Advertisment

ଟିଏମସି କର୍ମୀଙ୍କ ଆକ୍ରମଣରେ ଲହୁଲୁହାଣ ବୃଦ୍ଧାଙ୍କ ମୃତ୍ୟୁ

କୋଲକାତା: ଘରେ ପଶି ଟିଏମସି କର୍ମୀଙ୍କ ଆକ୍ରମଣରେ ଲହୁଲୁହାଣ ହୋଇଥିବା ବୃଦ୍ଧା ଶୋଭା ମଜୁମଦାରଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ବିଜେପି କର୍ମୀ ଗୋପାଳ ମଜୁମଦାରଙ୍କ ମା’। ନିକଟରେ ଟିଏମସି କର୍ମୀ ତାଙ୍କ ଗୋପାଳଙ୍କ ଘର ଭିତରେ ପଶି ଉଭୟ ଗୋପାଳ ଏବଂ ତାଙ୍କ ମା’ଙ୍କୁ ମାଡ଼ ମାରିଥିଲେ। ଏଥିରେ ଉଭୟ ଲହୁ ଲୁହାଣ ହୋଇଥିଲେ। ଚାରି ଦିନ ତଳେ ଶୋଭା ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଥିଲେ। ଶୋଭାଙ୍କ ମୃତ୍ୟୁ ପରେ ପଶ୍ଚିମବଙ୍ଗ ରାଜନୀତି […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଟିଏମସି କର୍ମୀଙ୍କ ଆକ୍ରମଣରେ ଲହୁଲୁହାଣ ବୃଦ୍ଧାଙ୍କ ମୃତ୍ୟୁ

shiva-majumdar

କୋଲକାତା: ଘରେ ପଶି ଟିଏମସି କର୍ମୀଙ୍କ ଆକ୍ରମଣରେ ଲହୁଲୁହାଣ ହୋଇଥିବା ବୃଦ୍ଧା ଶୋଭା ମଜୁମଦାରଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ବିଜେପି କର୍ମୀ ଗୋପାଳ ମଜୁମଦାରଙ୍କ ମା’। ନିକଟରେ ଟିଏମସି କର୍ମୀ ତାଙ୍କ ଗୋପାଳଙ୍କ ଘର ଭିତରେ ପଶି ଉଭୟ ଗୋପାଳ ଏବଂ ତାଙ୍କ ମା’ଙ୍କୁ ମାଡ଼ ମାରିଥିଲେ। ଏଥିରେ ଉଭୟ ଲହୁ ଲୁହାଣ ହୋଇଥିଲେ। ଚାରି ଦିନ ତଳେ ଶୋଭା ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଥିଲେ।

Advertisment

ଶୋଭାଙ୍କ ମୃତ୍ୟୁ ପରେ ପଶ୍ଚିମବଙ୍ଗ ରାଜନୀତି ମଧ୍ୟ ସରଗରମ ହୋଇଛି। ରାଜ୍ୟରେ ଟିଏମସି ହିଂସାକୁ ବଢ଼ାଉଛି। ମମତାଙ୍କ ଶାସନରେ ଝିଅ, ବୋହୂ କେହି ସୁରକ୍ଷିତ ନୁହନ୍ତି କହି ବିଜେପି ଟିଏମସି ବିରୋଧରେ ଜୋରଦାର ହମଲା କରିଛି। ତେବେ ମା, ମାଟି ମାନୁଷର ନାରା ଦେଉଥିବା ଟିଏମସି ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି। ବୃଦ୍ଧା ଜଣଙ୍କ କେମିତି ମୃତ୍ୟୁ ବରଣ କଲେ ସେ ବାବଦରେ ଜାଣିନଥିବା ଟିଏମସି ସୁପ୍ରିମୋ କହିଛନ୍ତି।

https://twitter.com/AmitShah/status/1376422347465494529?s=20

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଶୋଭାଙ୍କ ମୃତ୍ୟୁକୁ ନେଇ ଟ୍ୱିଟ୍ କରିଛନ୍ତି। ଶୋଭାଙ୍କ ମୃତ୍ୟୁରେ ସେ ଦୁଃଖ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ପଶ୍ଚିମବଙ୍ଗ ହିଂସା ମୁକ୍ତ ରାଜ୍ୟ ହେବ ବୋଲି ଶାହ କହିଛନ୍ତି। ସେହିପରି ବିଜେପି ସଭାପତି ଜେପି ନଡ୍ଡା କହିଛନ୍ତି, ଗୋପାଳ ବିଜେପି କର୍ମୀ ହୋଇଥିବାରୁ ଟିଏମସି କର୍ମୀ ଶୋଭାଙ୍କ ଉପରେ ଆକ୍ରମଣ କରିଥିଲେ। ତାଙ୍କର ଏହି ବଳିଦାନ ସବୁଦିନ ପାଇଁ ମନେ ରହିବ ବୋଲି ନଡ୍ଡା କହିଛନ୍ତି।

Advertisment

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ମୋଟ୍ ୮ଟି ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମେ ୨୭ରେ ଶେଷ ହୋଇଛି। ମୋଟ୍ ୩୦ଟି ଆସନ ପାଇଁ ମତଦାନ ସରିଛି।

ଏବେ ଏପ୍ରିଲ ୨ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ଏହି ପର୍ଯ୍ୟାୟରେ ନନ୍ଦିଗ୍ରାମ ଆସନ ରହିଛି। ନନ୍ଦିଗ୍ରାମ ବିଧାନସଭା ନିର୍ବାଚନ ଉପରେ ଏବେ ସାରା ଦେଶର ନଜର ରହିଛି। କାରଣ ଏଠାରୁ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଶୁଭେନ୍ଦୁ ଅଧିକାରୀ। ଯିଏକି ମମତାଙ୍କ ଘନିଷ୍ଠ ସହଯୋଗୀ ଥିଲେ। ନିର୍ବାଚନ ପୂର୍ବରୁ ସେ ତାଙ୍କ ମନ୍ତ୍ରୀ ପଦ ଓ ବିଧାୟକ ପଦରୁ ଇସ୍ତଫା ଦେଇ ଟିଏମସିରେ ସାମିଲ୍ ହୋଇଛନ୍ତି।

West Bengal West Bengal Assembly Election West Bengal Election 2021