କମିଲା ପ୍ରଦୂଷଣ, ହଟିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ଧୀରେ ଧୀରେ କମୁଛି ରାଜଧାନୀର ପ୍ରଦୂଷଣ। ହଟୁଛି ଧୂଳି ଆଉ ଧୂଆଁର ବାଦଲ। ସଫା ହେଉଛି ଆକାଶ। କମୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ଏବେ ରାଜଧାନୀ ଦିଲ୍ଲୀର କିଛି ସ୍ଥାନରେ ଲାଗୁ ହୋଇଥିବା ପ୍ରବିନ୍ଧକକୁ ହଟାଇ ଦିଆଯାଇଛି। ଦିଲ୍ଲୀ ସରକାର ନିର୍ମାଣ କାର୍ଯ୍ୟ ଉପରେ ଲାଗଇଥିବା ପ୍ରତିବନ୍ଧକ ହଟାଇଛନ୍ତି। କାମ ଆରମ୍ଭ କରିବାକୁ ସରକାରଙ୍କ ତରଫରୁ ଗ୍ରୀନ୍‌ ସିଗ୍‌ନାଲ ମିଳିଛି। ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି, ‘ନଭେମ୍ବର ୪ ତାରିଖରୁ ପ୍ରଦୂଷଣ ସ୍ତର କ୍ରମାଗତ […]

Pollution

Madhupriya Mistry
  • Published: Monday, 22 November 2021
  • , Updated: 22 November 2021, 02:26 PM IST

ନୂଆଦିଲ୍ଲୀ: ଧୀରେ ଧୀରେ କମୁଛି ରାଜଧାନୀର ପ୍ରଦୂଷଣ। ହଟୁଛି ଧୂଳି ଆଉ ଧୂଆଁର ବାଦଲ। ସଫା ହେଉଛି ଆକାଶ। କମୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ଏବେ ରାଜଧାନୀ ଦିଲ୍ଲୀର କିଛି ସ୍ଥାନରେ ଲାଗୁ ହୋଇଥିବା ପ୍ରବିନ୍ଧକକୁ ହଟାଇ ଦିଆଯାଇଛି। ଦିଲ୍ଲୀ ସରକାର ନିର୍ମାଣ କାର୍ଯ୍ୟ ଉପରେ ଲାଗଇଥିବା ପ୍ରତିବନ୍ଧକ ହଟାଇଛନ୍ତି। କାମ ଆରମ୍ଭ କରିବାକୁ ସରକାରଙ୍କ ତରଫରୁ ଗ୍ରୀନ୍‌ ସିଗ୍‌ନାଲ ମିଳିଛି।

ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି, 'ନଭେମ୍ବର ୪ ତାରିଖରୁ ପ୍ରଦୂଷଣ ସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିଲା ଏବଂ ବାୟୁର ଗୁଣବତ୍ତା ସୂଚକାଙ୍କ (AQI) ୬୦୦ ଯାଏଁ ପହଞ୍ଚିଯାଇଥିଲା, କିନ୍ତୁ ବର୍ତ୍ତମାନ AQI କେତେକ ସ୍ଥାନରେ ୩୦୦ ତଳକୁ ଖସି ଆସିଛି। ଆଉ ପ୍ରଦୂଷଣ କମ୍‌ ରହିଛି।'

ଏଥିସହ ପୂର୍ବ ଅପେକ୍ଷା ଅଧିକ ଯାତ୍ରୀଙ୍କୁ ବସ୍ ଏବଂ ମେଟ୍ରୋ ସେବାରେ ଅନୁମତି ଦିଆଯିବା। ଆଜିଠାରୁ ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ ପୁଣି ଥରେ ଆରମ୍ଭ ହେବ। ବର୍ତ୍ତମାନ ୧୭ ଜଣ ଯାତ୍ରୀ ବସ୍‌ରେ ଠିଆ ହୋଇ ଯାତ୍ରା ମଧ୍ୟ କରିପାରିବେ ଏବଂ ୩୦ ଜଣ ଯାତ୍ରୀ ମେଟ୍ରୋ କୋଚରେ ଠିଆ ହୋଇ ଯାତ୍ରା କରିପାରିବେ।  ପ୍ରଦୂଷଣକୁ ହ୍ରାସ କରିବା ପାଇଁ ସାର୍ବଜନିକ ପରିବହନକୁ ପ୍ରୋତ୍ସାହନ ଦିଆଯାଉଛି। ଫଳରେ ଲୋକମାନେ ରାସ୍ତାରେ ଯେପରି କମ୍ ଗାଡି ଚଳାଚଳ କରିପାରିବେ ବୋଲି ସେ କହିଛନ୍ତି।

ତେବେ ପ୍ରଦୂଷଣ ଯୋଗୁଁ ଏବେବି ଦିଲ୍ଲୀରେ ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ସବୁ ବନ୍ଦ ରହିଛି। ଦିଲ୍ଲୀ ସରକାରଙ୍କ କର୍ମଚାରୀମାନେ ଘରୁ କାମ କରୁଛନ୍ତି।  ସୂଚନାଯୋଗ୍ୟ ଯେ ପୂର୍ବରୁ ପ୍ରଦୂଷଣ ବୃଦ୍ଧି ହେତୁ ୨୧ ନଭେମ୍ବର ପର୍ଯ୍ୟନ୍ତ ଦିଲ୍ଲୀରେ ନିର୍ମାଣ ଏବଂ ଭାଙ୍ଗିବା କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏଥିସହ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍କୁଲ ଓ କଲେଜଗୁଡ଼ିକ ବନ୍ଦ ରଖିବାକୁ କଟକଣା ଲାଗୁ ହୋଇଥିଲା। ​​ଏହା ସହିତ ସରକାରୀ ବିଭାଗରେ କାମ ୧୦୦ପ୍ରତିଶତ ୱାର୍କ ଫ୍ରମ୍‌ ହୋମ୍‌ ଲାଗୁ କରାଯାଇଥିଲା।

ନଭେମ୍ବର ୨୪ରେ ପରବର୍ତ୍ତୀ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ସିଏନଜି ଚାଳିତ ଟ୍ରକଗୁଡିକୁ ଦିଲ୍ଲୀରେ ଯିବାକୁ ଅନୁମତି ମିଳିପାରେ। ବର୍ତ୍ତମାନ ସମସ୍ତ ପ୍ରକାର ଟ୍ରକ୍ ଉପରେ ନିଷେଧାଦେଶ ଜାରି ରହିଛି। ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଦିଲ୍ଲୀର ଅନେକ ସ୍ଥାନରେ ପାଣି ସିଞ୍ଚନ ଚାଲଇଛି। ଏଥିପାଇଁ ଦିଲ୍ଲୀ ସରକାର ୫୦୦ ଟ୍ୟାଙ୍କର୍ ନିୟୋଜିତ କରିଛନ୍ତି। ଏଥିସହ ପରିବହନକୁ ପ୍ରୋତ୍ସାହିତ କରିବା ପାଇଁ ୧୦୦୦ CNG ବସ୍ ଭଡ଼ାରେ ନିଆଯାଇଛି।

Related story