Advertisment

ଭଗ୍ନସ୍ଥଳ ପାଖରେ କିଛି ଦିନ ଚଳପ୍ରଚଳ ନକରିବାକୁ ପରାମର୍ଶ ଦେଲେ ଡାକ୍ତର

ନୋଏଡା : ନୋଏଡାରେ ରବିବାର ପ୍ରାୟ ୧୦୦ ମିଟର ଉଚ୍ଚତା ବିଶିଷ୍ଟ ସୁପରଟେକ୍ ଟ୍ୱିନ ଟାୱାରକୁ ଭାଙ୍ଗିଦିଆଯାଇଛି। ଏହାର ଭଗ୍ନାଶଂ ଏବେ ମାଟିରେ ପଡ଼ିଥିବାରୁ ଏବଂ ଏହା ଭିତରୁ ଗ୍ୟାସ ନର୍ଗତ ହେଉଥିବାରୁ ଏହାର ଆଖପାଖ ଅଞ୍ଚଳବାସୀକୁ ସତର୍କ କରାଇଛନ୍ତି ଡାକ୍ତର।  ବିଶେଷ କରି ଆଜମା ରୋଗୀମାନଙ୍କୁ ଅଧିକ ସତର୍କ କରାଇଛନ୍ତି ଡାକ୍ତର। ଏହି ସ୍ଥାନ ପାଖରେ ଯାଆସ ନକରିବାକୁ କୁହାଯାଇଛି।  କିଛି ଦିନ ପର୍ଯ୍ୟନ୍ତ ଏହି ସ୍ଥାନଠାର ଦୂରେଇ ରହିବାକୁ  କୁହାଯାଇଛି। ୧୦୦ ମିଟର ଉଚ୍ଚ […]

ଭଗ୍ନସ୍ଥଳ ପାଖରେ କିଛି ଦିନ ଚଳପ୍ରଚଳ ନକରିବାକୁ ପରାମର୍ଶ ଦେଲେ ଡାକ୍ତର

tower

Advertisment

ନୋଏଡା : ନୋଏଡାରେ ରବିବାର ପ୍ରାୟ ୧୦୦ ମିଟର ଉଚ୍ଚତା ବିଶିଷ୍ଟ ସୁପରଟେକ୍ ଟ୍ୱିନ ଟାୱାରକୁ ଭାଙ୍ଗିଦିଆଯାଇଛି। ଏହାର ଭଗ୍ନାଶଂ ଏବେ ମାଟିରେ ପଡ଼ିଥିବାରୁ ଏବଂ ଏହା ଭିତରୁ ଗ୍ୟାସ ନର୍ଗତ ହେଉଥିବାରୁ ଏହାର ଆଖପାଖ ଅଞ୍ଚଳବାସୀକୁ ସତର୍କ କରାଇଛନ୍ତି ଡାକ୍ତର।  ବିଶେଷ କରି ଆଜମା ରୋଗୀମାନଙ୍କୁ ଅଧିକ ସତର୍କ କରାଇଛନ୍ତି ଡାକ୍ତର। ଏହି ସ୍ଥାନ ପାଖରେ ଯାଆସ ନକରିବାକୁ କୁହାଯାଇଛି।  କିଛି ଦିନ ପର୍ଯ୍ୟନ୍ତ ଏହି ସ୍ଥାନଠାର ଦୂରେଇ ରହିବାକୁ  କୁହାଯାଇଛି। ୧୦୦ ମିଟର ଉଚ୍ଚ ବିଶିଷ୍ଟ ଟାୱାରକୁ ବିସ୍ଫୋରକ ଲଗାଇ ଭଙ୍ଗାଯାଇଥିବା ବେଳେ ଳପ୍ରାୟ  ୮୦,୦୦୦ ଟନ୍‌ର ବର୍ଯ୍ୟବସ୍ତୁ ବାହାରିଛି। ଆଜି ଏହି ବିଶାଳ କୋଠାକୁ ଭଙ୍ଗାଯିବା ବେଳେ ବାୟୁମଣ୍ଡଳରେ ବ୍ୟାପକ ଆକାରେରେ ବହଳିଆ ଆକାରର ଧୂଳି ଧୂଆଁ ବ୍ୟାପି ଯାଇଥିଲା। ଏହି ଧୂଳି କଣିକା ୫ମାଇକ୍ରନ୍ କିମ୍ବା ତା’ଠାରୁ କମ୍ ।

Advertisment

ଏହାର ପ୍ରଭାବ ବାୟୁମଣ୍ଡଲରେ ଏବେ କିଛି ଦିନ ଜମି ରହିପାରେ। ଫଳରେ ଏଥିରୁ ସୃଷ୍ଟି ବ୍ୟାପକ ଧୂଳି ପ୍ରଦୂଷଣ ଆଖି, ନାକ ଏବଂ ଚର୍ମ ପରେ ପ୍ରଭାବ ପକାଇପାରେ ।ସେହିପରି କାଶ, ଛିଙ୍କ, ନିଶ୍ୱାସ ନେବାରେ ଅସୁବିଧା, ଫୁସଫୁସ ସଂକ୍ରମଣ, ନାକ ଜନିତ ସମସ୍ୟା ଏବଂ ହୃଦଘାତ ଜନିତ ସମସ୍ୟା ଉପୁଜିପାରା।  ସେହିପରି ଏହି ଅଞ୍ଚଳରେ ଏବଂ ଏହାର ଆଖପାଖରେ ରହୁଥିବା ଲୋକମାନେ ବାୟୁ ଗୁଣବତ୍ତା ଉପରେ ନଜର ରଖିବା ଉଚିତ।  କେବଳ ଆବଶ୍ୟକସ୍ଥଳେ  ବାହାରକୁ ବାହାରିବା ଉଚିତ। ଉକ୍ତ ଏରିଆରେ  ନିୟମିତ ବ୍ୟବଧାନରେ ଜଳ ଛିଞ୍ଚିବାକୁ ସ୍ୱାସ୍ଥ୍ୟ ବିଜ୍ଞାନୀମାନେ ପରାମର୍ଶ ଦେଇଛନ୍ତି। ବର୍ଜ୍ୟବସ୍ତୁ ସଫା ନହେବା ପର୍ଯ୍ୟନ୍ତ ବାୟୁ ପ୍ରଦୂଷଣ ସମସ୍ୟା ଲାଗି ରହିବ ଏବଂ ଏହା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବ ବୋଲି ଡାକ୍ତରମାନେ କହିଛନ୍ତି।

ନୋଏଡାର ସେକ୍ଟର ୯୩ଏରେ ଅବସ୍ଥିତ ଏହି ସୁପରଟେକ୍ ଟ୍ୱିନ୍ ଟାୱାର୍ସକୁ ୩୭୦୦କିଲୋଗ୍ରାମ ବିସ୍ଫୋରକ ବ୍ୟବହାର କରି ଭାଙ୍ଗି ଦିଆଯାଇଛି। ଏହି ବିଶାଳ ଅଟ୍ଟାଳିକା ମାଟିରେ ମିଶିବା ସମୟରେ ସେହି ଅଞ୍ଚଳରେ ବହୁମାତ୍ରାରେ ଧୂଳି ଉଡ଼ିବାର ସମ୍ଭବନା ଥିବାରୁ ତାହାକୁ ନିୟନ୍ତ୍ରଣ କରିବା ଏବଂ ତାହାର ପ୍ରଭାବ ଯେଭଳି କମ୍ ବ୍ୟାପିବ ସେଥିପାଇଁ ସଫେଇ ମେସିନ, ଆଣ୍ଟି ସ୍ମଗ୍ ଗନ ଏବଂ ପାଣି ସିଞ୍ଚନ ଯନ୍ତ୍ର ଆଦି ରଖାଯାଇଥିଲା। ଏଥିସହିତ ଆଖପାଖରେ ଥିବା ଅଟ୍ଟାଳିକାକୁ ଘୋଡ଼ାଇ ରଖାଯାଇଥିଲା। ଏପର୍ଯ୍ୟନ୍ତ ଆଖପାଖରେ ଥିବା ଘରର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe