Advertisment

ଇମ୍ରାନ୍ ଖାନଙ୍କୁ ଡାକିଲେନି ବାଇଡେନ୍

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନେତୃତ୍ୱରେ ଦୁଇ ଦିନିଆ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ଏହି ସମ୍ମିଳନୀରେ ସାମିଲ୍ ହେବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଆହ୍ୱାନ କରିଛନ୍ତି। ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, ଆମେରିକା ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘କ୍ଲାଇମେଟ୍ ଲିଡର୍ସ ସମିଟ’ରେ ସାମିଲ୍ ହେବା ପାଇଁ ନିମନ୍ତ୍ରଣ କରିଛନ୍ତି। ଆଉ ପ୍ରଧାନମନ୍ତ୍ରୀ ଏହି ନିମନ୍ତ୍ରଣକୁ ସ୍ୱୀକାର କରିଛନ୍ତି। ଏପ୍ରିଲ ୨୨ ଏବଂ ୨୩ରେ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଇମ୍ରାନ୍ ଖାନଙ୍କୁ ଡାକିଲେନି ବାଇଡେନ୍

Joe-Biden

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନେତୃତ୍ୱରେ ଦୁଇ ଦିନିଆ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ଏହି ସମ୍ମିଳନୀରେ ସାମିଲ୍ ହେବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଆହ୍ୱାନ କରିଛନ୍ତି। ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, ଆମେରିକା ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ 'କ୍ଲାଇମେଟ୍ ଲିଡର୍ସ ସମିଟ'ରେ ସାମିଲ୍ ହେବା ପାଇଁ ନିମନ୍ତ୍ରଣ କରିଛନ୍ତି। ଆଉ ପ୍ରଧାନମନ୍ତ୍ରୀ ଏହି ନିମନ୍ତ୍ରଣକୁ ସ୍ୱୀକାର କରିଛନ୍ତି।

Advertisment

ଏପ୍ରିଲ ୨୨ ଏବଂ ୨୩ରେ ଆୟୋଜିତ ହେବାକୁ ଯାଉଥିବା ଏହି ଦୁଇ ଦିନିଆ ସମ୍ମିଳନୀରେ ପାଖାପାଖି ୪୦ଟି ଦେଶର ମୁଖିଆ ସାମିଲ୍ ହେବେ। ତେବେ କରୋନା ମହାମାରୀ ପାଇଁ ଏହି ସମ୍ମିଳନୀ ଭର୍ଚୁଆଲ ମିଡିୟମରେ ହେବ। ଏହି ୪୦ଟି ଦେଶ ମଧ୍ୟରେ ଦକ୍ଷିଣ ଏସିଆରୁ ଭାରତ, ଭୁଟାନ, ବାଂଲାଦେଶ ଭଳି ଦେଶ ରହିଛନ୍ତି। ହେଲେ ପାକିସ୍ତାନକୁ ଏହି ବୈଠକ ପାଇଁ ଆମେରିକାର ଜା ବାଇଡେନ ସରକାର ନିମନ୍ତ୍ରଣ ପଠାଇ ନାହାନ୍ତି। ଆତଙ୍କବାଦ ବିରୋଧରେ ପାକିସ୍ତାନର ଦୋମୁହାଁ ନୀତି ପାଇଁ ବାଇଡେନ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।

ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ୧୭ଟି ଦେଶକୁ ଗୋଟିଏ ମଞ୍ଚରେ ଏକାଠି କରିବା। ଏହି ୧୭ଟି ଦେଶ ବିଶ୍ୱର ଅଭିବୃଦ୍ଧିରେ ପ୍ରାୟ ୮୦ ପ୍ରତିଶତ ଯୋଗଦାନ ଦେଇଥାଏ। ଏବେ ଏହି ୧୭ଟି ଦେଶ ଏବଂ ବାକି ଦେଶ ଏକାଠି ହୋଇ ବିଶ୍ୱରେ ଏନର୍ଜି ବା ଶକ୍ତି ନିର୍ଗମନର ବିକଳ୍ପ ପଦକ୍ଷେପ ବୃଦ୍ଧି କରିବାର ଉପାୟ ଉପରେ ଆଲୋଚନା କରିବେ।

Advertisment

ଏହି ବୈଠକରେ ଭୁଟାନ, ବାଂଲାଦେଶ ଭଳି ଦେଶକୁ ବାଇଡେନ ସରକାର ନିମନ୍ତ୍ରଣ କରିଥିବା ବେଳେ ପାକିସ୍ତାନକୁ ଏହି ସମ୍ମିଳନୀରେ ସାମିଲ୍ କରାଯାଇନଥିବାରୁ ଖପ୍ପା ହୋଇଛନ୍ତି ପାକିସ୍ତାନ ରାଷ୍ଟ୍ରପତି ଇମ୍ରାନ୍ ଖାନ୍। ଆଉ ବାଇଡେନଙ୍କ ଏଭଳି ନିଷ୍ପତ୍ତିରେ ରାଗି ପାଚି ନାଲି ହୋଇ ଗୋଟିଏ ପରେ ଗୋଟିଏ ଟ୍ୱିଟ୍ କରିଛନ୍ତି ପାକିସ୍ତାନରେ ୱାଜିର ଏ ଆଜାମ।

ପାକିସ୍ତାନକୁ ନିମନ୍ତ୍ରଣ କରାଯାଇନଥିବାରୁ ଇମ୍ରାନ୍ ଖାନ୍ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ତାଙ୍କ ସରକାର ପରିବେଶକୁ ସଜାଡ଼ିବା ପାଇଁ ଆବଶ୍ୟକ ନୀତି ନିୟମ କରିଛନ୍ତି। ପାକିସ୍ତାନର ଆଗାମୀ ପିଢ଼ୀ କିଭଳି ଏକ ସ୍ୱଚ୍ଛ ଏବଂ ସବୁଜ ପାକିସ୍ତାନ ପାଇବେ ସେ ପାଇଁ ତାଙ୍କ ସରକାର ଅନେକ କାମ କରୁଛି ବୋଲି ଇମ୍ରାନ୍ ଟ୍ୱିଟ୍ କରି କହିଛନ୍ତି। ପାକିସ୍ତାନରେ ଥିବା ନଦୀ ଗୁଡିକୁ ସଫା କରାଯାଇଛି। ଗତ ୭ ବର୍ଷରେ ପାକିସ୍ତାନର ଜଳବାୟୁକୁ ଠିକ୍ ରଖିବା ପାଇଁ ତାଙ୍କ ସରକାର ଅନେକ ପଦକ୍ଷେପ ନେଇଛି। ଯାହାକୁ ଅନେକ ଦେଶ ପ୍ରଶଂସା କରିଛନ୍ତି ବୋଲି ସେ କହିଛନ୍ତି।

ଏହି ଭର୍ଚୁଆଲ୍ ସମ୍ମିଳନୀ ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଜଳବାୟୁ ବ୍ୟାପାର ଉପରେ ନିୟୋଜିତ ଥିବା ସ୍ୱତନ୍ତ୍ର ପ୍ରତିନିଧି ଜନ୍ କେରି ଭାରତ ଗସ୍ତରେ ଆସିବେ। ସେ ଏପ୍ରିଲ ୫ ରୁ ୮ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିବେ। ନିକଟରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଅଷ୍ଟୀନ ଭାରତ ଗସ୍ତରେ ଆସିଥିଲେ। ଏହାପରେ ବାଇଡେନ ସରକାରର ଦ୍ୱିତୀୟ ନେତା ଭାବରେ ଜନ କେରି ଭାରତ ଗସ୍ତରେ ଆସିବାକୁ ଯାଉଛନ୍ତି। ସେହିଭଳି ଜଳବାୟୁ ସମ୍ମିଳନୀରେ ମୋଦି ଏବଂ ବାଇଡେନଙ୍କ ଦ୍ୱିତୀୟ ଥର ପାଇଁ ବୈଠକ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ କ୍ୱାର୍ଡ ସମ୍ମିଳନୀରେ ଉଭୟ ନେତା ପରସ୍ପରକୁ ଭେଟିଥିଲେ।

Joe Biden