Advertisment

ଭଲ ହୋଇଗଲେ ଭାଇରାଲ ବୟ: ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଲେ

ରାୟପୁର: ଭଲ ହୋଇଗଲେ ଭାଇରାଲ ବୟ। ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଲେ ‘ବଚପନ୍‌କା ପ୍ୟାର୍’ ଗୀତର କୁନି ଲୋକପ୍ରିୟ ତାରକା ସହଦେବ ଦିର୍ଦୋ। ଦୁର୍ଘଟଣାରେ ଗୁରୁତର ହୋଇ ହସପିଟାଲରେ ଭଲ ହେବା ପରେ ସେ ଡାକ୍ତରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଗତ ଡିସେମ୍ବର ୨୮ରେ ସେ ଦୁର୍ଘଟଣାରେ ସମ୍ମୁଖୀନ ହୋଇ ମେଡିକାଲରେ ଭର୍ତ୍ତି ହୋଥିଲେ। ବାଇକ୍ ଦୁର୍ଘଟଣାରେ ତାଙ୍କ ଶରୀରରେ ଏକାଧିକ ଆଘାତ ଲାଗିଥିଲା । ସହଦେବ ବିପଦରେ ପଡ଼ିବା ପରଠାରୁ ତାଙ୍କ ଶଭେଚ୍ଛୁକମାନେ ସୁସ୍ଥ କାମନା କରିଥିଲେ । […]

ଅଦ୍ୟତନ ହୋଇଛି
ଭଲ ହୋଇଗଲେ ଭାଇରାଲ ବୟ: ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଲେ  

bachpan

Advertisment

ରାୟପୁର: ଭଲ ହୋଇଗଲେ ଭାଇରାଲ ବୟ। ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଲେ ‘ବଚପନ୍‌କା ପ୍ୟାର୍’ ଗୀତର କୁନି ଲୋକପ୍ରିୟ ତାରକା ସହଦେବ ଦିର୍ଦୋ। ଦୁର୍ଘଟଣାରେ ଗୁରୁତର ହୋଇ ହସପିଟାଲରେ ଭଲ ହେବା ପରେ ସେ ଡାକ୍ତରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଗତ ଡିସେମ୍ବର ୨୮ରେ ସେ ଦୁର୍ଘଟଣାରେ ସମ୍ମୁଖୀନ ହୋଇ ମେଡିକାଲରେ ଭର୍ତ୍ତି ହୋଥିଲେ। ବାଇକ୍ ଦୁର୍ଘଟଣାରେ ତାଙ୍କ ଶରୀରରେ ଏକାଧିକ ଆଘାତ ଲାଗିଥିଲା । ସହଦେବ ବିପଦରେ ପଡ଼ିବା ପରଠାରୁ ତାଙ୍କ ଶଭେଚ୍ଛୁକମାନେ ସୁସ୍ଥ କାମନା କରିଥିଲେ ।

Advertisment

ଏବେ ସହଦେବ ଭଲ ହୋଇ ହସପିଟାଲରୁ ଘରକୁ ଫେରି ଆସିଛନ୍ତି। ଏହା ପରେ ସେ ଏକ ଭିଡିଓ କରି ଡାକ୍ତରଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ପାଇଁ ପ୍ରାର୍ଥନା କରିଥିବା ଶୁଭେଚ୍ଛୁକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଭିଡିଓ ବାର୍ତ୍ତାଟିକୁ ସହଦେବ ତାଙ୍କ ଇନଷ୍ଟାଗ୍ରମାରେ ସେୟାର କରିଛନ୍ତି । ଡାକ୍ତରଙ୍କ ଉଦ୍ୟମ ଯୋଗୁ ସେ ନୂଆ ଜୀବନ ପାଇଛନ୍ତି ବୋଲି କହିଛନ୍ତି । ବିଶେଷକରି ଡା. ଦେବେନ୍ଦ୍ର ନାଏକଙ୍କୁ ଆନ୍ତରିକ ଭାବେ ଧନ୍ୟବାଦ ଜଣାଇଛନ୍ତି ସହଦେବ।

ଗତ ଡିସେମ୍ବର ୨୮ରେ  ସହଦେବ ନିଜ ବାପାଙ୍କ ସହ ବାଇକ୍‌ରେ ନିଜ ଗାଁକୁ ଫେରୁଥିଲେ। ବାଟରେ ଦୁର୍ଘଟଣା ଘଟି ସହଦେବ ବାଇକରୁ ଖସିପଡ଼ିଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ପ୍ରାଥମିକ ଚିକିତ୍ସା ପରେ ସହଦେବଙ୍କୁ ସୁକମା ଜିଲ୍ଲା ଡାକ୍ତରଖାନାରୁ ଜଗଦଲପୁରର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ସେ ପ୍ରାୟ ୫ ଘଣ୍ଟା ଧରି ଚେତାଶୂନ୍ୟ ହୋଇଥିଲେ। ତେବେ ଜଗଦଲପୁରର ମେଡିକାଲ କଲେଜରେ ତାଙ୍କର ଉତ୍ତମ ଚିକତ୍ସା ଆରମ୍ଭ ହୋଇଥିଲା। ଛତିଶଗଡ଼ ସୁକମା ଜିଲ୍ଲାର ସହଦେବଙ୍କୁ ଦୁଇ ବର୍ଷ ପୂର୍ବେ ତାଙ୍କ ସ୍କୁଲ ଶିକ୍ଷକ ଏକ ଗୀତ ଗାଇ ରେକର୍ଡ଼ କରିବାକୁ କହିଥିଲେ। ସ୍କୁଲରେ ଗାଇଥିବା ଏହି ରେକଡ଼ିଂ ଭିଡିଓଟି ପରେ ଇଣ୍ଟରନେଟରେ ଖୁବ୍ ଭାଇରାଲ ହୋଇ ବେଶ ଲୋକପ୍ରିୟତା ସାଉଁଟିଥିଲା। ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ପିଲାଟିକୁ ସମ୍ମାନିତ କରିଥିଲେ।

Advertisment
Bachpan Ka Pyar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe