Advertisment

ଫୋନ୍‌ରେ କଥା ହୋଇ ନର୍ସ ଦେଇ ଦେଲେ କରୋନା ଟିକାର ଡବଲ ଡୋଜ୍‌, ତା' ପରେ…

କାନପୁର: ଦାୟିତ୍ୱହୀନ ହୋଇପଡିଲେ ଏଏନ୍‌ଏମ୍‌। ବେପରୁଆ ଭାବେ ଫୋନ୍‌ରେ କଥା ହୋଇ ଜଣଙ୍କୁ ହିଁ ଏକାଥରକେ କରୋନା ଟିକାର ଡବଲ୍‌ ଡୋଜ୍‌ ଦେଇଦେଲେ ନର୍ସ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରେଦଶରୁ। ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଚକିତ ହୋଇପଡିଛନ୍ତି। ସୂଚନା ମୁତାବକ, ଉତ୍ତରପ୍ରଦେଶର ଦେହାତ ମଣ୍ଡୋଲିରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକା କରଣ ଚାଲିଥିଲା । ସେଠାରେ କମଲେସ୍ ଦେବୀ ନାମକ ଜଣେ ମହିଳା ଟିକା ନେବାକୁ ଆସିଥିଲେ । ତେବେ […]

ଟିକାକରଣ ଉପରୁ ବୟସ କଟକଣା ହଟାଯାଉ, ନିବେଦନ କଲେ ମୁଖ୍ୟମନ୍ତ୍ରୀ

Vaccine

Advertisment

କାନପୁର: ଦାୟିତ୍ୱହୀନ ହୋଇପଡିଲେ ଏଏନ୍‌ଏମ୍‌। ବେପରୁଆ ଭାବେ ଫୋନ୍‌ରେ କଥା ହୋଇ ଜଣଙ୍କୁ ହିଁ ଏକାଥରକେ କରୋନା ଟିକାର ଡବଲ୍‌ ଡୋଜ୍‌ ଦେଇଦେଲେ ନର୍ସ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରେଦଶରୁ। ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଚକିତ ହୋଇପଡିଛନ୍ତି।

Advertisment

ସୂଚନା ମୁତାବକ, ଉତ୍ତରପ୍ରଦେଶର ଦେହାତ ମଣ୍ଡୋଲିରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକା କରଣ ଚାଲିଥିଲା । ସେଠାରେ କମଲେସ୍ ଦେବୀ ନାମକ ଜଣେ ମହିଳା ଟିକା ନେବାକୁ ଆସିଥିଲେ । ତେବେ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଫୋନରେ ବ୍ୟସ୍ତ ଥିବା ଜଣେ ଏଏନଏମ କମଲେସ ଦେବୀଙ୍କୁ ଗୋଟିଏ ଥର ଟିକା ଦେବା ବଦଳରେ ଦୁଇଥର କରୋନା ଟିକା ଦେଇଦେଇଥିଲେ । ଏହି ଖବର ପ୍ରଚାରିତ ହେବା ପରେ ମହିଳାଙ୍କ ପରିବାର ଲୋକେ ମେଡିକାଲ ଭିତରେ ହୋ ହାଲ୍ଲା କରିଥିଲେ ।

ଟିକା ନେଇଥିବା ମହିଳାଙ୍କ ଜଣଙ୍କ ଦେହରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଛି। ତାଙ୍କ ହାତ ଗୋଡ ମୁହଁ ଫୁଳି ଯାଇଛି। ଏଥିସହ ତାଙ୍କ ବାହୁରେ ପ୍ରବଳ ଯନ୍ତ୍ରଣା ମଧ୍ୟ ହେଉଥିବା ସେ କହିଛନ୍ତି।

Advertisment

କମଲେସ୍ ଦେବୀ କହିଛନ୍ତି କି ଟିକା ଦେଉଥିବା ବେଳେ ଏଏନଏମ ଜଣଙ୍କ ମୋବାଇଲରେ କହା ସହିତ କଥା ହେଉଥିଲେ । ସେ ଫୋନରେ କଥା ହେଉ ହେଉ ମୋ ଦେହରେ କରୋନା ଟିକା ଦେଇଥିଲେ । ଟିକା ନେବା ପରେ ମୁଁ ସେଠାରେ ବସି ରହିଥିଲି । ହେଲେ ଏଏନଏମ ଜଣଙ୍କ ପୁଣିଥରେ ଫୋନରେ ବ୍ୟସ୍ତ ରହି ମୋ ଦେହରେ ଟିକା ଦେଇ ଦେଇଥିଲେ । ଏକଥା ତାଙ୍କୁ ପଚାରିବା ପରେ ସେ କମଲେସ ଦେବୀଙ୍କ ଉପରେ ବିରକ୍ତ ହୋଇଥିଲେ ବୋଲି ସେ କହିଛନ୍ତି ।

ସେପଟେ ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି କି ଜଣେ ବ୍ୟକ୍ତିଙ୍କୁ ୨ ଥର ଟିକା ଦିଆଯାଏ ନାହିଁ । ଏହାସହ ଏହି ଘଟଣାର ତଦନ୍ତ ପାଇଁ ସିଏମଓ ତରଫରୁ ଏକ ଟିମ୍ ଗଠନ କରାଯାଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି।

ଦେଶରେ ଏବେ କରୋନାର ଦ୍ୱିତୀୟ ଲହର ଜାରୀ ରହିଛି । ଏହି କ୍ରମରେ କରୋନା ଭୂତାଣୁ ସଂକ୍ରମଣରୁ ଲୋକମାନଙ୍କୁ ସୁରକ୍ଷା ଦେବାକୁ ସରକାର ଟିକାକରଣ ଅଭିଯାନକୁ ବି ଦ୍ରୁତ ଗତିରେ ଚଳାଇଛନ୍ତି । ଏପ୍ରିଲ ୧ ତାରିଖ ଠାରୁ ଦେଶରେ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକା ଦିଆଯାଉଛି । ହେଲେ ଟିକା ଦେବାବେଳେ ଜଣେ ନର୍ସଙ୍କ ଏଭଳି ମନମୁଖି କାର୍ଯ୍ୟ ଏବେ ସମସ୍ତଙ୍କୁ ଚକିତ କରିଦେଇଛି ।

Covid Vaccine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe