Advertisment

୧୮ ଲକ୍ଷ ଦୀପରେ ଝଲସିବ ଅଯୋଧ୍ୟା

ଲକ୍ଷ୍ନୌ: ଦୀପୋତ୍ସବ ପାଇଁ ସଜେଇ ହୋଇଛି ଭଗବାନ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟା। ଚଳିତ ବର୍ଷ ଦୀପାବଳିରେ ୧୮ ଲକ୍ଷ ଦୀପରେ ଝଲସିବ ରାମ ନଗରୀ। ଆଜି ସନ୍ଧ୍ୟାରେ ଦୀପ ଆଲୁଅରେ ଆଲୋକିତ ହେବ ଅଯୋଧ୍ୟାର ୪୦ଟି ଘାଟ। ଚଳିତ ବର୍ଷ ପ୍ରଥମ କରି ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିରାଜମାନ ଭଗବାନ ଶ୍ରୀରାମ ଲାଲାଙ୍କ ଦର୍ଶନ କରିବା ସହ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବେ ପ୍ରଧାନମନ୍ତ୍ରୀ। ଏହାସହ ଭଗବାନ ଶ୍ରୀରାମଙ୍କ ପ୍ରତିକାତ୍ମକ ରାଜ୍ୟାଭିଷେକ କରିବେ। […]

୧୮ ଲକ୍ଷ ଦୀପରେ ଝଲସିବ ଅଯୋଧ୍ୟା

ayodhya-deepotsav

Advertisment

ଲକ୍ଷ୍ନୌ: ଦୀପୋତ୍ସବ ପାଇଁ ସଜେଇ ହୋଇଛି ଭଗବାନ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟା। ଚଳିତ ବର୍ଷ ଦୀପାବଳିରେ ୧୮ ଲକ୍ଷ ଦୀପରେ ଝଲସିବ ରାମ ନଗରୀ। ଆଜି ସନ୍ଧ୍ୟାରେ ଦୀପ ଆଲୁଅରେ ଆଲୋକିତ ହେବ ଅଯୋଧ୍ୟାର ୪୦ଟି ଘାଟ।

Advertisment

ଚଳିତ ବର୍ଷ ପ୍ରଥମ କରି ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିରାଜମାନ ଭଗବାନ ଶ୍ରୀରାମ ଲାଲାଙ୍କ ଦର୍ଶନ କରିବା ସହ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବେ ପ୍ରଧାନମନ୍ତ୍ରୀ। ଏହାସହ ଭଗବାନ ଶ୍ରୀରାମଙ୍କ ପ୍ରତିକାତ୍ମକ ରାଜ୍ୟାଭିଷେକ କରିବେ। ଏହାପରେ ଦୀପୋତ୍ସବ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗମନ ପୂର୍ବରୁ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସହରର ବିଭିନ୍ନ ସ୍ଥାନରେ ୪୦୦୦ ପୁଲିସ କର୍ମୀଙ୍କୁ ମୁତୟନ କରାଯାଇଛି। ଭବ୍ୟ ଆୟୋଜନକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ସ୍ଥାନରେ ଯାତାୟାତ ପରିବର୍ତ୍ତନ କରାଯାଇଛି। ପ୍ରଧାନମନ୍ତ୍ରୀ ଭଗବାନ ରାମ ଲଲାଙ୍କ ପୂଜାର୍ଚ୍ଚନା କରିବା ପରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ସ୍ଥଳର ନୀରିକ୍ଷଣ କରିବେ।

Advertisment

ସରଜୁ ନଦୀର ନୂଆ ଘାଟରେ ଥ୍ରୀ-ଡି ହୋଲୋଗ୍ରାଫିକ ପ୍ରୋଜେକ୍ସନ ମ୍ୟାପିଂ ଶୋ’ ମଧ୍ୟରେ ମୋଦି ଆଳତି ଦର୍ଶନ କରିବେ। ଗତବର୍ଷ ୩୨ଟି ଘାଟରେ ଦୀପ ଲଗାଯାଇଥିବା ବେଳେ ଚଳିତ ବର୍ଷ ୪୦ଟି ଘାଟରେ ଦୀପ ଲଗାଇବା ପାଇଁ ପ୍ରସ୍ତୁତି ଚାଲିଛି। ୧୮ଲକ୍ଷ ଦୀପ ଜଳାଇବାକୁ ୩୫ହଜାର ଲିଟର ସୋରିଷ ତେଳ ବ୍ୟବହାର କରାଯିବ। ଏହି କାମରେ ନିୟୋଜିତ ହେବେ ୨୨ହଜାରରୁ ଅଧିକ ସ୍ୱେଚ୍ଛାସେବୀ। ୪୦ ମିନିଟ୍ ଭିତରେ ଏହି ସମସ୍ତ ଦୀପକୁ ଜଳାଯିବ।

୧୮ଲକ୍ଷ ଦୀପ ଜାଳି ସୃଷ୍ଟି କରାଯିବ ନୂଆ ବିଶ୍ୱ ରେକର୍ଡ। ଦୀପାବଳି ପାଇଁ ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରାମଙ୍କ ଉପରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ର ମଧ୍ୟ ଆୟୋଜନ କରାଯାଇଛି। ଅଯୋଧ୍ୟାର ବିଭିନ୍ନ ସ୍ଥାନରେ କଳାକାରଙ୍କ ଦ୍ୱାରା ଲୋକ ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳିବ। ଦେଶ-ବିଦେଶରୁ ୧୮୦୦ରୁ ଅଧିକ ଲୋକ କଳାକାର ଏହି ଦୀପୋତ୍ସବର ଶୋଭା ବଢ଼ାଇବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe