Advertisment

ସ୍କୁଲ ଖୋଲିବା ନେଇ ଏମ୍ସ ଜାରି କଲା ସତର୍କତା

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ କୋଭିଡ ସଂକ୍ରମଣ କମିବା ପରେ ଏବେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି। କେତେକ ରାଜ୍ୟରେ ଛାତ୍ରଛାତ୍ରୀ ସ୍କୁଲକୁ ଯାଉଛନ୍ତି କିନ୍ତୁ କରୋନା ହେବାର ଆଶଙ୍କା ରହିଛି। ଏସବୁ ମଧ୍ୟରେ ସେପ୍ଟେମ୍ବର ୧ରୁ ଦିଲ୍ଲୀରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏହାକୁ ନେଇ ନୂଆଦିଲ୍ଲୀ ଏମ୍ସ କହିଛି, ପିଲାମାନଙ୍କର ଶିକ୍ଷା ସହିତ ସେମାନଙ୍କୁ କରୋନା ବିପଦରୁ ରକ୍ଷା କରିବାର ଆବଶ୍ୟକ ରହିଛି। ସମ୍ପୂର୍ଣ୍ଣ ଟିକାକରଣ ହେଉଛି ଏକମାତ୍ର ଉପାୟ, ବିଦ୍ୟାଳୟରେ ସତର୍କତା ଉପରେ ଅଧିକ […]

ଅଦ୍ୟତନ ହୋଇଛି
ସ୍କୁଲ ଖୋଲିବା ନେଇ ଏମ୍ସ ଜାରି କଲା ସତର୍କତା

School

Advertisment

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ କୋଭିଡ ସଂକ୍ରମଣ କମିବା ପରେ ଏବେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି। କେତେକ ରାଜ୍ୟରେ ଛାତ୍ରଛାତ୍ରୀ ସ୍କୁଲକୁ ଯାଉଛନ୍ତି କିନ୍ତୁ କରୋନା ହେବାର ଆଶଙ୍କା ରହିଛି। ଏସବୁ ମଧ୍ୟରେ ସେପ୍ଟେମ୍ବର ୧ରୁ ଦିଲ୍ଲୀରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏହାକୁ ନେଇ ନୂଆଦିଲ୍ଲୀ ଏମ୍ସ କହିଛି, ପିଲାମାନଙ୍କର ଶିକ୍ଷା ସହିତ ସେମାନଙ୍କୁ କରୋନା ବିପଦରୁ ରକ୍ଷା କରିବାର ଆବଶ୍ୟକ ରହିଛି। ସମ୍ପୂର୍ଣ୍ଣ ଟିକାକରଣ ହେଉଛି ଏକମାତ୍ର ଉପାୟ, ବିଦ୍ୟାଳୟରେ ସତର୍କତା ଉପରେ ଅଧିକ ଧ୍ୟାନ ଦେବାକୁ ହେବ ବୋଲି ଏମ୍ସର ଡାକ୍ତର କହିଛନ୍ତି।

Advertisment

ଏମ୍ସ ହସ୍ପିଟାଲର ମେଡିକାଲ୍ ବିଭାଗର ଡାକ୍ତର ନବନୀତ୍ ବିଗ୍ ଏହି ସତର୍କତା ଜାରି କରି କହିଛନ୍ତି ପିଲାମାନେ ଏବେ ଘରେ ରହି ବିରକ୍ତି ହୋଇ ଗଲେଣି। ତେଣୁ ସ୍କୁଲ ଖୋଲିଲେ ଏ ଦିଗରେ ପିଲାମାନେ ଟିକିଏ ଆଶ୍ୱସ୍ତ ହେବେ। ହେଲେ ପିଲାମାନେ ଟିକା ନେଇ ନାହାନ୍ତି। ତେଣୁ ଏହି ଅଦୃଶ୍ୟ ଭାଇରସ ଦ୍ୱାରା ସେମାନେ ସଂକ୍ରମିତ ହେବାର ସମ୍ଭାବନା ରହିଛି। ଏହାକୁ ନଜରରେ ରଖି ସତର୍କତା ଉପରେ ଗୁରୁତ୍ୱ ଦେବାକୁ ହେବ। ଯେପର୍ଯ୍ୟନ୍ତ ସମସ୍ତେ ଟିକା ନେଇ ନାହାନ୍ତି ସେପର୍ଯ୍ୟନ୍ତ ଆମେ କରୋନା ବିପଦକୁ ଏଡାଇ ଦେଇପାରିବା ନାହିଁ ବୋଲି ଏହି ଡାକ୍ତର କହିଛନ୍ତି।

ପିଲାଙ୍କର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟବସ୍ଥା ଠିକ୍ ରହିବା ଆବଶ୍ୟକ। ଏହାକୁ ସନ୍ତୁଳନ ରଖିବାକୁ ହେବ। ଆମ ପିଲାମାନଙ୍କୁ ବଞ୍ଚାଇବାକୁ ପଡିବ। ସ୍କୁଲରେ ସ୍ୱଚ୍ଛତା, ପରିମଳ ବ୍ୟବସ୍ଥା, ମାସ୍କ ସୁନିଶ୍ଚିତ କରାଯିବା ଉଚିତ୍। କିଭଳି କୋଭିଡକୁ ଦୂରେଇ ରଖିହେବ ସେ ନେଇ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବା ଦରକାର। ଗତକାଲି ଗୋଟିଏ ଦିନରେ ୧ କୋଟି ଟିକା ଦିଆଯାଇଛି। ଯାହାକି ଏଯାବତ ସର୍ବକାଳୀନ ରେକର୍ଡ। ସେ କହିଛନ୍ତି ଟିକାକରଣ ଦ୍ରୁତ ଗତିରେ ବଢ଼ିବା ଠିକ୍।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe