ସ୍ମାର୍ଟ ଫୋନ କିଣିବା ଲାଗି ରକ୍ତ ବିକିବାକୁ ୩୦ କିମି ଗଲା ନାବାଳିକା

କୋଲକାତା: ଚକିତ ଓ ବିବ୍ରତ କଲା ଭଳି ଘଟଣାଟିଏ। ଦାରିଦ୍ର୍ୟର ପ୍ରତିବନ୍ଧକ ସତ୍ତ୍ୱେ ଜଣେ ନିଜ ଲକ୍ଷ ହାସଲ ପାଇଁ କେତେ କଣ କରିପାରେ ତାର ଏକ ହୃଦୟ ବିଗଳିତ ଚିତ୍ର ସାମ୍ନାକୁ ଆସିଛି। ୫ ନୁହଁକି ୧୦ ନୁହଁ ମୋବାଇଲ ଫୋନ୍‌ ପାଇଁ ଜଣେ ନାବାଳିକା ରକ୍ତ ବିକିବାକୁ ୩୦ କିମି ଯାତ୍ରା କରିବା ଚର୍ଚ୍ଚାର ବିଷୟ ପାଲଟିଛି। ଏମିତି ଏକ ସମ୍ବେଦନଶୀଳ ଘଟଣା ପଶ୍ଚିମବଙ୍ଗରୁ ଆସିଛି। ନିଜ ରକ୍ତ ବିକ୍ରୟ କରି ସ୍ମାର୍ଟଫୋନ୍‌ଟିଏ କିଣିବା […]

mobile video

  • Published: Thursday, 20 October 2022
  • , Updated: 20 October 2022, 02:06 PM IST

କୋଲକାତା: ଚକିତ ଓ ବିବ୍ରତ କଲା ଭଳି ଘଟଣାଟିଏ। ଦାରିଦ୍ର୍ୟର ପ୍ରତିବନ୍ଧକ ସତ୍ତ୍ୱେ ଜଣେ ନିଜ ଲକ୍ଷ ହାସଲ ପାଇଁ କେତେ କଣ କରିପାରେ ତାର ଏକ ହୃଦୟ ବିଗଳିତ ଚିତ୍ର ସାମ୍ନାକୁ ଆସିଛି। ୫ ନୁହଁକି ୧୦ ନୁହଁ ମୋବାଇଲ ଫୋନ୍‌ ପାଇଁ ଜଣେ ନାବାଳିକା ରକ୍ତ ବିକିବାକୁ ୩୦ କିମି ଯାତ୍ରା କରିବା ଚର୍ଚ୍ଚାର ବିଷୟ ପାଲଟିଛି। ଏମିତି ଏକ ସମ୍ବେଦନଶୀଳ ଘଟଣା ପଶ୍ଚିମବଙ୍ଗରୁ ଆସିଛି। ନିଜ ରକ୍ତ ବିକ୍ରୟ କରି ସ୍ମାର୍ଟଫୋନ୍‌ଟିଏ କିଣିବା ଲାଗି ପଶ୍ଚିମବଙ୍ଗର ଜଣେ ୧୬ ବର୍ଷୀୟ ବାଳିକା ସୋମବାର ଜିଲ୍ଲା ହସ୍ପିଟାଲ୍‌ର ବ୍ଲଡ୍‌ବ୍ୟାଙ୍କ୍‌ରେ ପହଞ୍ଚିଥିଲେ। ତେବେ ରକ୍ତ ବିକିବା ପଛର କାରଣ ପଚାରିବାରୁ ପ୍ରଥମେ ସ୍ମାର୍ଟ ଫୋନ କଥା ଲୁଚାଇଥିଲେ ନାବାଳିକା। ନାବାଳିକା ଜଣକ  ନିଜ ବାପା-ମା ନଥିବା ମିଛ କହିଥିଲେ।  ପରେ ସବୁକଥା କହିଥିଲେ। ଗରିବ ଘର ହୋଇଥିଲେ ମଧ୍ୟ ସ୍ମାର୍ଟ ଫୋନ୍ ବ୍ୟବହାର କରିବାକୁ ଇଚ୍ଛା ଥିଲା। ଏଥିପାଇଁ ସେ ଏକ ସ୍ମାର୍ଟ ଫୋନ୍‌ ଅର୍ଡ଼ର କରଥିଲେ। ଫୋନର ଦାମ ୯୦୦୦ ଟଙ୍କା ପୈଠ ପାଇଁ ତାଙ୍କୁ ଏଭଳି ଏକ ଦୁଃସାହସିକ ପଦକ୍ଷେପ ନେବାକୁ ପଡ଼ିଥିବା କହିଛନ୍ତି। ପଶ୍ଚିମବଙ୍ଗର ଦକ୍ଷିଣ ଦିନାଜପୁର ଜିଲ୍ଲାର ଏହି ନାବାଳିକା ଜଣକ ବସ୍ ଯୋଗେ ପ୍ରାୟ ୩୦ କିଲୋମିଟର ଯାତ୍ରା କରି ସିଧା ବାଲୁରଘାଟ ଜିଲ୍ଲା ଡାକ୍ତରଖାନାରେ ପହଞ୍ଚିଥିଲେ।

