Advertisment

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ୨ କୋଟି ଟଙ୍କା ଜୋରିମାନା

ବେଙ୍ଗାଲୁରୁ: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗୌଡାଙ୍କୁ ୨ କୋଟି ଟଙ୍କାର ଜୋରିମାନା ଦେବାକୁ ନିର୍ଦ୍ଦେଶ। ବେଙ୍ଗାଲୁରୁର ଏକ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ୧୦ ବର୍ଷ ତଳେ ଏକ ଟିଭି ସାକ୍ଷାତକାରରେ ନନ୍ଦି ଇନଫ୍ରାଷ୍ଟକଚର କୋରିଡର ଏଣ୍ଟରପ୍ରାଇଜେସ ବିରୋଧରେ ଦେବଗୌଡା ଆପତ୍ତି ଜନକ ମନ୍ତବ୍ୟ ଦେଇଥିବାରୁ କୋର୍ଟ ଏହି ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ କନ୍ନଡ ନ୍ୟୁଜ ଚ୍ୟାନେଲରେ ଜୁନ୍ ୨୮, ୨୦୧୧ରେ ଦେବ ଗୌଡାଙ୍କ ଏକ ସାକ୍ଷାତକାର ପ୍ରସାରିତ ହୋଇଥିଲା। ଯେଉଁଥିରେ ସେ […]

ଅଦ୍ୟତନ ହୋଇଛି
ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ୨ କୋଟି ଟଙ୍କା ଜୋରିମାନା

DEVE-GOUDA

Advertisment

ବେଙ୍ଗାଲୁରୁ: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗୌଡାଙ୍କୁ ୨ କୋଟି ଟଙ୍କାର ଜୋରିମାନା ଦେବାକୁ ନିର୍ଦ୍ଦେଶ। ବେଙ୍ଗାଲୁରୁର ଏକ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ୧୦ ବର୍ଷ ତଳେ ଏକ ଟିଭି ସାକ୍ଷାତକାରରେ ନନ୍ଦି ଇନଫ୍ରାଷ୍ଟକଚର କୋରିଡର ଏଣ୍ଟରପ୍ରାଇଜେସ ବିରୋଧରେ ଦେବଗୌଡା ଆପତ୍ତି ଜନକ ମନ୍ତବ୍ୟ ଦେଇଥିବାରୁ କୋର୍ଟ ଏହି ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଏକ କନ୍ନଡ ନ୍ୟୁଜ ଚ୍ୟାନେଲରେ ଜୁନ୍ ୨୮, ୨୦୧୧ରେ ଦେବ ଗୌଡାଙ୍କ ଏକ ସାକ୍ଷାତକାର ପ୍ରସାରିତ ହୋଇଥିଲା। ଯେଉଁଥିରେ ସେ ନନ୍ଦି ଇନଫ୍ରାଷ୍ଟକଚର କୋରିଡର ଏଣ୍ଟରପ୍ରାଇଜେସ କମ୍ପାନୀ ବିରୋରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ବୋଲି ସ୍ଥାନୀୟ କୋର୍ଟ କହିଛନ୍ତି। ଜେଡିଏସର ପ୍ରତିଷ୍ଠାତା କମ୍ପାନୀର ବିଭିନ୍ନ ସ୍କିମକୁ ଟାର୍ଗେଟ କରି କହିଥିଲେ ଏହା ଏକ ପ୍ରକାର 'ଲୁଟ୍'।

ହେଲେ ସ୍ଥାନୀୟ କୋର୍ଟ ଏହି ମାମଲାର ଶୁଣାଣି କରିବା ବେଳେ କହିଛନ୍ତି ଦେବ ଗୌଡା ଯେତେବେଳେ ଏହି ଯୋଜନାକୁ ଲୁଟ୍ ବୋଲି କହିଥିଲେ ସେତେବେଳେ ହାଇକୋର୍ଟ ଏହି ମାମଲା ଉପରେ ରୋକ୍ ଲଗାଇଥିଲେ। ଜୁନ୍ ୧୭ରେ ହାଇକୋର୍ଟ ମଧ୍ୟ ରାୟ ଶୁଣାଇ କହିଥିଲେ କମ୍ପାନୀର ପରିଯୋଜନା ବଡ଼ ରହିଛି ଏହା କର୍ଣ୍ଣାଟକର ହିତରେ ହୋଇଛି। ଏହାପରେ ସ୍ଥାନୀୟ କୋର୍ଟ ଜୁନ୍ ୨୨ରେ ଶୁଣାଣି କରି ଦେବଗୌଡାଙ୍କୁ ୨ କୋଟିର ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଦେବ ଗୌଡା ଉଦ୍ଦେଶ୍ୟ ପ୍ରଣୋଦିତ ଭାବରେ ଏଭଳି ମତ ରଖିଥିଲେ ବୋଲି କୋର୍ଟ ହୃଦବୋଧ କରିଛନ୍ତି। ଦେବ ଗୌଡାଙ୍କ ମନ୍ତବ୍ୟକୁ ଚ୍ୟାଲେଞ୍ଜ କରି ଏନଆଇସିଆଇ କୋର୍ଟର ଦ୍ୱାରସ୍ଥ ହୋଇଥିଲା। କମ୍ପାନୀର ନିର୍ଦ୍ଦେଶକ ଦେଉଛନ୍ତି ଅଶୋକ ଖେନି। ଯିଏକି ବିଦର ଦକ୍ଷିଣର ପୂର୍ବତନ ବିଧାୟକ।

ଯଦି ଏଭଳି ମନ୍ତବ୍ୟ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ତାହେଲେ ଆଗାମୀ ଦିନରେ ଅନେକ ହିତକର ଯୋଜନା ବିରୋଧରେ ମନ ଇଚ୍ଛା ଟିପ୍ପଣୀ କରି ବଦନାମ କରିବାକୁ ମସୁଧା ତିଆରି ହୋଇପାରେ। ତେଣୁ ଏପରି ମନ୍ତବ୍ୟ ଉପରେ ରୋକ୍ ଲାଗିବା ଦରକାର। ନହେଲେ ଅନେକ ହିତକର ପରିଯୋଜନା ବାଧା ପ୍ରାପ୍ତ ହେବ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି।

H. D. Deve Gowda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe