Advertisment

ରୋହିଙ୍ଗ୍ୟା ପ୍ରବାସୀ ଦେଶ ପାଇଁ ବଡ଼ ବୋଝ: ଶେଖ୍‌ ହସିନା

ନୂଆଦିଲ୍ଲୀ: ‘ରୋହିଙ୍ଗ୍ୟା ପ୍ରବାସୀ ଦେଶ ପାଇଁ ବଡ଼ ବୋଝ ପାଲଟିଛନ୍ତି। ଏହି ସମସ୍ୟାର ସମାଧାନ କେବଳ ଭାରତ ହିଁ କରିପାରିବ। ସେ ହିଁ ଏହି ସମସ୍ୟା ସମାଧାନର ବାଟ ଖୋଜି ବାହାର କରିପାରିବ।’ ଆଜି ଏଭଳି କିଛି କହିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା। ଆସନ୍ତା ୫ ତାରିଖରେ ଭାରତ ଗସ୍ତରେ ଆସିବେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା। ତେବେ ଭାରତ ଗସ୍ତ ପୂର୍ବରୁ ସେ ରୋହିଙ୍ଗ୍ୟା ମୁସଲମାନଙ୍କୁ ନେଇ ଏକ ବଡ ମନ୍ତବ୍ୟ ଦେଇଛନ୍ତି। ବାଂଲାଦେଶରେ […]

ଅଦ୍ୟତନ ହୋଇଛି
ରୋହିଙ୍ଗ୍ୟା ପ୍ରବାସୀ ଦେଶ ପାଇଁ ବଡ଼ ବୋଝ: ଶେଖ୍‌ ହସିନା

Sheikh Hasina

Advertisment

ନୂଆଦିଲ୍ଲୀ: 'ରୋହିଙ୍ଗ୍ୟା ପ୍ରବାସୀ ଦେଶ ପାଇଁ ବଡ଼ ବୋଝ ପାଲଟିଛନ୍ତି। ଏହି ସମସ୍ୟାର ସମାଧାନ କେବଳ ଭାରତ ହିଁ କରିପାରିବ। ସେ ହିଁ ଏହି ସମସ୍ୟା ସମାଧାନର ବାଟ ଖୋଜି ବାହାର କରିପାରିବ।' ଆଜି ଏଭଳି କିଛି କହିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା।

Advertisment

ଆସନ୍ତା ୫ ତାରିଖରେ ଭାରତ ଗସ୍ତରେ ଆସିବେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା। ତେବେ ଭାରତ ଗସ୍ତ ପୂର୍ବରୁ ସେ ରୋହିଙ୍ଗ୍ୟା ମୁସଲମାନଙ୍କୁ ନେଇ ଏକ ବଡ ମନ୍ତବ୍ୟ ଦେଇଛନ୍ତି। ବାଂଲାଦେଶରେ ଏକ ଲକ୍ଷରୁ ଅଧିକ ରୋହିଙ୍ଗ୍ୟା ଅଛନ୍ତି। ତେଣୁ ଅନ୍ତର୍ଜାତୀୟ ସମ୍ପ୍ରଦାୟ ଓ ପଡୋଶୀ ଦେଶ ଏନେଇ କିଛି ପଦକ୍ଷେପ ନେବା ଉଚିତ।

ରୋହିଙ୍ଗ୍ୟା ପ୍ରବାସୀଙ୍କ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିବା ପାଇଁ ବାଂଲାଦେଶ ସରକାର କ୍ରମାଗତ ଭାବେ ଆନ୍ତର୍ଜାତୀୟ ସମୁଦାୟ ସହିତ କଥାବାର୍ତ୍ତା କରୁଛନ୍ତି। ବାଂଲାଦେଶରେ ଲକ୍ଷ ଲକ୍ଷ ରୋହିଙ୍ଗ୍ୟାଙ୍କ ଉପସ୍ଥିତି ତାଙ୍କ ଶାସନ ପାଇଁ ଆହ୍ୱାନ ସୃଷ୍ଟି କରିଛି। ତେଣୁ ଭାରତ ସମେତ ଅନ୍ତର୍ଜାତୀୟ ସମୁଦାୟ ଏମାନ ବାବଦରେ କିଛି ପଦକ୍ଷେପ ଗ୍ରହଣ କରିବା ଜରୁରୀ, ଯାହା ଦ୍ୱାରା ସେମାନେ ନିଜ ଘରକୁ ଫେରିପାରିବେ ବୋଲି ଶେଖ୍‌ ହସିନା କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ମାନବିକତା ଭିତ୍ତିରେ ଆମେ ରୋହିଙ୍ଗ୍ୟାଙ୍କୁ ଆଶ୍ରୟ ଦେଇଥିଲୁ। ତାଙ୍କୁ ସବୁକିଛି ଯୋଗାଇଥିଲୁ। କୋଭିଡ ମହାମାରୀରେ ଆମେ ସମସ୍ତ ରୋହିଙ୍ଗ୍ୟାଙ୍କୁ ଟିକାକରଣ ମଧ୍ୟ କରାଇଥିଲୁ। କିନ୍ତ ସେମାନେ ଏଠାରେ ଏଭଳି କେତେ ଦିନ ରହିବେ। ସେମାନେ କ୍ୟାମ୍ପ ତିଆରି କରି ବାସ କରୁଛନ୍ତି। ଏଭଳି ପରିସ୍ଥିତିରେ ଯେତେ ଶୀଘ୍ର ସେମାନେ ନିଜ ଦେଶରେ ପହଞ୍ଚିବେ ସେତେ ଭଲ ବୋଲି କହିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ।

https://twitter.com/ANI/status/1566283493499252736?s=20&t=PFhvhuOoWEnumu2LefpGgg

ରୋହିଙ୍ଗ୍ୟ ପ୍ରସଙ୍ଗ ଉଠାଇବା ସହ ଶେଖ ହସିନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି। ରୁଷ-ୟୁକ୍ରେନ୍ ଯୁଦ୍ଧ ସମୟରେ ପୂର୍ବ ୟୁରୋପରେ ଫସିଥିବା ବାଂଲାଦେଶୀ ଛାତ୍ରଙ୍କୁ ଉଦ୍ଧାର କରିବାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପଦକ୍ଷେପକୁ ସେ ତାରିଫ କରିଛନ୍ତି। ସେ କହିଛନ୍ତି, 'ଭାରତ ସରକାରଙ୍କ ସମର୍ଥନରେ ବାଂଲାଦେଶୀ ନାଗରିକଙ୍କୁ ଅନେକ ସାହାଯ୍ୟ ମିଳିଛି। ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ବାଂଲାଦେଶ ଛାତ୍ରଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ଆମର ଅନେକ ସହଯୋଗ କରିଛନ୍ତି।'

ମୋଦିଙ୍କୁ ଧନ୍ୟବାଦ ଦେଇ ହସିନା କହିଛନ୍ତି 'ମୁଁ ବାସ୍ତବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜ ତରଫରୁ ଧନ୍ୟବାଦ ଜ୍ଞାପନ କରିବାକୁ ଚାହୁଁଛି। ସେ ରୁଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ସମୟରେ ଆମର ଅନେକ ଛାତ୍ରକୁ ଭାରତୀୟ ଛାତ୍ରଙ୍କ ସହ ସେଠାରୁ ଉଦ୍ଧାର କରିବାରେ ସାହାଯ୍ୟ କରିଛନ୍ତି। ବିପଦ ସମୟରେ ସେ ପ୍ରକୃତ ବନ୍ଧୁତ୍ୱ ଦେଖାଇଛନ୍ତି। ଭାରତ ହେଉଛି 'ଟେଷ୍ଟେଡ୍‌ ଫ୍ରେଣ୍ଡ' ବୋଲି ହସିନା କହିଛନ୍ତି।' ଏଥିସହ କରୋନା ସମୟରେ ଭାରତ ଦ୍ୱାରା ଆରମ୍ଭ କରାଯାଇଥିବା ଭ୍ୟାକ୍ସି ମୈତ୍ରୀ କାର୍ଯ୍ୟକ୍ରମକୁ ମଧ୍ୟ ତାରିଫ କରିଛନ୍ତି ହସିନା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe