Advertisment

ଏହି ସ୍ଥାନରୁ ନିର୍ବାଚନ ଲଢ଼ିବେ ପୂର୍ବତନ ପୁଲିସ୍‌ କମିଶନର

କୋଲକାତା: ଗୋଲି ମାରୋ ନାରାକୁ କେନ୍ଦ୍ର କରି ବିଜେପି କର୍ମୀମାନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିବା ଚନ୍ଦନନଗରର ପୂର୍ବତନ ପୁଲିସ୍‌ କମିଶନର ହୁମାୟୁନ କବିର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲଢ଼ିବେ। ତାଙ୍କୁ ଆଜି ରାଜ୍ୟର କ୍ଷତମାସୀନ ଟିଏମସି ନିର୍ବାଚନ ଲଢ଼ିବାକୁ ଟିକେଟ୍‌ ଦେଇଛି। ତାଙ୍କ ପ୍ରାର୍ଥୀତ୍ୱ ଘୋଷଣା କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, କବିର ଦେବ୍ରା ନିର୍ବାଚନ ମଣ୍ଡଳୀରୁ ଚଳିତ ବିଧାନସଭାରେ ଟିଏମସିର ପ୍ରାର୍ଥୀ ହୋଇଛନ୍ତି। ସୂଚନାଯୋଗ୍ୟ, କବିର ଚଳିତ ବର୍ଷ ଜାନୁଆରୀ ମାସରେ ପୁଲିସ୍‌ […]

author-image
Hemant Lenka
ଅଦ୍ୟତନ ହୋଇଛି
ଏହି ସ୍ଥାନରୁ ନିର୍ବାଚନ ଲଢ଼ିବେ ପୂର୍ବତନ ପୁଲିସ୍‌ କମିଶନର

Humayun-Kabir

କୋଲକାତା: ଗୋଲି ମାରୋ ନାରାକୁ କେନ୍ଦ୍ର କରି ବିଜେପି କର୍ମୀମାନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିବା ଚନ୍ଦନନଗରର ପୂର୍ବତନ ପୁଲିସ୍‌ କମିଶନର ହୁମାୟୁନ କବିର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲଢ଼ିବେ। ତାଙ୍କୁ ଆଜି ରାଜ୍ୟର କ୍ଷତମାସୀନ ଟିଏମସି ନିର୍ବାଚନ ଲଢ଼ିବାକୁ ଟିକେଟ୍‌ ଦେଇଛି। ତାଙ୍କ ପ୍ରାର୍ଥୀତ୍ୱ ଘୋଷଣା କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, କବିର ଦେବ୍ରା ନିର୍ବାଚନ ମଣ୍ଡଳୀରୁ ଚଳିତ ବିଧାନସଭାରେ ଟିଏମସିର ପ୍ରାର୍ଥୀ ହୋଇଛନ୍ତି।

Advertisment

ସୂଚନାଯୋଗ୍ୟ, କବିର ଚଳିତ ବର୍ଷ ଜାନୁଆରୀ ମାସରେ ପୁଲିସ୍‌ ସେବାରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ଏହାପରେ ସେ ବିଧିବଦ୍ଧ ଭାବେ ଟିଏମସିରେ ସାମିଲ ହୋଇଥିଲେ। ଆଜି ମମତା ବାନାର୍ଜୀ ୨୭ ତାରିଖରୁ ଆରମ୍ଭ ହେଉଥିବା ପଶ୍ଚିମବଙ୍ଗ ବିଧାନସଭାର ୨୯୧ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ଏହା ମଧ୍ୟରେ କବିରଙ୍କ ନାଁ ମଧ୍ୟ ରହିଛି। କବିରଙ୍କ ଆଇପିଏସ ଭାବେ କାର୍ଯ୍ୟକାଳ ଏପ୍ରିଲ ମାସରେ ଶେଷ ହେବାର ଥିଲା। ତେବେ ସେ ଜାନୁଆରୀ ୩୦ରେ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ତାଙ୍କ ପତ୍ନୀ ଅନିନଦିତା କବିର ପୂର୍ବରୁ ହିଁ ଟିଏମସିରେ ଅଛନ୍ତି।

ଅନ୍ୟପକ୍ଷରେ ଚଳିତ ବର୍ଷ ମମତା ତାଙ୍କର ପାରମ୍ପରିକ ଭବାନୀପୁର ଆସନ ପରିବର୍ତ୍ତେ ନନ୍ଦିଗ୍ରାମରୁ ନିର୍ବାଚନ ଲଢ଼ିବେ। ଏଠାରେ ତାଙ୍କର ସିଧାସଳଖ ମୁକାବିଲା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ସହ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଶୁଭେନ୍ଦୁ ଟିଏମସିର ବରିଷ୍ଠ ନେତା। କିନ୍ତୁ ଡିସେମ୍ବର ମାସରେ ସେ ଟିଏମସିକୁ ବାଏବାଏ କହି ବିଜେପିରେ ମିଶିଛନ୍ତି।

Advertisment

ମାର୍ଚ୍ଚ ୨୭ରୁ ଆରମ୍ଭ ହେଉଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଏପ୍ରିଲ ୨୯ ଯାଏ ୮ ପର୍ଯ୍ୟାୟରେ ଚାଲିବ। ମେ’ ୨ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

West Bengal Assembly Election