Advertisment

ଆସାମୀଙ୍କ ଭାବନାକୁ ଆଘାତ ପହଞ୍ଚାଇ ଗିରଫ ହେଲେ ବେଙ୍ଗଲ ଲେଖକ

କୋଲକାତା: ଆସାମୀଙ୍କ ଭାବନାକୁ ଆଘାତ ପହଞ୍ଚାଇ ଗିରଫ ହେଲେ ବେଙ୍ଗଲ ଲେଖକ । ‘ବଂଲା ପୋଖୋ’ ନାମକ ଏକ ଛାପା ଗଣମାଧ୍ୟମରେ ବେଙ୍ଗଲର ରାଜନୈତିକ ସମୀକ୍ଷକ ଗର୍ଗ ଚାଟାର୍ଜୀ   ଆସାମୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପ୍ରକାଶ କରି ଗିରଫ ହୋଇଛନ୍ତି। ଗର୍ଗ ଚାଟାର୍ଜୀଙ୍କ ନାମରେ ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। ଆସାମର ଆହୋମ  ବଂଶର ପ୍ରତିଷ୍ଠାତା ସ୍ୱର୍ଗଦେଉ ସୁଖପାଙ୍କ ବିରୋଧରେ ଚାଟାର୍ଜୀ ନିଜ ଲେଖାରେ  ଆପତ୍ତି ଜନକ ମନ୍ତବ୍ୟ ଦେଇଥିଲେ। […]

ଆସାମୀଙ୍କ ଭାବନାକୁ ଆଘାତ ପହଞ୍ଚାଇ ଗିରଫ ହେଲେ ବେଙ୍ଗଲ ଲେଖକ

asam

Advertisment

କୋଲକାତା: ଆସାମୀଙ୍କ ଭାବନାକୁ ଆଘାତ ପହଞ୍ଚାଇ ଗିରଫ ହେଲେ ବେଙ୍ଗଲ ଲେଖକ । ‘ବଂଲା ପୋଖୋ’ ନାମକ ଏକ ଛାପା ଗଣମାଧ୍ୟମରେ ବେଙ୍ଗଲର ରାଜନୈତିକ ସମୀକ୍ଷକ ଗର୍ଗ ଚାଟାର୍ଜୀ   ଆସାମୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପ୍ରକାଶ କରି ଗିରଫ ହୋଇଛନ୍ତି। ଗର୍ଗ ଚାଟାର୍ଜୀଙ୍କ ନାମରେ ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। ଆସାମର ଆହୋମ  ବଂଶର ପ୍ରତିଷ୍ଠାତା ସ୍ୱର୍ଗଦେଉ ସୁଖପାଙ୍କ ବିରୋଧରେ ଚାଟାର୍ଜୀ ନିଜ ଲେଖାରେ  ଆପତ୍ତି ଜନକ ମନ୍ତବ୍ୟ ଦେଇଥିଲେ।

Advertisment

ଚାଟାର୍ଜୀଙ୍କ ମନ୍ତବ୍ୟ ସୋଶାଲ ମଡିଆରେ ଭାଇରାଲ ହେବା ପରେ  ଆସାମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହା ପରେ ଆସାମରେ ଚାଟର୍ଜୀଙ୍କ ବିରୋଧରେ ଏକାଧିକ ଅଭିଯୋଗ ହୋଇଥିଲା। ପରେ ଆସାମ ପୁଚଲିସ କୋଲକାତାରେ ପହଞ୍ଚି ଚାଟାର୍ଜୀଙ୍କୁ ଖୋଜିଥିଲା। ହେଲେ ପ୍ରଥମେ ତାଙ୍କର ସନ୍ଧାନ ମିଳି ନଥିଲା।  ଏହା ପରେ ଗୌହାଟି ହାଇକୋର୍ଟ ବେଙ୍ଗଲ  ମୁଖ୍ୟ ଶାସନ ସଚିବ ଏବଂ  କୋଲକାତା ପୁଲିସକୁ ଏକ ନୋଟିସ କରିଥିଲେ।  ଆସାମ ପୁଲିସକୁ ବେଲଙ୍ଗଲ ପୁଲିସର ଅସହଯୋଗ ଅଭିଯୋଗ ଉପରେ ହାଇକୋର୍ଟ ଜବାବ ମାଗିଥିଲେ।। ସେପଟା ଚାଟାର୍ଜୀଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଲାଗୁ ହୋଇଥିଲା।

ଏହା ପରେ ଗୌହାଟରି କୋର୍ଟ ଚାଟାର୍ଜୀଙ୍କ ବିରୋଧରେ ପୁଣି ଏକ ଗିରଫ ୱାରେଣ୍ଟି ଜାରି କରିଥିଲେ।  ସେଥିରେ ବେଙ୍ଗଲ ପୁଲିସକୁ ଚାଟାର୍ଜୀଙ୍କୁ ଗିରଫ ପାଇଁ ନୋଟିସ ହୋଇଥିଲା।  ଗୌହାଟି ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କୋଲକା‌ର ପୁଲିସ ଚାଟାର୍ଜୀଙ୍କୁ ଗିତଫ କରିଥିଲା । ପରେ ଚାଟାର୍ଜୀଙ୍କ ଟ୍ରାଞ୍ଜିଟ ଜାମିନରେ ଆସି ଭିଡିଓ କରି ସୋଶାଲ ମିଡିଆରେ ଆସାମ ଲୋକଙ୍କୁ କ୍ଷମା ମାଗିଥିଲେ।  ଆସନ୍ତା ସେପ୍ଟେମ୍ବର ୧୭ରେ ଏହାର ପରବର୍ତ୍ତୀ ଶୁଣାଣି ରହିଛି । ସୂଚନା ଅନୁଯାୟୀ ଗର୍ଗ ଚାଟାର୍ଜୀ ୨୦୨୦ରେ ଆସାମୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe