Advertisment

ପଞ୍ଜାବ ପାଇଁ ଆପ୍‌ ଦେଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଚଣ୍ଡିଗଡ: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆମ୍‌ ଆଦମୀ ପାର୍ଟି ତା’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି। ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଭଗୱନ୍ତ ମାନ୍‌ଙ୍କୁ ପଞ୍ଜାବ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ସାଧାରଣ ଲୋକଙ୍କ ଭୋଟ ଆଧାରରେ ଏହି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରାଯାଇଛି। ଭଗୱନ୍ତ ମାନ ଏବେ AAP ର ପଞ୍ଜାବ ୟୁନିଟ୍ ମୁଖ୍ୟ ହେବା ସହ ସାଙ୍ଗରୁର ଲୋକସଭା ଆସନରୁ AAPର ସାଂସଦ ଅଛନ୍ତି। ବିଭିନ୍ନ ମାଧ୍ୟମରେ ୨୧ ଲକ୍ଷ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ପଞ୍ଜାବ ପାଇଁ ଆପ୍‌ ଦେଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

bhagwant-mann and kejriwal

ଚଣ୍ଡିଗଡ: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆମ୍‌ ଆଦମୀ ପାର୍ଟି ତା'ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି। ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଭଗୱନ୍ତ ମାନ୍‌ଙ୍କୁ ପଞ୍ଜାବ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ସାଧାରଣ ଲୋକଙ୍କ ଭୋଟ ଆଧାରରେ ଏହି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରାଯାଇଛି। ଭଗୱନ୍ତ ମାନ ଏବେ AAP ର ପଞ୍ଜାବ ୟୁନିଟ୍ ମୁଖ୍ୟ ହେବା ସହ ସାଙ୍ଗରୁର ଲୋକସଭା ଆସନରୁ AAPର ସାଂସଦ ଅଛନ୍ତି।

Advertisment

ବିଭିନ୍ନ ମାଧ୍ୟମରେ ୨୧ ଲକ୍ଷ ୫୯ ଲକ୍ଷ ଲୋକ ଭୋଟ୍ କରିଥିଲେ। ସେଥିରୁ ୯୩.୩% ଲୋକ ଭଗୱନ୍ତ ମାନ୍‌ଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପସନ୍ଦ କରିଥିଲେ। ଆଉ କିଛି ଲୋକ ତାଙ୍କୁ ବି ମୁଖ୍ୟମନ୍ତ୍ରୀ ହେବାକୁ ପସନ୍ଦ କରିଥିଲେ କହିଛନ୍ତି କେଜ୍ରିୱାଲ। ପବ୍ଲିକ୍‌ ଭୋଟି ଅନୁଯାୟୀ ମୁଖ୍ୟମନ୍ତ୍ରୀ ପାଇଁ ପ୍ରଥମ ପସନ୍ଦ ଭଗୱନ୍ତ ସିଂହ ମାନ ଥିଲେ। ଦ୍ୱିତୀୟ ସ୍ଥାନରେ ନବଜୋତ ସିଂହ ସୁଦ୍ଧଙ୍କ ନାଁ ଥିଲା ବୋଲି କହିଛନ୍ତି ଆପ୍‌ ମୁଖ୍ୟ।

କେଜ୍ରିୱାଲ ଗତ ସପପ୍ତାହରେ ଜନତାଙ୍କ ମତାମତ ଆଧାରରେ ପ୍ରାର୍ଥୀ ଚୟନ କରିବେ ବୋଲି କହିଥିଲେ। ଏହାପରେ ଦଳ ତରଫରୁ ଏକ ଫୋନ୍‌ ନମ୍ବର ଜାରି କରାଯାଇ ଜନମତ ସଂଗ୍ରହ କରାଯାଇଥିଲା। ଅଜି ଏଥିରେ ୨୨ ଲକ୍ଷରୁ ଅଧିକ ଲୋକେ ଭଗୱନ୍ତ ମାନ ସିଂହଙ୍କୁ ବାଛିଛନ୍ତି।

Advertisment

୪୮ ବର୍ଷୀୟ ଭଗୱନ୍ତ ମାନ ରାଜନୀତିକୁ ଆସିବା ପୂର୍ବରୁ ନିଜ ପରିବାରକୁ ଛାଡି ସାରିଛନ୍ତି। ସେ ୨୦୧୪ରେ ଆମ୍‌ ଆଦମୀ ପାର୍ଟିରେ ସାମିଲ ହୋଇଥିଲେ। ଏହାପରେ ୨୦୧୭ରେ ଦଳ ତାଙ୍କୁ ପଞ୍ଜାବ ୟୁନିଟ୍‌ ମୁଖ୍ୟ କରିଥିଲା। ସେ ଦୁଇ ଥର ସାଙ୍ଗରୁର ଆସନରୁ ଲୋକସଭା ନିର୍ବାଚନ ଜିତିଛନ୍ତି। ରାଜନୀତିକୁ ଆସିବା ପୂର୍ବରୁ ସେ ଜଣେ ଜଣାଶୁଣା ହାସ୍ୟ ଅଭିନେତା ଥିଲେ। କମେଡି ଜଗତରେ ଅନେକ ନାଁ ହାସଲ କରିବା ପରେ ସେ ଆପ୍‌ରେ ସାମିଲ ହୋଇଥିଲେ।

https://twitter.com/ANI/status/1483332441230409728?s=20