Advertisment

ନାଜାଲ୍ ଭ୍ୟାକସିନକୁ ଟ୍ରାଏଲ୍ ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ: କରୋନା ମହାମାରୀର ତୃତୀୟ ଲହର ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୁଷ୍ଟର ଡୋଜ। ଏହି କ୍ରମରେ ନାଜାଲ୍ କୋଭିଡ୍ ଭ୍ୟାକସିନ୍ ଟ୍ରାଏଲ୍ ପାଇଁ ଭାରତ ବାୟୋଟେକକୁ ମିଳିଛି ଅନୁମତି। ଫେଜ୍ ଥ୍ରୀ’ର କ୍ଲିନିକାଲ ଟ୍ରାଏଲ୍ ପାଇଁ ଡିସିଜିଆଇର ବିଶେଷଜ୍ଞ କମିଟି ଏହି ଅନୁମତି ପ୍ରଦାନ କରିଛି। ଏହି ଟିକା ଶରୀରରେ ସଂକ୍ରମଣ ହୋଇଥିବା ସ୍ଥାନରେ ହିଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବପାରିବ ବୋଲି ଭାରତ ବାୟୋଟେକ୍ ପକ୍ଷରୁ ସୂଚନା ଦିଆଯାଇଛି। ତୃତୀୟ ପର୍ଯ୍ୟାୟ […]

ନାଜାଲ୍ ଭ୍ୟାକସିନକୁ ଟ୍ରାଏଲ୍ ପାଇଁ ମିଳିଲା ଅନୁମତି

nasal

Advertisment

ନୂଆଦିଲ୍ଲୀ: କରୋନା ମହାମାରୀର ତୃତୀୟ ଲହର ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୁଷ୍ଟର ଡୋଜ। ଏହି କ୍ରମରେ ନାଜାଲ୍ କୋଭିଡ୍ ଭ୍ୟାକସିନ୍ ଟ୍ରାଏଲ୍ ପାଇଁ ଭାରତ ବାୟୋଟେକକୁ ମିଳିଛି ଅନୁମତି। ଫେଜ୍ ଥ୍ରୀ’ର କ୍ଲିନିକାଲ ଟ୍ରାଏଲ୍ ପାଇଁ ଡିସିଜିଆଇର ବିଶେଷଜ୍ଞ କମିଟି ଏହି ଅନୁମତି ପ୍ରଦାନ କରିଛି।

Advertisment

ଏହି ଟିକା ଶରୀରରେ ସଂକ୍ରମଣ ହୋଇଥିବା ସ୍ଥାନରେ ହିଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବପାରିବ ବୋଲି ଭାରତ ବାୟୋଟେକ୍ ପକ୍ଷରୁ ସୂଚନା ଦିଆଯାଇଛି। ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲ୍ ପରେ ଯେଉଁମାନେ କୋଭାକ୍ସିନର ୨ଟି ଯାକ ଡୋଜ୍ ନେଇ ସାରିଛନ୍ତି, ସେମାନେ ଏହି ନାଜାଲ୍ ଭ୍ୟାକସିନର ବୁଷ୍ଟର ଡୋଜ୍ ନେଇପାରିବେ।

ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ ଜେନେରାଲଙ୍କ ମୁତାବକ, ଦେଶର ୯ଟି ସ୍ଥାନରେ ଏହି ଭ୍ୟାକସିନର ତୃତୀୟ ପର୍ଯ୍ୟାୟର ଟ୍ରାଏଲ୍ କରାଯିବ। ଏହି ଟିକା ପ୍ରଥମ ନାଜାଲ୍ ଟିକା, ଯାହାର ତୃତୀୟ ପର୍ଯ୍ୟାୟର ପରୀକ୍ଷଣ ପାଇଁ ମଞ୍ଜୁରୀ ମିଳିଛି। ଭାରତ ବାୟୋଟେକ୍ ଏହି ପରୀକ୍ଷଣ କରିବ। ନାଜାଲ ଭାକସିନ୍ ପ୍ରଚଳିତ ହେବା ପରେ ଗଣ ଟିକାକରଣ ଅଧିକ ସହଜ ହୋଇପାରିବ ବୋଲି ଅନୁମାନ କରାଯାଉଛି।

Advertisment

ନାଜାଲ୍ ଭ୍ୟାକସିନ୍ କ’ଣ?
ନାଜାଲ୍ ଭ୍ୟାକସିନ୍ ନାକରେ ଦିଆଯିବାକୁ ଥିବା ଟିକା। ବ୍ୟକ୍ତିଙ୍କର ନାକରେ ଭ୍ୟାକସିନର କିଛି ବୁନ୍ଦା ପକାଯାଇ ତାଙ୍କର ଟିକାକରଣ କରାଯାଇଥାଏ। ନାକ ଦେଇ ଶ୍ୱାସକ୍ରିୟାରେ ଡୋଜ ପହଞ୍ଚାଇବା ଏହି ଟିକାକରଣର ଲକ୍ଷ୍ୟ। ଡାକ୍ତରଙ୍କ ଅନୁଯାୟୀ କୌଣସି ଜୀବାଣୁ ପ୍ରଥମେ ନାକ ଦେଇ ଆମ ଶରୀରକୁ ପ୍ରବେଶ କରିଥାଏ। କରୋନା ମଧ୍ୟ ନାକ ଦେଇ ଆମ ଶରୀରରେ ପହଞ୍ଚିବାର ପ୍ରମୁଖ ମାଧ୍ୟମ। ଏପରି ସ୍ଥିତିରେ ଏହି ଟିକା କରୋନାକୁ ଫୁସଫୁସ କିମ୍ବା ଶରୀରର ଅନ୍ୟ ଅଂଶକୁ ଯିବାକୁ ରୋକିବାରେ ସହାୟକ ହୋଇପାରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe