Advertisment

ପଶ୍ଚିମବଙ୍ଗ ନିର୍ବାଚନୀ ହିଂସା, ଆଉ ଜଣେ ବିଜେପି ନେତାଙ୍କ ମୃତ୍ୟୁ

କୋଲକାତା: ପଶ୍ଚିମବଙ୍ଗରେ ଆଖିବୁଜିଲେ ଆଉ ଜଣେ ବିଜେପି ନେତା। ନିର୍ବାଚନୀ ହିଂସାରେ ଆହତ ହୋଇଥିବା ମଥୁରାପୁର ବିଜେପି ଉପାଧ୍ୟକ୍ଷ ମାନସ ଶାହାଙ୍କ ଆଜି ମୃତ୍ୟୁ ହୋଇଛି। ନିର୍ବାଚନୀ ରେଜଲ୍ଟ ଘୋଷଣା ଦିନ ତାଥା ମେ’ ୨ ତାରିଖରେ ମାନସ ଶାହା ସମେତ ବିଜେପି କର୍ମୀ ଓ ସମର୍ଥକଙ୍କ ଉପରେ କଥିତ ରୂପେ ତୃଣମୂଳ କଂଗ୍ରସେ ସମର୍ଥକମାନେ ଆକ୍ରମଣ କରିଥିଲେ। ଡାଇମଣ୍ଡ ହାର୍ବର କଲେଜ ମତଗଣନା କେନ୍ଦ୍ରରୁ ଫେରିବା ସମୟରେ ଏହି ଆକ୍ରମଣ ହୋଇଥିଲା। ଏହାପର ଠାରୁ  ବିଜେପି […]

author-image
Madhupriya Mistry
ଅଦ୍ୟତନ ହୋଇଛି
ପଶ୍ଚିମବଙ୍ଗ ନିର୍ବାଚନୀ ହିଂସା, ଆଉ ଜଣେ ବିଜେପି ନେତାଙ୍କ ମୃତ୍ୟୁ

West bengal Violance-1

କୋଲକାତା: ପଶ୍ଚିମବଙ୍ଗରେ ଆଖିବୁଜିଲେ ଆଉ ଜଣେ ବିଜେପି ନେତା। ନିର୍ବାଚନୀ ହିଂସାରେ ଆହତ ହୋଇଥିବା ମଥୁରାପୁର ବିଜେପି ଉପାଧ୍ୟକ୍ଷ ମାନସ ଶାହାଙ୍କ ଆଜି ମୃତ୍ୟୁ ହୋଇଛି। ନିର୍ବାଚନୀ ରେଜଲ୍ଟ ଘୋଷଣା ଦିନ ତାଥା ମେ' ୨ ତାରିଖରେ ମାନସ ଶାହା ସମେତ ବିଜେପି କର୍ମୀ ଓ ସମର୍ଥକଙ୍କ ଉପରେ କଥିତ ରୂପେ ତୃଣମୂଳ କଂଗ୍ରସେ ସମର୍ଥକମାନେ ଆକ୍ରମଣ କରିଥିଲେ। ଡାଇମଣ୍ଡ ହାର୍ବର କଲେଜ ମତଗଣନା କେନ୍ଦ୍ରରୁ ଫେରିବା ସମୟରେ ଏହି ଆକ୍ରମଣ ହୋଇଥିଲା। ଏହାପର ଠାରୁ  ବିଜେପି ନେତା ମାନସ ଗୁରୁତର ଅସୁସ୍ଥ ଥିଲେ। ଆଜି ତାଙ୍କର ମୃତ୍ୟୁ ହୋଇଛି।

Advertisment

ବିଜେପି ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, ମାନସ ସାହାଙ୍କୁ ବୁଧବାର ସକାଳେ ଠାକୁରପୁକୁରର ନର୍ସିଂହୋମକୁ ନିଆଯାଇଥିଲା ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଠାକୁରପୁର ସ୍ଥିତ ଡାକ୍ତରଖାନାରେ ପହଂଚିଥିବା ବିଜେପି ସାଂସଦ ଅର୍ଜୁନ ସିଂ ତାଙ୍କ ପରିବାର ସଦସ୍ୟ ଓ ବିଜେପି କର୍ମଚାରୀଙ୍କ ସହ କଥା ହୋଇଥିଲେ। ସେ କହିଛନ୍ତି ଯେ,  ଯଦି ମୃତ ବଜେପି ନେତାଙ୍କ ପରିବାର ସଦସ୍ୟ ପୁଲିସ ଏଫଆଇଆର ଦାଖଲ କରନ୍ତି ତେବେ ସେ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବେ।

ସେପଟେ ସିବିଆଇ ନିର୍ବାଚନୀ ପରର ହିଂସା ମାମଲାରେ ଆଉ ଏକ ଏଫ୍‌ଆଇଆର୍‌ ରୁଜୁ କରିଛି। ଏହାକୁ ମିଶାଇ ମୋଟ ଏଫ୍‌ଆଇଆର୍‌ ସଂଖ୍ୟା ୩୯କୁ ପହଞ୍ଚିଛି।

Advertisment

ପଶ୍ଚିମବଙ୍ଗ ନିର୍ବାଚନୀ ହିଂସାରେ ନାରାୟଣ ଦେ'ଙ୍କ ମୃତ୍ୟୁ ହୋଇଛି। ଏନେଇ ତାଙ୍କ ପତ୍ନୀ ପୂର୍ଣ୍ଣିମା ଦେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ସ୍ୱାମୀ ନାରାୟଣ ଦେ' ଜଣେ ବିଜେପି ସମର୍ଥକ ଥିଲେ। କାଂଚନନଗରରେ ଯେତେବେଳେ ହିଂସା ହୋଇଥିଲା ସେତେବେଳେ ସେ ଘରକୁ ଫେରୁଥିଲେ। ତାଙ୍କୁ ହିଂସା ବିଷୟରେ କିଛି ଜଣାନଥିଲା।

ପୂର୍ଣ୍ଣିମା ଦେ ନିଜ ଏଫ୍‌ଆଇଆର୍‌ରେ କହିଛନ୍ତି, ଟିଏମ୍‌ସିର ଗୁଣ୍ଡାମାନେ ତାଙ୍କୁ ଦୟନୀୟ ଭାବେ ମାଡ ମାରିଥିଲେ। ଏଥିଯୋଗୁଁ ସେ ଗୁରୁତର ହୋଇପଡିଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଲଗାତର ବିଗିଡିଥିଲା। ଅନେକ ହସ୍ପିଟାଲରେ ତାଙ୍କର ଚିକିତ୍ସା ପରେ ଶେଷରେ ଡାକ୍ତର ତାଙ୍କୁ ଫେରାଇ ଦେଇଥିଲେ। ପରେ ଘରେ ମେ' ୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ତେଣୁ ଟିଏମ୍‌ସି ଗୁଣ୍ଡାମାନଙ୍କ ବିରୋଧରେ ସେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ଏହି ଅଭିଯୋଗ ଆଧାରରେ ସିବିଆଇ ଆଇପିସି ଧାରା ୩୦୨ ଅନୁଯାୟୀ ଏଫ୍‌ଆଇଆର୍‌  ରୁଜୁ କରିଛି।  ଏହି ମାମଲାରେ ସିବିଆଇ ତଦନ୍ତ ଜାରି ରଖିଛି ।

West Bengal Assembly Election