/odisha-reporter/media/post_attachments/uploads/2021/04/EVM.jpg)
EVM
କୋଲକାତା: ଆଜି ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି। ସକାଳ ୭ରୁ ୩୧ଟି ବିଧାନସଭା ଆସନ ପାଇଁ ଚାଲିଛି ଭୋଟ ଗ୍ରହଣ। ଏହାରି ଭିତରେ ଏକ ଚିକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ତ୍ରୁଣମୃଳ କଂଗ୍ରେସ ନେତାଙ୍କ ଘରୁ ମଳିଛି ଇଭିଏମ୍ ଓ ଭିଭିପାଟ୍। ଏହାକୁ ନେଇ ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଛି ।
ପଶ୍ଚିମବଙ୍ଗର ଉଲୁବେରିଆରେ ଜଣେ ଟିଏମସି ନେତାଙ୍କ ଘରୁ ଇଭିଏମ୍ ଏବଂ ଭିଭିପିଏଟ୍ ଉଦ୍ଧାର ହେବା ପରେ ନିର୍ବାଚନ ଆୟୋଗ ସେକ୍ଟର ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ଏହା ଏକ ରିଜର୍ଭ ଇଭିଏମ୍ ଥିବାବେଳେ ବର୍ତ୍ତମାନ ନିର୍ବାଚନ ପ୍ରକ୍ରିୟାରୁ ଏହାକୁ ହଟାଇ ଦିଆଯାଇଛି। ଏହି ମାମଲାରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିବର୍ବଚନ ଆୟୋଗ କହିଛନ୍ତି ।
ନିର୍ବାଚନ ଆୟୋଗଙ୍କ କହିବା ଅନୁଯାୟୀ, ହାଓଡ଼ା ଜିଲ୍ଲାର ଏସି ୧୭୭ ଉଲୁବେଡିଆ ସେକ୍ଟର ୧୭ର ସେକ୍ଟର ଅଧିକାରୀ ତପନ ସରକାର ରିଜର୍ଭ ଇଭିଏମ ସହିତ ଯାଇ ସମ୍ପର୍କୀୟଙ୍କ ଘରେ ଶୋଇଥିଲେ। ଏହି ସମ୍ପର୍କୀୟ ଜଣକ ଜଣେ ଟିଏମସି ନେତା ହୋଇଥିବାରୁ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ସେକ୍ଟର ଅଧିକାରୀଙ୍କ ସହ ସମ୍ପୃକ୍ତ ସେକ୍ଟର ପୁଲିସ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉକ୍ତ ଇଭିଏମ୍ ଏବଂ ଭିଭିପିଏଟ୍ ନିର୍ବାଚନରେ ବ୍ୟବହାର ହେବ ନାହିଁ।
ସେପଟେ ଉତ୍ତର ଉଲବେରିଆରୁ ବିଜେପି ପ୍ରାର୍ଥୀ ଚିରନ ବେରା ଅଭିଯୋଗ କରିଛନ୍ତି ଯେ, ମତଦାନ ପୂର୍ବ ରାତିରେ ଟିଏମସି ନେତା ଗୌତମ ଘୋଷଙ୍କ ଘର ବାହାରେ ଇଭିଏମ ଓ ଭଭିପ୍ୟାଡ୍ ମେସିନ ମିଳିଛି । ଟିଏମସି ନିର୍ବାଚନରେ ଅନିୟମିତତା କରୁଛି । ଇଭିଏମ ମିଳିବା ପରେ ବିଳମ୍ବିତ ରାତିରେ ଉଭୟ ଦଳର କର୍ମୀ ମୁହାଁମୁହିଁ ହୋଇଥିଲେ । ଫଳରେ ପୁଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା ।
ଅନ୍ୟପଟେ ପଶ୍ଚିମବଙ୍ଗରେ ମତଦାନ ପୂର୍ବରୁ ହିଂସା ଘଟିଛି। ଦକ୍ଷିଣ ୨୪ ପ୍ରଗଣାର କ୍ୟାନିଂ ପଶ୍ଚିମ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପି କର୍ମୀଙ୍କୁ ମାଡ ମରାଯାଇଥିବାର ଖବର ମିଳିଛି। ସେହିପରି ହୁଗୁଳିରେ ବିଜେପି ସମର୍ଥକଙ୍କ ପତ୍ନୀଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି।
https://twitter.com/ANI/status/1379268836625580032?s=20
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
