Advertisment

‘ବଚ୍‌ପନକା ପ୍ୟାର’ ଗୀତ ଗାଇଥିବା ପିଲା ଦୁର୍ଘଟଣାରେ ଗୁରୁତର

ରାୟପୁର: ବଚ୍‌ପନକା ପ୍ୟାର ଗୀତ ଗାଇ ରାତାରାତି ଇଣ୍ଟରନେଟ୍‌ ସେନ୍‌ସେସନ୍ ପାଲଟିଯାଇଥିବା ସହଦେବ ଦିର୍ଦୋ ମଙ୍ଗଳବାର ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ଛତିଶଗଡ଼ ସୁକମା ଜିଲ୍ଲାର ଏହି ବାଳକକୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ସେ ଏକ ମୋଟର ସାଇକେଲରେ ବାପାଙ୍କ ସହ ନିଜ ଗାଁକୁ ଯାଉଥିଲେ। ତେବେ ବାଟରେ କୌଣସି କାରଣରୁ ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲେ। ସହଦେବ ବାଇକରୁ ଖସିପଡ଼ି ଗୁରୁତର ହୋଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ସହଦେବଙ୍କୁ  ସୁକମା ଜିଲ୍ଲା ହସପିଟାଲରୁ ଜଗଦଲପୁର ମେଡିକାଲ […]

ଅଦ୍ୟତନ ହୋଇଛି
ଭଲ ହୋଇଗଲେ ଭାଇରାଲ ବୟ: ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଲେ  

bachpan

Advertisment

ରାୟପୁର: ବଚ୍‌ପନକା ପ୍ୟାର ଗୀତ ଗାଇ ରାତାରାତି ଇଣ୍ଟରନେଟ୍‌ ସେନ୍‌ସେସନ୍ ପାଲଟିଯାଇଥିବା ସହଦେବ ଦିର୍ଦୋ ମଙ୍ଗଳବାର ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ଛତିଶଗଡ଼ ସୁକମା ଜିଲ୍ଲାର ଏହି ବାଳକକୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ସେ ଏକ ମୋଟର ସାଇକେଲରେ ବାପାଙ୍କ ସହ ନିଜ ଗାଁକୁ ଯାଉଥିଲେ। ତେବେ ବାଟରେ କୌଣସି କାରଣରୁ ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲେ। ସହଦେବ ବାଇକରୁ ଖସିପଡ଼ି ଗୁରୁତର ହୋଇଛନ୍ତି।

Advertisment

ପ୍ରାଥମିକ ଚିକିତ୍ସା ପରେ ସହଦେବଙ୍କୁ  ସୁକମା ଜିଲ୍ଲା ହସପିଟାଲରୁ ଜଗଦଲପୁର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ସୁକମା ଜିଲ୍ଲାପାଳ ଭିନିତ ବନ୍ଦନୱାର ଏବଂ ଏସପି ସୁନିଲ ଶର୍ମା ହସପିଟାଲରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। କୋଣ୍ଟା ବିଧାୟକ ପିଲାର ସବୁପ୍ରକାର ଚିକିତ୍ସା ଯୋଗାଇ ଦେବାକୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଦୁଇ ବର୍ଷ ପୂର୍ବେ ସହଦେବକୁ ତାଙ୍କ ସ୍କୁଲ ଶିକ୍ଷକ ଏକ ଗୀତ ଗାଇ ରେକର୍ଡ଼ କରିବାକୁ କହିଥିଲେ। ସ୍କୁଲରେ ଗାଇଥିବା ଏହି ଭିଡିଓଟି ପରେ ଇଣ୍ଟରନେଟରେ ଖୁବ୍ ଭାଇରାଲ ହୋଇ ବେଶ ଲୋକପ୍ରିୟତା ସାଉଁଟିଥିଲା। ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ପିଲାଟିକୁ ସମ୍ମାନିତ କରିଥିଲେ। ଏବେ ସହଦେବଙ୍କ ଆଶୁ ଆରୋଗ୍ୟ ପାଇଁ ସବୁଠି କାମନା କରାଯାଉଛି।

Advertisment
Bachpan Ka Pyar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe