969?s=20&t=1uRPXK7zEhDxH19H0MulZA

ସେହିପରି ସଂଧ୍ୟାରେ ପାର୍ସି ରୀତିନୀତିରେ ଜାହାଙ୍ଗୀର ପାଣ୍ଡୋଲେଙ୍କ ଅନ୍ତିମ ସଂସ୍କାର ହେବ। ରବିବାର ମୁମ୍ବାଇ-ଅହମ୍ମଦାବାଦ ରାସ୍ତାର ପାଲଘର ନିକଟରେ ଡିଭାଇଡରରେ ପିଟି ହୋଇଥିଲା ସାଇରସ୍‌ଙ୍କ ମର୍ସିଡିଜ୍ କାର୍। ଦୁର୍ଘଟଣା ପରେ ପଛ ସିଟ୍‌ରେ ବସିଥିବା ସାଇରସ୍ ଓ ଜାହାଙ୍ଗୀରଙ୍କ ମୃତ୍ୟୃ ହୋଇଥିଲା। ଉଭୟ ସିଟ୍ ବେଲ୍ଟ ପିନ୍ଧି ନଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe