Advertisment

ନୀତୀଶଙ୍କୁ ଝଟ୍‌କା, ମଣିପୁରର ୫ ଜେଡିୟୁ ବିଧାୟକ ବିଜେପିରେ ସାମିଲ

ଇମ୍ଫାଲ: ବିବହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ବଡ ଝଟ୍‌କା। ଗୋଟିଏ ପଟେ ବିହାରରେ ବିଜେପିର ହାତ ଛାଡି ନୀତୀଶ କୁମାର ମହାମେଣ୍ଟ ସରକାର ଗଠନ କରିଥିବା ବେଳେ ଅନ୍ୟପଟେ ମଣିପୁର ଜେଡିୟୁକୁ ଶକ୍ତ ଝଟ୍‌କା ଲାଗିଛି। ଏଠାକାର ୭ରୁ ୫ ଜଣ ବିଧାୟକ ବିଜେପିରେ ମିଶିଛନ୍ତି। ଜେଡିୟୁ ଶୁକ୍ରବାର ଦିନ ଏହି ସୂଚନା ଦେଇଛି। ଦଳ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିକଟରେ ବିହାରରେ ଘଟିଥିବା ରାଜନୈତିକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଦଳ ଛାଡି ବିଜେପିରେ ଯୋଗଦେବାକୁ […]

author-image
Madhupriya Mistry
ନୀତୀଶଙ୍କୁ ଝଟ୍‌କା, ମଣିପୁରର ୫ ଜେଡିୟୁ ବିଧାୟକ ବିଜେପିରେ ସାମିଲ

Nitish Kumar

ଇମ୍ଫାଲ: ବିବହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ବଡ ଝଟ୍‌କା। ଗୋଟିଏ ପଟେ ବିହାରରେ ବିଜେପିର ହାତ ଛାଡି ନୀତୀଶ କୁମାର ମହାମେଣ୍ଟ ସରକାର ଗଠନ କରିଥିବା ବେଳେ ଅନ୍ୟପଟେ ମଣିପୁର ଜେଡିୟୁକୁ ଶକ୍ତ ଝଟ୍‌କା ଲାଗିଛି। ଏଠାକାର ୭ରୁ ୫ ଜଣ ବିଧାୟକ ବିଜେପିରେ ମିଶିଛନ୍ତି। ଜେଡିୟୁ ଶୁକ୍ରବାର ଦିନ ଏହି ସୂଚନା ଦେଇଛି।

Advertisment

ଦଳ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିକଟରେ ବିହାରରେ ଘଟିଥିବା ରାଜନୈତିକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଦଳ ଛାଡି ବିଜେପିରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି ମଣିପୁରର ଜେଡିୟୁ ବିଧାୟକ। ବିହାରରେ ଏନଡିଏ ମେଣ୍ଟରୁ ଦଳ ଓହରିବା ନିଷ୍ପତ୍ତିକୁ ନେଇ ଏହି ବିଧାୟକମାନେ ଅସନ୍ତୋଷ ପ୍ରକାଶ କରିଥିଲେ।

ଉଲ୍ଲେଖଯୋଗ୍ୟ, ନୀତୀଶ କୁମାରଙ୍କ ଜେଡିୟୁ କିଛି ଦିନ ପୂର୍ବେ ମଣିପୁରରେ ବିଜେପି ସରକାର ଠାରୁ ସମର୍ଥନ ଫେରାଇ ନେବା ପାଇଁ କହିଥିଲା। ଏହାକୁ ନେଇ ଉକ୍ତ ମଣିପୁରର ଜେଡିୟୁ ବିଧାୟକମାନେ ଅସନ୍ତୋଷ ଥିଲେ। ବିଜେପିରେ ସାମିଲ ହୋଇଥିବା ମଣିପୁର ଜେଡିୟୁ ବିଧାୟକଙ୍କ ମଧ୍ୟରେ ଜୟ କିସନ, ଏନ୍‌ ସନାତେ, ମୋହମ୍ମଦ ଅଛବଉଦ୍ଦିନ, ପୂର୍ବ ପୁଲିସ ମହାନିର୍ଦ୍ଦେଶକ ଏଏମ୍‌ ଖାଉଟେ ଓ ଥାଙ୍ଗଜାମ ଅରୁଣ କୁମାର ଅଛନ୍ତି।

Advertisment

ବର୍ତ୍ତମନା ୬୦ ଆସନ ବିଶିଷ୍ଟ ବିଧାନସମଭାରେ ବିଜେପି ନେତୃତ୍ୱ ମେଣ୍ଟକୁ ୫୫ ବିଧାୟକଙ୍କ ସମର୍ଥନ ରହିଛି। ଏଥିରେ ଜେଡିୟୁର ୭ ଜଣ ବିଧାୟକ ସାମିଲ ଅଛନ୍ତି।  ଏଠାରେ, ଯଦିଓ ଜେଡିୟୁ ସମର୍ଥନ ପ୍ରତ୍ୟାହାର କରେ, ତେବେ ଶାସକ ମେଣ୍ଟର ସଂଖ୍ୟା ୪୮ ହେବ, ଯାହା ସଂଖ୍ୟା ଗରିଷ୍ଠତାର ମ୍ୟାଜିକ୍‌ ନମ୍ବର ୩୧ରୁ ଢ଼େର ଅଧିକ।

୨୦୨୨ ବିଧାନସଭା ନିର୍ବାଚନରେ ​​୨୨ ବର୍ଷର ବ୍ୟବଧାନ ପରେ ଜେଡିୟୁ ମଣିପୁରରେ ବିଧାନସଭା ଆସନ ଜିତିଥିଲା। ୨୦୦୦ ବିଧାନସଭା ନିର୍ବାଚନରେ ​​ଦଳ ରାଜ୍ୟରେ କେବଳ ଗୋଟିଏ ଆସନ ଜିତିଥିଲା, କିନ୍ତୁ କ୍ରମାଗତ ଭାବେ ନିର୍ବାଚନରେ ​​ମଣିପୁରରେ ଗୋଟିଏ ଆସନ ଜିତିବାରେ ବିଫଳ ହୋଇଥିଲା। ୨୦୧୭ ବିଧାନସଭା ନିର୍ବାଚନରେ ​​ଜେଡିୟୁ ମଣିପୁରରେ ପ୍ରତିଦ୍ୱନ୍ଦ୍ୱିତା କରିନଥିଲେ।

ବିଶେଷ କଥା ହେଉଛି ଯେ ରାଜ୍ୟରେ ବିଜେପି ସରକାରଙ୍କ ଠାରୁ ଜେଡିୟୁ ଅଲଗା ହେବା ସମ୍ପର୍କରେ ସୂଚନା ସାମ୍ନାକୁ ଆସିବା ପରେ ବିଧାୟକଙ୍କ ଦଳ ଛାଡିବା ନିଷ୍ପତ୍ତି ସାମ୍ନାକୁ ଆସିଛି। ଏଥିସହିତ, ୩ରୁ ୪ ସେପ୍ଟେମ୍ବରରେ ପାଟନାରେ ଜେଡିୟୁ ବିଧାୟକଙ୍କ ଏକ ବୈଠକ ବସିବାକୁ ଯାଉଛି, ଯେଉଁଠାରେ ସମର୍ଥନ ପ୍ରତ୍ୟାହାର କରିବାର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି।