covid
ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଦିନକୁ ଦିନ ମାରାତ୍ମକ ହେବାରେ ଲାଗିଛି । ଚାରିଆଡେ ଏହାକୁ ନେଇ ସୃଷ୍ଟି ହୋଇଛି ହାହାକାର । ଏବେ ତେଲେଙ୍ଗାନରେ କରୋନାର ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି । ସେଠାକାର ଅନେକ ନମୂନାରେ SARS-CoV-2ର B.1.525 ଭାରିଏଣ୍ଟ ଥିବା ଜଣାପଡିଛି। ଚଳିତ ବର୍ଷ ଫେବ୍ରୁଆରୀରେ ୟୁନାଇଟେଡ କିଙ୍ଗଡମରେ ଏହି ଷ୍ଟ୍ରେନ୍ ମିଳିଥିଲା ।
ବିିଶେଷ କରି କରୋନାର ଏହି ଷ୍ଟ୍ରେନ୍ର ସମ୍ପର୍କ ନାଇଜେରିଆ ସହ ରହିଛି । ସେଠାକୁ ଯାଇଥିବା ଲୋକ B.1.525 ଭାରିଏଣ୍ଟ ଥିବା ଭୂତାଣୁରେ ସଂକ୍ରମିତ ହୋଇଥିଲେ । କେବଳ ଆମେରିକା କିମ୍ବା ନାଇଜେରିଆ ନୁହେଁ ଅଷ୍ଟ୍ରେଲିଆ, ଡେନ୍ମାର୍କ ସମେତ ଅନେକ ଦେଶରେ ଏହି ଭୂତାଣୁରେ ସଂକ୍ରମିତ ହୋଇଥିବା ରୋଗୀ ଚିହ୍ନଟ ହୋଇଛନ୍ତି । ଏବେ ଭାରତର ତେଲାଙ୍ଗାନାରେ ମଧ୍ୟ କରୋନାର ଏହି ନୂଆ ଷ୍ଟ୍ରେନ୍ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର GISAIDର ତଥ୍ୟ ମୁତାବକ ମେ’ ମାସରେ ତେଲେଙ୍ଗାନାରେ B.1.525 ର ୩ଟି ନମୂନା ମିଳିଥିଲା । ଏପ୍ରିଲରେ ସାରା ଦେଶର ୧୯ଟି ନମୂନା ମଧ୍ୟରୁ ତେଲେଙ୍ଗାନାର ୧୩ଟି ନମୂନାରେ ଏହି ଭୂତାଣୁ ଚିହ୍ନଟ ହୋଇଥିଲା । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମୁତାବକ କରୋନାର ଏହି ନୂଆ ଷ୍ଟ୍ରେନ୍ ବେଶ ମାରାତ୍ମକ । ପ୍ରାୟ ୫୦ଟି ଦେଶରେ ପୂର୍ବରୁ ଭୂତାଣୁର ଏହି ନୂଆ ଷ୍ଟ୍ରେନ୍ ମହଜୁଦ ରହିଛି ।
ସିଡିସି ଅନୁସାରେ ଏହି ଭାରିଏଣ୍ଟ ଆଗରେ ଆଣ୍ଟିବଡି ଚିକିତ୍ସା ବି କାମ ଦେଉନି । ଏହା ବ୍ୟତୀତ ଟିକା ଏବଂ ପ୍ଲାଜମା ଥେରାପିକୁ ମଧ୍ୟ ଏହା ମାତ୍ ଦେଉଛି । ଏହି ନୂଆ ଷ୍ଟ୍ରେନ୍କୁ ନେଇ ବୈଜ୍ଞାନିକଙ୍କ ଅଧିକ ଗବେଷଣା ଚାଲିଛି । ବିଶେଷଜ୍ଞ କହିଛନ୍ତି, ନୂଆ ଷ୍ଟ୍ରେନ୍ ଅଧିକ ସଂକ୍ରାମକ ନା ଭୟାବହ ତାହା ଏଯାଏଁ ଜଣାପଡି ନାହିଁ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/06/covid.jpg)