Advertisment

ନନ୍ଦିଗ୍ରାମ ଫଳାଫଳକୁ ନେଇ ନିର୍ବାଚନ କମିଶନଙ୍କ ଉପରେ ସନ୍ଦେହ କଲେ ମମତା

କୋଲକାତା: ପଶ୍ଚିମବଙ୍ଗରେ କ୍ରମାଗତ ତୃତୀୟ ଥର ପାଇଁ ଟିଏମସି କ୍ଷମତାକୁ ଫେରିବାକୁ ଯାଉଛି। ରବିବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବିଜୟକୁ ପଶ୍ଚିମବଙ୍ଗର ଲୋକଙ୍କୁ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ସେ ଉଭୟ ନିର୍ବାଚନ କମିଶନ ଏବଂ ବିଜେପିକୁ ନିନ୍ଦା କରିଛନ୍ତି। ଅନ୍ୟପଟେ ମମତା ନନ୍ଦିଗ୍ରାମରେ ପୂର୍ବତନ ସହଯୋଗୀ ତଥା ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ପାଖରୁ ପରାଜୟ ବରଣ କରିଥିବା ସୂଚନା ରହିଛି। ହେଲେ ମମତା ଏହାକୁ ଗ୍ରହଣ କରି ନାହାନ୍ତି। ଆଗାମୀ ଦିନରେ ନିର୍ବାଚନ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ନନ୍ଦିଗ୍ରାମ ଫଳାଫଳକୁ ନେଇ ନିର୍ବାଚନ କମିଶନଙ୍କ ଉପରେ ସନ୍ଦେହ କଲେ ମମତା

mamta-banarjee

କୋଲକାତା: ପଶ୍ଚିମବଙ୍ଗରେ କ୍ରମାଗତ ତୃତୀୟ ଥର ପାଇଁ ଟିଏମସି କ୍ଷମତାକୁ ଫେରିବାକୁ ଯାଉଛି। ରବିବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବିଜୟକୁ ପଶ୍ଚିମବଙ୍ଗର ଲୋକଙ୍କୁ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ସେ ଉଭୟ ନିର୍ବାଚନ କମିଶନ ଏବଂ ବିଜେପିକୁ ନିନ୍ଦା କରିଛନ୍ତି। ଅନ୍ୟପଟେ ମମତା ନନ୍ଦିଗ୍ରାମରେ ପୂର୍ବତନ ସହଯୋଗୀ ତଥା ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ପାଖରୁ ପରାଜୟ ବରଣ କରିଥିବା ସୂଚନା ରହିଛି। ହେଲେ ମମତା ଏହାକୁ ଗ୍ରହଣ କରି ନାହାନ୍ତି। ଆଗାମୀ ଦିନରେ ନିର୍ବାଚନ କମିଶନଙ୍କ ବିରୋଧରେ ମମତା ନ୍ୟାୟଳୟର ଦ୍ୱାରସ୍ଥ ହୋଇପାରନ୍ତି ବୋଲି ଇଙ୍ଗିତ କରିଛନ୍ତି।

Advertisment

ମମତା କହିଛନ୍ତି ଯେ ନିର୍ବାଚନ କମିଶନ ବିଜେପିର ମୁଖପାତ୍ର ଭାବରେ କାମ କରୁଛି। ତିନି ଘଣ୍ଟା ପୂର୍ବରୁ ନିର୍ବାଚନ କମିଶନ ଯାହା କହୁଥିଲା ଏବେ ତାର ଓଲଟା କହୁଛି। ନନ୍ଦିଗ୍ରାମବାସୀ ଯାହା ନିଷ୍ପତ୍ତି ନେବେ ତାକୁ ଆଗକୁ ସେ ଗ୍ରହଣ କରିବେ ବୋଲି କହିଛନ୍ତି।

ତେବେ ପଶ୍ଚିମବଙ୍ଗରେ ଟିଏମସି ବିଜୟ ହେବା ପରେ ମମତା ବାନାର୍ଜୀ କହିଛନ୍ତି ଯେ ଏହା ହେଉଛି ବଙ୍ଗଳାବାସୀଙ୍କ ବିଜୟ। ଦେଶର ଲୋକଙ୍କ ବିଜୟ। ଗଣତନ୍ତ୍ର ପାଇଁ ଏହା ଏକ ବଡ଼ ବିଜୟ। ପଶ୍ଚିମବଙ୍ଗରେ ଲୋକମାନେ ଗଣତନ୍ତ୍ରକୁ ବଞ୍ଚାଇଛନ୍ତି। ବିଜେପି ବିରୋଧରେ ତାଙ୍କର ସଂଗ୍ରାମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

Advertisment

ମମତା ଏହି ଅବସରରେ କହିଛନ୍ତି ଯେ ରାଜ୍ୟର ସମସ୍ତ ଲୋକଙ୍କୁ ମାଗଣାରେ ଟିକା ମିଳିବ। କେନ୍ଦ୍ର ସରକାର ଦେଶର ସମସ୍ତ ଲୋକଙ୍କୁ ମାଗଣା ଟିକାକରଣ ବ୍ୟବସ୍ଥା କରିବା ଦରକାର ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ବିଜେପି ନିର୍ବାଚନରେ ସମସ୍ତ ପ୍ରକାର ଆର୍ଥିକ ଶକ୍ତି, ସରକାରୀ କଳକୁ ବ୍ୟବହାର କରିଥିଲା। କିନ୍ତୁ ବେଙ୍ଗଲବାସୀ ବିକାଶ ପାଇଁ ଭୋଟ୍ ଦେଇଛନ୍ତି। ବଙ୍ଗଳାର ଲୋକମାନେ ଗଣତନ୍ତ୍ରକୁ ବଞ୍ଚାଇଛନ୍ତି। ଏଥିପାଇଁ ସେ ସମସ୍ତ ମା, ଭଉଣୀ ଏବଂ ସଂଖ୍ୟାଲଘୁ ଭାଇ ଓ ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ତେବେ କୋଭିଡ ପାଇଁ କୌଣସି ବିଜୟ ଶୋଭାଯାତ୍ରା ହେବ ନାହିଁ ବୋଲି ବାନାର୍ଜୀ ଘୋଷଣା କରିଛନ୍ତି। ଶପଥ ଗ୍ରହଣ ସମାରୋହ ମଧ୍ୟ ସାମାନ୍ୟ ଭାବରେ କରାଯିବ ବୋଲି ସେ କହିଛନ୍ତି।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିର ବିଜୟ ପାଇଁ ମମତା ବାନାର୍ଜୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ କୋଭିଡ ମହାମାରୀ ମୁକାବିଲା କରିବା ପାଇଁ କେନ୍ଦ୍ର ରାଜ୍ୟକୁ ସମସ୍ତ ପ୍ରକାର ସାହାଯ୍ୟ କରିବ।

https://twitter.com/narendramodi/status/1388855746448695299?s=20

Mamata Banerjee West Bengal Election 2021