Advertisment

ବିଜେପି ବିଧାୟକଙ୍କ ଅଜବ ବୟାନ: ବିଲକିସ୍‌ ବାନୋଙ୍କ ଦୁଷ୍କର୍ମକାରୀ ବ୍ରାହ୍ମଣ, ସେମାନେ ସଂସ୍କାରୀ

ନୂଆଦିଲ୍ଲୀ: ଗୁଜରାଟ ଦଙ୍ଗା ବେଳେ ବିଲକିସ୍‌ ବାନୋଙ୍କୁ ଗଣଦୁଷ୍କର୍ମ ଓ ତାଙ୍କ ପରିବାର ୬ ଜଣଙ୍କୁ ହତ୍ୟା କରିବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣ ବ୍ୟକ୍ତିଙ୍କୁ ଏବେ ରାଜ୍ୟ ସରକାର ଜେଲରୁ ଖଲାସ କରି ଦେଇଛନ୍ତି। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଗୋଧ୍ରାର ବିଜେପି ବିଧାୟକ ସିକେ ରାଉଲଜୀ ଅଜବ ବୟାନ ଦେଇଛନ୍ତି। ଦୁଷ୍କର୍ମକାରୀମାନେ ବ୍ରାହ୍ମଣ ଓ ସେମାନେ ଉତ୍ତମ ସଂସ୍କାରୀ ବୋଲି ସେ କହିଛନ୍ତି। ଜେଲରୁ ବାହାରିବା ପରେ ସମସ୍ତଙ୍କୁ ଫୁଲମାଳ […]

author-image
Hemant Lenka
ବିଜେପି ବିଧାୟକଙ୍କ ଅଜବ ବୟାନ: ବିଲକିସ୍‌ ବାନୋଙ୍କ ଦୁଷ୍କର୍ମକାରୀ ବ୍ରାହ୍ମଣ, ସେମାନେ ସଂସ୍କାରୀ

BJP

ନୂଆଦିଲ୍ଲୀ: ଗୁଜରାଟ ଦଙ୍ଗା ବେଳେ ବିଲକିସ୍‌ ବାନୋଙ୍କୁ ଗଣଦୁଷ୍କର୍ମ ଓ ତାଙ୍କ ପରିବାର ୬ ଜଣଙ୍କୁ ହତ୍ୟା କରିବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣ ବ୍ୟକ୍ତିଙ୍କୁ ଏବେ ରାଜ୍ୟ ସରକାର ଜେଲରୁ ଖଲାସ କରି ଦେଇଛନ୍ତି। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଗୋଧ୍ରାର ବିଜେପି ବିଧାୟକ ସିକେ ରାଉଲଜୀ ଅଜବ ବୟାନ ଦେଇଛନ୍ତି।

Advertisment

ଦୁଷ୍କର୍ମକାରୀମାନେ ବ୍ରାହ୍ମଣ ଓ ସେମାନେ ଉତ୍ତମ ସଂସ୍କାରୀ ବୋଲି ସେ କହିଛନ୍ତି। ଜେଲରୁ ବାହାରିବା ପରେ ସମସ୍ତଙ୍କୁ ଫୁଲମାଳ ଦେଇ ସ୍ୱାଗତ କରାଯାଇଥିଲା। ଏହାକୁ ନେଇ ସାଧାରଣ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି। ହେଲେ ବିଜେପିର ଜଣେ ବିଧାୟକ ଖୋଲାଖୋଲି ଭାବେ ଦୁଷ୍କର୍ମକାରୀଙ୍କୁ ସମର୍ଥନ କରିବା ଘଟଣାରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।

ଦୁଷ୍କର୍ମକାରୀଙ୍କୁ ଜେଲରୁ ଖଲାସ କରିବା ଉପରେ ବିଚାର କରିବା ପାଇଁ ଗୁଜରାଟ ସରକାର ଗୋଟିଏ ପ୍ୟାନେଲ ଗଠନ କରିଥିଲେ। ଏଥିରେ ରହିଥିବା ଦୁଇ ଜଣ ବିଜେପି ନେତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସିକେ ରାଉଲଜୀ। ୧୧ ଜଣ ଦୁଷ୍କର୍ମକାରୀଙ୍କ ମଧ୍ୟରୁ ଜଣେ ରାଜକ୍ଷମା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ସୁପ୍ରିମକୋର୍ଟ ଏହାର ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ିଥିଲେ। ରାଜ୍ୟ ସରକାର ପ୍ୟାନେଲ ଗଠନ କରି ଶେଷରେ ସମସ୍ତ ୧୧ ଦୁଷ୍କର୍ମକାରୀଙ୍କୁ ସ୍ୱାଧୀନତା ଦିବସ ଦିନ ଜେଲରୁ ଖଲାସ କରିଥିଲେ।

Advertisment

ଏବେ ବିବାଦ ଚାଲିଥିବା ବେଳେ ସିକେ ରାଉଲଜୀ କହିଛନ୍ତି, “ମୁଁ ଜାଣିନି ସେମାନେ ଅପରାଧ କରିଛନ୍ତି କି ନାହିଁ। କିନ୍ତୁ ଅପରାଧ ଘଟାଇବା ପାଇଁ ଉଦ୍ଦେଶ୍ୟ ରହିଥିବା ଦରକାର। ସେମାନେ ସମସ୍ତେ ବ୍ରାହ୍ମଣ। ବ୍ରାହ୍ମଣମାନେ ବେଶ ସଂସ୍କାରୀ ବୋଲି ସମସ୍ତେ ଜାଣିଛନ୍ତି। ସମ୍ଭବତଃ କେହି ସେମାନଙ୍କୁ ଜାଣିଶୁଣି ଫସାଇ ଦଣ୍ଡିତ କରିବାକୁ ମନ୍ଦ ଉଦ୍ଦେଶ୍ୟ ରଖିଥିଲା। ଜେଲରେ ରହିବା ବେଳେ ସେମାନଙ୍କ ବ୍ୟବହାର ଅତ୍ୟନ୍ତ ଭଲ ଥିଲା।” ବିଧାୟକଙ୍କ ଏପରି ବୟାନ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ବିଭିନ୍ନ ମହଲରେ ନିନ୍ଦା ମଧ୍ୟ କରାଯାଉଛି।


ସ୍ୱାଧୀନତା ଦିବସ ଦିନ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ପରେ ମହିଳା ସମ୍ମାନ ଓ ସଶକ୍ତୀକରଣ ସମ୍ପର୍କରେ ଭାଷଣ ଦେଇଥିଲେ। ହେଲେ ଏହାର କିଛି ସମୟ ପରେ ହିଁ ବିଜେପି ଶାସିତ ଗୁଜରାଟ ସରକାର ୧୧ ଦୁଷ୍କର୍ମକାରୀଙ୍କୁ ଜେଲରୁ ଖଲାସ କରିଥିଲେ।