Advertisment

‘ବାନ୍ଦ୍ରା ପୁଲିସ୍ ଷ୍ଟେସନ୍ ରିଆଙ୍କ ଦ୍ୱିତୀୟ ଘର’

ମୁମ୍ବାଇ: ଦିବଂଗତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ପ୍ରିୟଙ୍କା, ମିତୁ ସିଂହ ଓ ରାମ ମନୋହର ଲୋହିଆ ହସ୍‌ପିଟାଲ୍‌ର ଡାକ୍ତର ତରୁଣ କୁମାରଙ୍କ ବିରୋଧରେ ରିଆ ଚକ୍ରବର୍ତ୍ତୀ ଥାନାରେ ଏଫ୍‌ଆଇଆର୍ ଦେଇଛନ୍ତି। ତେବେ ଏହାକୁ ନେଇ କଟାକ୍ଷ କରିଛନ୍ତି ସୁଶାନ୍ତଙ୍କ ବାପାଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ ବିକାଶ ସିଂହ। ସେ କହିଛନ୍ତି, ଲାଗୁଛି ବାନ୍ଦ୍ରା ପୁଲିସ୍ ଷ୍ଟେସନ୍ ରିଆ ଚକ୍ରବର୍ତ୍ତୀଙ୍କ ଦ୍ୱିତୀୟ ଘର ହୋଇଯାଇଛି। ସବୁପ୍ରକାର ଛୋଟମୋଟ କଥାରେ ସେ ପୁଲିସ୍ ଷ୍ଟେସନ […]

ଅଦ୍ୟତନ ହୋଇଛି
‘ବାନ୍ଦ୍ରା ପୁଲିସ୍ ଷ୍ଟେସନ୍ ରିଆଙ୍କ ଦ୍ୱିତୀୟ ଘର’

rhea1

Advertisment

ମୁମ୍ବାଇ: ଦିବଂଗତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ପ୍ରିୟଙ୍କା, ମିତୁ ସିଂହ ଓ ରାମ ମନୋହର ଲୋହିଆ ହସ୍‌ପିଟାଲ୍‌ର ଡାକ୍ତର ତରୁଣ କୁମାରଙ୍କ ବିରୋଧରେ ରିଆ ଚକ୍ରବର୍ତ୍ତୀ ଥାନାରେ ଏଫ୍‌ଆଇଆର୍ ଦେଇଛନ୍ତି। ତେବେ ଏହାକୁ ନେଇ କଟାକ୍ଷ କରିଛନ୍ତି ସୁଶାନ୍ତଙ୍କ ବାପାଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ ବିକାଶ ସିଂହ।

Advertisment

ସେ କହିଛନ୍ତି, ଲାଗୁଛି ବାନ୍ଦ୍ରା ପୁଲିସ୍ ଷ୍ଟେସନ୍ ରିଆ ଚକ୍ରବର୍ତ୍ତୀଙ୍କ ଦ୍ୱିତୀୟ ଘର ହୋଇଯାଇଛି। ସବୁପ୍ରକାର ଛୋଟମୋଟ କଥାରେ ସେ ପୁଲିସ୍ ଷ୍ଟେସନ ଚାଲିଯାଉଛନ୍ତି।

ବିକାଶ ସିଂହ ଆହୁରି କହିଛନ୍ତି, ରିଆ ମାମଲାକୁ ବାଟବଣା କରିବାକୁ ପ୍ରୟାସ କରୁଛନ୍ତି। ଏହା ସହିତ ସେ ରିଆଙ୍କୁ ଗିରଫ କରାଯାଉ ବୋଲି କହିଛନ୍ତି।

Advertisment


ସେ କହିଛନ୍ତି ଯେ ରିଆ ଜବରଦସ୍ତି ମୁମ୍ବାଇ ପୁଲିସ୍‌କୁ ଏହି ମାମଲାରେ ଭର୍ତ୍ତି କରିବାକୁ ପ୍ରୟାସ କରୁଛନ୍ତି। ଏ ମାମଲା ସିବିଆଇ ହାତରେ ଅଛି। ମୁମ୍ବାଇ ପୁଲିସ୍ ପାଖରେ କିଛି କରିବାର ଅଧିକାର ନାହିଁ। ରିଆଙ୍କ ଅଭିଯୋଗ ଆଇପିସି ଧାରା ୧୮୨ର ଉଲ୍ଲଂଘନ କରୁଛି। ଯଦି ରିଆଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଗଲା, ତା’ହେଲେ ସୁଶାନ୍ତଙ୍କ ପରିବାର ବି ଏହା ଉପରେ ପଦକ୍ଷେପ ନେବ।

ରିଆଙ୍କ ଏଫ୍‌ଆଇଆର୍‌ ଉପରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ ପ୍ରତିକ୍ରିୟା ରଖିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, କୌଣସି କଥା ଆମକୁ ଭାଙ୍ଗି ପାରିବ ନାହିଁ। ଏକ ମିଛ ଏଫ୍‌ଆଇଆର୍ କେବେ ବି ନୁହେଁ!

Rhea Chakraborty
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe