/odisha-reporter/media/post_attachments/uploads/2022/06/bank-manager-from-rajasthan-shot-dead.jpg)
bank-manager-from-rajasthan-shot-dead
ଶ୍ରୀନଗର: ଥମୁନି ଜମ୍ମୁକଶ୍ମୀରରେ ଟାର୍ଗେଟ୍ କିଲିଂ ମାମଲା। ଆତଙ୍କବାଦୀମାନେ ଲଗାତର ହିନ୍ଦୁମାନଙ୍କୁ ଟାର୍ଗେଟ କରୁଛନ୍ତି। ଏବେ ପୁଣି ଥରେ ଘାଟିରେ ଆଉ ଜଣେ ହିନ୍ଦୁଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଗୁରୁବାର ଜମ୍ମୁକଶ୍ମୀରର କୁଲଗାମରେ ଆତଙ୍କବାଦୀମାନେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ଉପରକୁ ଗୁଳି ମାଡ କରିଛନ୍ତି। ଏହି ଆକ୍ରମଣରେ ବ୍ୟାଙ୍କ ମ୍ୟାନେଜର ବିଜୟ କୁମାରଙ୍କ ମୃତ୍ୟୁ ହୋଇଛି। ବିଜୟ କୁମାର ରାଜସ୍ଥାନର ବାସିନ୍ଦା ଥିଲେ।
/odisha-reporter/media/post_attachments/aajtak/images/story/202206/bank-sixteen_nine.jpg)
ମିଳିଥିବା ସୂଚନା ଅନୁଯାୟୀ କୁଲଗାମ ଜିଲ୍ଲାର ଆରେହ ମୋହନପୋରାରେ ଅବସ୍ଥିତ ସ୍ଥାନୀୟ ଦେହାତି ବ୍ୟାଙ୍କରେ ଆତଙ୍କବାଦୀମାନେ ବ୍ୟାଙ୍କ ମ୍ୟାନେଜରଙ୍କ ଉପରକୁ ଗୁଳି ମାଡଥିଲେ। ଏହି ଆତଙ୍କବାଦୀ ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ। ପରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୂରା ଅଞ୍ଚଳକୁ ସିଲ୍ କରି ତଦନ୍ତ ଆରମ୍ଭ କରିଛି।
ଏହା ପୂର୍ବରୁ ଆତଙ୍କବାଦୀମାନେ କୁଲଗାମର ଏକ ହାଇସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀଙ୍କୁ ଗୁଳିମାଡ କରିଥିଲେ। ସେ ଜଣେ କଶ୍ମୀର ପଣ୍ଡିତ ଥିଲେ। ଘାଟିରେ ଆତଙ୍କବାଦୀମାନେ ଲଗାତର ହିନ୍ଦୁ ନାଗରିକ ଓ ସରକାରୀ କର୍ମଚାରୀଙ୍କୁ ଟାର୍ଗେଟ କରୁଛନ୍ତି। ନିକଟରେ ବଡଗାମରେ କଶ୍ମୀର ପଣ୍ଡିତ ରାହୁଲ ଭଟ୍ଟ ଏବଂ ଶିକ୍ଷୟିତ୍ରୀଙ୍କ ହତ୍ୟାକୁ ବିରୋଧ କରି ବଡଧରଣର ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ସମସ୍ତ ପ୍ରବାସୀ ସରକାରୀ କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନାକୁ ସ୍ଥାନାନ୍ତର କରିବା ପାଇଁ କଶ୍ମୀର ପଣ୍ଡିତମାନେ ଦାବି କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