ବାଲୁରଘାଟ ଜିଲ୍ଲା ହସ୍ପିଟାଲ୍‌ର କନକ କୁମାର ଦାସ କହନ୍ତି, ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ଜଣେ ବାଳିକା ପହଞ୍ଚି‌ଲା। ଜିଲ୍ଲା ହସ୍ପିଟାଲ୍‌ର ରକ୍ତ ଭଣ୍ଡାର ହୋଇଥିବାରୁ ଆମର ମନେହେଲା ବୋଧହୁଏ ସେ ରକ୍ତ ନେବା ପାଇଁ ଆସିଛି। କିନ୍ତୁ, ବାଳିକାଟି ଯେତେବେଳେ କହିଲା କି, ସେ ରକ୍ତ ବିକିବାକୁ ଆସିଛି, ଆମେ ଆଚମ୍ବିତ ହୋଇଗଲୁ। ଝିଅଟି ନାବାଳିକା ହୋଇଥିବାରୁ ତୁରନ୍ତ ହସ୍ପିଟାଲ୍‌ର କର୍ମଚାରୀମାନେ ଚାଇଲ୍‌ଡ୍‌ କେୟାର୍‌ ଡିପାର୍ଟମେଣ୍ଟ୍‌କୁ ସୂଚନା ଦେଲେ। ସେମାନେ ଆସି ଡାକ୍ତରଖାନାରେ ପହଞ୍ଚିବା ପରେ ପ୍ରକୃତ କଥା ଜଣାପଡ଼ିଥିଲା   ଦ୍ୱାଦଶ ଶ୍ରେଣୀରେ ପଢୁଥିବା ବାଳିକାଟି ହେଉଛି ଦକ୍ଷିଣ ଦିନାଜପୁର ଅନ୍ତର୍ଗତ ତପନ ଥାନା ଅଧୀନ କର୍ଡାର ବାସିନ୍ଦା। ସେ ଅନ୍‌ଲାଇନ୍‌ରେ ୯୦୦୦ ଟଙ୍କା ମୂଲ୍ୟର ସ୍ମାର୍ଟଫୋନ୍‌ଟିଏ ପାଇଁ ଅର୍ଡ଼ର ଦେଇଥିଲା। ଏତେ ପରିମାଣର ଟଙ୍କା ଯୋଗାଡ଼ କରିବା ତାପକ୍ଷେ ସମ୍ଭବ ହେଲାନାହିଁ। ତେଣୁ, ସେ ବଲୁରହାଟ୍‌ ଡାକ୍ତରଖାନା ଯାଇ ରକ୍ତ ବିକ୍ରୟ କରି ଟଙ୍କା ଆଣିବାକୁ ନିଷ୍ପତି ନେଇଥିଲା।

ସୂଚନା ପାଇବା ପରେ ଚାଇଲ୍ଡ ଲାଇନ୍ କର୍ମଚାରୀ ନାବାଳିକାକୁ ନିଜ ହେପାଜତକୁ ନେଇଥିଲେ ଏବଂ ତାଙ୍କ ପିତାମାତାଙ୍କୁ ଜଣାଇଥିଲେ। ତାଙ୍କ ପିତା ଜଣେ ପନିପରିବା ବିକ୍ରେତା। ପୂର୍ବରୁ ନାବାଳିକା ପାଖରେ ଏକ ସ୍ମାର୍ଟ ଫୋନ ଥିଲା। ହେଲେ ଏହା ଭାଙ୍ଗଯିବାରୁ  ସେ ରବିବାର ଜଣେ ବନ୍ଧୁଙ୍କ ମୋବାଇଲ୍ ଫୋନରୁ ୯୦୦୦ ଟଙ୍କା ମୂଲ୍ୟର ସ୍ମାର୍ଟଫୋନ୍ ଅର୍ଡର କରିଥିଲେ। ଝିଅର ବାପା ଏ ବିଷୟରେ କିଛି ଜାଣି ନଥିବା କହିଛନ୍ତି। ସେ କହିଛନ୍ତି ଯେ, ମେଡିକାଲରେ  ତାଙ୍କ ଝିଅ ଥିବା ଖବର ପାଇବା ପରେ ସେ ମୋବାଲ ଫୋନ କଥା ଜାଣିବାକୁ ପାଇଥିଲେ। ନାବାଳିକା ଜଣକର ମାନସିକ ସ୍ୱାସ୍ଥ୍ୟ ଭଲ ନଥିବା ଜଣାପଡ଼ିଛି। ଏବେ ସେ କିଛି ଦିନ ପାଇଁ ଚାଇଲ୍‌ଡ୍‌ କେୟାର୍‌ ଅଧୀନରେ ରହିବେ। ତାଙ୍କ ସ୍ୱାସ୍ଥ୍ୟ ଭଲ ହେଲେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।

Related story