Advertisment

ମଝି ଆକାଶରେ ପାଇଲଟଙ୍କୁ ହୃଦଘାତ, ଥିଲେ ୧୨୬ ଯାତ୍ରୀ

ନାଗପୁର: ୧୨୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନର ପାଇଲଟଙ୍କୁ ଅଚାନକ ହୃଦଘାତ ହୋଇଛି। ବାଂଲାଦେଶର ଏହି ବିମାନ ମଝି ଆକାଶରେ ଉଡୁଥିବା ବେଳେ ପାଇଲଟ ହୃଦଘାତର ଶିକାର ହୋଇଛନ୍ତି। ଏହାପରେ ନାଗପୁରରେ ବିମାନଟି ଜରୁରୀକାଳୀନ ଅବତରଣ କରିଛି। ତେବେ ପାଇଲଟ ଏବଂ ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କ୍ରିଉ ମେମ୍ୱର ସୁରକ୍ଷିତ ରହିଥିବା ସୂଚନା ରହିଛି। ମିଳିଥିବା ସୂଚନା ଅନୁଯାୟୀ ବାଂଲାଦେଶର ଏହି ବିମାନ ମୋସ୍କଟ ଯାଉଥିଲା। ବିମାନଟି ଭାରତ ଉପରେ ଯାଉଥିବା ବେଳେ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ପୁଣି ଝୁଲିଲା ଅନ୍ତର୍ଜାତୀୟ ବିମାନ ସେବା ନିଷ୍ପତ୍ତି

BANGLADESH-FLIGHT

ନାଗପୁର: ୧୨୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନର ପାଇଲଟଙ୍କୁ ଅଚାନକ ହୃଦଘାତ ହୋଇଛି। ବାଂଲାଦେଶର ଏହି ବିମାନ ମଝି ଆକାଶରେ ଉଡୁଥିବା ବେଳେ ପାଇଲଟ ହୃଦଘାତର ଶିକାର ହୋଇଛନ୍ତି। ଏହାପରେ ନାଗପୁରରେ ବିମାନଟି ଜରୁରୀକାଳୀନ ଅବତରଣ କରିଛି। ତେବେ ପାଇଲଟ ଏବଂ ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କ୍ରିଉ ମେମ୍ୱର ସୁରକ୍ଷିତ ରହିଥିବା ସୂଚନା ରହିଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ ବାଂଲାଦେଶର ଏହି ବିମାନ ମୋସ୍କଟ ଯାଉଥିଲା। ବିମାନଟି ଭାରତ ଉପରେ ଯାଉଥିବା ବେଳେ ପାଇଲଟଙ୍କୁ ହୃଦଘାତ ହୋଇଛି। ଏହି ସମୟରେ ବିମାନଟି ରାୟପୁର ପାଖରେ ଥିଲା। ଏହାପରେ ବିମାନଟି କୋଲକାତା ଏଟିଏସକୁ ବିମାନରେ ଘଟିଥିବା ଘଟଣା ବାବଦରେ ଅବଗତ କରାଇଥିଲା। ଜରୁରୀକାଳୀନ ଭାବରେ ଅବତରଣ କରିବାକୁ ଚାହୁଁଛି ବୋଲି କହିଥିଲା। ହେଲେ କୋଲକାତା ଏଟିଏସ ବିମାନକୁ ନାଗପୁରରେ ଅବତରଣ କରିବାକୁ କହିଥିଲେ। ଯାହାକି ବିମାନ ପାଇଁ ସବୁଠାରୁ ପାଖ ଥିଲା। ପରେ ବିମାନଟି ୧୧ଟା ୪୦ ମିନିଟ ସମୟରେ ନାଗପୁରରେ ଜରୁରୀକାଳୀନ ଭାବରେ ଅବତରଣ କରିଛି। ପାଇଲଟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।