ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଏକ ଇଞ୍ଜିନିୟରିଂ କଲେଜର ଛାତ୍ରଙ୍କୁ ଥାର୍ଡ ଡିଗ୍ରୀ ଭିଡିଓ ଭାଇରାଲ ହେବାପରେ ପୁଳିସ ନିଜ ଆଡୁ ମାମଲା ରୁଜୁ କରି ୨ ଛାତ୍ରଙ୍କୁ ଗିରଫ କରିଛି। ଏଥିସହ ସେହି ଇଞ୍ଜିନିୟରଂ କଲେଜର ପ୍ରିନ୍ସପାଲ ଓ ମ୍ୟାନେଜମେଣ୍ଟକୁ ପଚରା ଉଚରା କରୁଛି। ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ଭୀମଭାରାମରେ SRKR ଘରୋଇ ଇଞ୍ଜିନିୟରିଂ କଲେଜରେ ଘଟିଛି ଏହି ଘଟଣା । ଏହି କଲେଜର ୪ଜଣ ଛାତ୍ର ହଷ୍ଟେଲ କୋଠରୀ ଭିତରେ ଅନ୍ୟ ଜଣେ ଛାତ୍ରକୁ ବନ୍ଦ କରି ନିର୍ଦ୍ଦୟ ଭାବେ ପିଭିସି ପାଇପରେ ପିଟିବା ସହ ଛାତ୍ରକୁ ଇଲେଟ୍ରିକ୍ ଆଇରନବକ୍ସ ଲଗାଇ ଦେଇଥିଲେ। ଏହାପରେ ଛାତ୍ରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଏହି ଭିଡିଓ ଭାଇରାଲ ହେବାପରେ ପୁଲିସ ନିଜ ଆଡୁ ମାମଲା ରୁଜୁ କରି ସେହି କଲେଜର ୨ ଛାତ୍ରଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୨ ଛାତ୍ର ଫେରାର ଅଛନ୍ତି । ପୁଲିସ କଲେଜର ପ୍ରିନ୍ସପାଲ୍ ଓ ମ୍ୟାନେଜମେଣ୍ଟକୁ ପଚରା ଉଚରା କରିଛି ।