Nishank-Rathore
ଭୋପାଲ: ମଧ୍ୟପ୍ରଦେଶର ଜଣେ ୨୧ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ବିବାଦ ସୃଷ୍ଟି ହୋଇଛି। ବିବାଦ ବଢ଼ୁଥିବାରୁ ରାଜ୍ୟର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ରାଇସେନ ପୁଲିସ୍କୁ ଏସ୍ଆଇଟି ଗଠନ କରି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରବିବାର ସନ୍ଧ୍ୟାରେ ୨୧ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ର ନିଶାଙ୍କ ରାଠୋରଙ୍କ ମୃତଦେହ ଭୋପାଲ ଠାରୁ ୬୦ କିମି ଦୂର ମିଡଘାଟ ଷ୍ଟେସନର ରେଳ ଟ୍ରାକ ନିକଟରୁ ଉଦ୍ଧାର କରାଯାଇଥିଲା।
ପୁଲିସ ନିଶାଙ୍କ ରାଠୋରଙ୍କ ଫୋନ ଯାଞ୍ଚ କରିବା ସହ ପରିବାର ଲୋକଙ୍କ ବୟାନ ରେକର୍ଡ କରିଛି। ପୁଲିସ୍ ଏହାକୁ ଆତ୍ମହତ୍ୟା ଭାବୁଥିବା ବେଳେ ତାଙ୍କ ବାପା ଉମାଶଙ୍କର ରାଠୋର ଏହାକୁ ମାନିବାକୁ ପ୍ରସ୍ତୁତ ନାହାନ୍ତି। ମୃତଦେହ ମିଳିବା ପୂର୍ବରୁ ନିଶାଙ୍କ ରାଠୋରଙ୍କ ଫୋନରୁ ଉମାଶଙ୍କରଙ୍କ ପାଖକୁ ଗୋଟିଏ ମେସେଜ ଆସିଥିଲା। ଏଥିରେ ‘ମୁଣ୍ଡରୁ ଗଣ୍ଡି ଅଲଗା ହେବ’ ବୋଲି ଧମକ ଦିଆଯାଇଥିଲା।
୨୧ ବର୍ଷୀୟ ନିଶାଙ୍କ ଭୋପାଲରେ ଥିବା ଗୋଟିଏ ଇଞ୍ଜିନିୟରିଂ କଲେଜର ୫ମ ସେମିଷ୍ଟର ଛାତ୍ର। ସେ ରବିବାର ନିଜ ଘର ନର୍ମଦାପୁରମ ଯାଉଥିଲେ। ହେଲେ ଅଧା ବାଟରୁ ଯୋଜନା ବଦଳାଇ ସେ ପୁଣି ଭୋପାଲ ଫେରିଥିଲେ। ଅଧା ବାଟରେ ଏମିତି ଘଟିଛି। କେଉଁ ପରିସ୍ଥିତିରେ ନିଶାଙ୍କ ରାଠୋରଙ୍କ ଜୀବନ ଗଲା, ସେକଥା ସ୍ପଷ୍ଟ ହୋଇନି। କିନ୍ତୁ ଘଟଣାର କିଛି ମିନିଟ ପୂର୍ବରୁ ନିଶାଙ୍କ ରଠୋରଙ୍କ ଫୋନରୁ ଗୋଟିଏ ମସେଜ ତାଙ୍କ ବାପାଙ୍କ ପାଖକୁ ଆସିଥିଲା। ଏଥିରେ ଲେଖାଯାଇଛି ଯେ “ରାଠୋର ସାହେବ ଆପଣଙ୍କ ପୁଅ ବହୁତ ସାହାସୀ ଥିଲା। ଈଶ୍ୱରଙ୍କୁ ଅପମାନ କରିବାର ଏକମାତ୍ର ଦଣ୍ଡ ମୁଣ୍ଡରୁ ଗଣ୍ଡି ଅଲଗା।”
ରାଇସେନର ଅତିରିକ୍ତ ଏସ୍ପି ଅମିତ ମୀନା କହିଛନ୍ତି, “ନିଶାଙ୍କ ରାଠୋରଙ୍କ ଫୋନକୁ ବିସ୍ତୃତ ଭାବେ ଯାଞ୍ଚ କରାଯାଇଛି। ଘଟଣା ପୂର୍ବରୁ ତାଙ୍କ ପାଖକୁ କୌଣସି ପ୍ରକାରର ଧମକପୂର୍ଣ୍ଣ କଲ କିମ୍ବା ମେସେଜ ଆସି ନଥିଲା। ସେହିପରି ତାଙ୍କର ସୋଶାଲ ମିଡିଆ ପୋଷ୍ଟରେ ସେମିତି କିଛି ଆପତ୍ତିଜନକ କଥା ନାହିଁ। ଆମେ ତାଙ୍କ ପରିବାର ଓ ବନ୍ଧୁମାନଙ୍କ ବୟାନ ରେକର୍ଡ କରିଛୁ। ହେଲେ ଘଟଣା ପଛର କାରଣ କ’ଣ ଓ କାହିଁକି ଏମିତି ମେସେଜ ଆସିଥିଲା, ସେକଥା ଜଣାପଡ଼ିନି।
ବର୍ତ୍ତମାନ ଏହାର ତଦନ୍ତ କରାଯାଉଛି। ଘଟଣା ପୂର୍ବରୁ ନିଶାଙ୍କ ରାଠୋରଙ୍କ ବାପା ଓ ଭଉଣୀ ତାଙ୍କ ଆକାଉଣ୍ଟକୁ ୫୦ ହଜାର ଟଙ୍କା ପଠାଇଥିଲେ। ତେବେ ନିଶାଙ୍କଙ୍କ ଆକାଉଣ୍ଟରେ ମାତ୍ର ୧୦୦୦ ଟଙ୍କା ଅଛି। ସେ କିଛି ଲୋକଙ୍କ ଠାରୁ ଟଙ୍କା ଧାର କରିଥିବା ମଧ୍ୟ ତଦନ୍ତ ବେଳେ ଜଣାପଡ଼ିଛି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/07/Nishank-Rathore.jpg)