Advertisment

ମନ୍ତ୍ରୀ ପଦ ଯିବା ପରେ ରାଜନୀତିକୁ ‘ଅଲବିଦା’ କହିଲେ ବାବୁଲ ସୁପ୍ରିୟୋ

କୋଲକାତା: ବରିଷ୍ଠ ବିଜେପି ନେତା ତଥା ଲୋକସଭା ସାଂସଦ ବାବୁଲ ସୁପ୍ରିୟୋ ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ରାଜନୀତି ଛାଡ଼ିବା ସହ ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେବେ ବୋଲି କହିଛନ୍ତି। ବାବୁଲ ପଶ୍ଚିମବଙ୍ଗରୁ ନିର୍ବାଚିତ ହୋଇ ଲୋକସଭାକୁ ଯିବା ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସୁଯୋଗ ପାଇଥିଲେ। କିନ୍ତୁ ନିକଟରେ ହୋଇଥିବା ମନ୍ତ୍ରିମଣ୍ଡଳ ଅଦଳ ବଦଳ ବେଳେ ତାଙ୍କୁ ପଦ ଛାଡ଼ିବାକୁ ବାଧ୍ୟ କରାଯାଇଥିଲା। ପଦରୁ ବିଦା ହେବା ପରେ ସେ ଆଜି […]

ଅଦ୍ୟତନ ହୋଇଛି
ମନ୍ତ୍ରୀ ପଦ ଯିବା ପରେ ରାଜନୀତିକୁ ‘ଅଲବିଦା’ କହିଲେ ବାବୁଲ ସୁପ୍ରିୟୋ

Babul

Advertisment

କୋଲକାତା: ବରିଷ୍ଠ ବିଜେପି ନେତା ତଥା ଲୋକସଭା ସାଂସଦ ବାବୁଲ ସୁପ୍ରିୟୋ ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ରାଜନୀତି ଛାଡ଼ିବା ସହ ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେବେ ବୋଲି କହିଛନ୍ତି। ବାବୁଲ ପଶ୍ଚିମବଙ୍ଗରୁ ନିର୍ବାଚିତ ହୋଇ ଲୋକସଭାକୁ ଯିବା ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସୁଯୋଗ ପାଇଥିଲେ।

Advertisment

କିନ୍ତୁ ନିକଟରେ ହୋଇଥିବା ମନ୍ତ୍ରିମଣ୍ଡଳ ଅଦଳ ବଦଳ ବେଳେ ତାଙ୍କୁ ପଦ ଛାଡ଼ିବାକୁ ବାଧ୍ୟ କରାଯାଇଥିଲା। ପଦରୁ ବିଦା ହେବା ପରେ ସେ ଆଜି ସୋଶାଲ ମିଡିଆରେ ରାଜନୀତିକୁ ଗୁଡବାଏ କହିଛନ୍ତି।

କଣ୍ଠଶିଳ୍ପୀରୁ ରାଜନେତା ହୋଇଥିବା ବାବୁଲ କହିଛନ୍ତି, “ଅଲବିଦା। ମୁଁ କୌଣସି ରାଜନୀତିକ ଦଳକୁ ଯାଉନାହିଁ। ଟିଏମସି, କଂଗ୍ରେସ କିମ୍ବା ସିପିଆଇଏମକୁ ଯାଉନି। ମୁଁ ଏଠାରେ ନିଶ୍ଚିତ କରିବାକୁ ଚାହୁଁଛି ଯେ ମୋତେ କେହି ବି ଡାକି ନାହାନ୍ତି। ତେଣୁ ମୁଁ କେଉଁ ଦଳରେ ମିଶିବିନି। ମୁଁ ୱାନ ଟିମ୍‌ ପ୍ଲେୟାର। ସବୁବେଳେ ଗୋଟିଏ ଟିମକୁ ସମର୍ଥନ କରେ। ସେହି ଦଳ ହେଲା ମୋହନ ବାଗନ। ମୁଁ ସବୁବେଳେ ଗୋଟିଏ ଦଳରେ ରହିଛି। ସେଇଟା ହେଲା ବିଜେପି-ପଶ୍ଚିମବଙ୍ଗ। ବାସ ଏତିକି।

Advertisment

ମୁଁ ଏଠାରେ ବହୁତ ସମୟ ରହିଛି। କିଛି ଲୋକଙ୍କୁ ସହଯୋଗ କରିଛି ଓ କିଛି ଲୋକଙ୍କୁ ଆଘାତ ମଧ୍ୟ ଦେଇଛି। ବହୁତ କିଛି ଆଲୋଚନା ଓ ଚିନ୍ତା କରିବା ପରେ ମୁଁ ଛାଡ଼ିବାକୁ ନିଷ୍ପତ୍ତି ନେଇଛି। ରାଜନୀତିରେ ରହିବା ଓ ସାମାଜିକ କାର୍ଯ୍ୟ କରିବା ସମ୍ଭବ ନୁହେଁ। ତେଣୁ ମୁଁ ଏହା ମଧ୍ୟରୁ ଗୋଟିଏକୁ ବାଛିଛି। ଏବେ ମୁଁ ସମାଜ ସେବା ଉପରେ ଅଧିକ ଗୁରୁତ୍ୱ ଦେବି। ମୁଁ ଅମିତ ଶାହ ଓ ଜେପି ନଡ୍ଡାଜୀଙ୍କୁ ମୋ ମନରେ ଥିବା ଭାବନା ଜଣାଇ ଦେଇଛି।”

ଆସନସୋଲରୁ ୨ ଥର ସାଂସଦ ହୋଇଥିବା ବାବୁଲ ୨୦୧୪ରୁ ୨୦୧୬ ଯାଏ ନଗର ଉନ୍ନୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଥିଲେ। ୨୦୧୬ ଜୁଲାଇରୁ ୨୦୧୯ ମେ’ ମାସ ଯାଏ ତାଙ୍କୁ ଭାରୀ ଶିଳ୍ପର ରାଷ୍ଟ୍ରମନ୍ତ୍ରୀ କରାଯାଇଥିଲା। ୨୦୧୯ରେ ମୋଦି ୨.o ସରକାର ଆସିବା ପରେ ବାବୁଲ ପରିବେଶ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ।

ତେବେ ନିକଟରେ ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ଯେଉଁ ୧୨ ଜଣଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା, ସେମାନଙ୍କ ମଧ୍ୟରେ ବାବୁଲଙ୍କ ନାଁ ରହିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe