Advertisment

ବିବାହର ୬ ଘଣ୍ଟା ପରେ ନବବଧୂର ମୃତ୍ୟୁ

ମୁଙ୍ଗେର: ସାତ ଜନ୍ମର ସାଥୀ ହେବା ପାଇଁ ଅଗ୍ନୀକୁ ସାକ୍ଷୀ ରଖି ଉଭୟ ବର ଏବଂ କନିଆଁ ବିବାହ କଲେ। ହେଲେ ବିଧାତା ଏହି ନବ ଦମ୍ପତିଙ୍କ ଭାଗ୍ୟରେ କିଛି ଅଲଗା ଲେଖିଥିଲା । କାରଣ ସାତ ଜନ୍ମତ ଦୂରର କଥା ବିବାହ ସରିବାର ୭ ଘଣ୍ଟା ପର୍ଯ୍ୟନ୍ତ ସେମାନେ ସାଥୀ ହୋଇ ରହିପାରିଲେନି। ବିବାହାର ମାତ୍ର ୬ ଘଣ୍ଟା ପରେ କନିଆଁ ଆଖିବୁଜି ଦେଇଥିଲେ। ବିହାରର ମୁଙ୍ଗେର ଜିଲ୍ଲାରେ ଘଟିଛି ଏହି ଦୁଃଖଦ ଘଟଣା। କରୋନା […]

ଅଦ୍ୟତନ ହୋଇଛି
ବିବାହର ୬ ଘଣ୍ଟା ପରେ ନବବଧୂର ମୃତ୍ୟୁ

nisha-death

Advertisment

ମୁଙ୍ଗେର: ସାତ ଜନ୍ମର ସାଥୀ ହେବା ପାଇଁ ଅଗ୍ନୀକୁ ସାକ୍ଷୀ ରଖି ଉଭୟ ବର ଏବଂ କନିଆଁ ବିବାହ କଲେ। ହେଲେ ବିଧାତା ଏହି ନବ ଦମ୍ପତିଙ୍କ ଭାଗ୍ୟରେ କିଛି ଅଲଗା ଲେଖିଥିଲା । କାରଣ ସାତ ଜନ୍ମତ ଦୂରର କଥା ବିବାହ ସରିବାର ୭ ଘଣ୍ଟା ପର୍ଯ୍ୟନ୍ତ ସେମାନେ ସାଥୀ ହୋଇ ରହିପାରିଲେନି। ବିବାହାର ମାତ୍ର ୬ ଘଣ୍ଟା ପରେ କନିଆଁ ଆଖିବୁଜି ଦେଇଥିଲେ। ବିହାରର ମୁଙ୍ଗେର ଜିଲ୍ଲାରେ ଘଟିଛି ଏହି ଦୁଃଖଦ ଘଟଣା। କରୋନା ମହାମାରୀ ବେଳେ ଏଭଳି ଖବର ଲୋକଙ୍କୁ ଆହୁରି ଅଧିକ ଯନ୍ତ୍ରଣା ଦେଇଛି।

Advertisment

ରବିବାର ମୁଙ୍ଗେର ଜିଲ୍ଲାର ରଞ୍ଜନ ଯାଦବ (ଛଦ୍ମନାମ) ଖୁଦିଆ ଗାଁର ନିଶା କୁମାରୀଙ୍କୁ ବିବାହ କରିଥିଲେ। କରୋନା କଟକଣା ନିୟମ ଅନୁଯାୟୀ ଏହି ବିବାହ ସଂପନ୍ନ ହୋଇଥିଲା। ଅଳ୍ପ ଲୋକଙ୍କ ଉପସ୍ଥିତିରେ କରାଯାଇଥିଲା ଏହି ବିବାହ। ତେବେ ବିବାହ ଶେଷ ହେବାର କିଛି ଘଣ୍ଟା ପରେ ନବବଧୂ ନିଶା ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ।

ତାଙ୍କୁ ସଙ୍ଗେ ସଙ୍ଗେ ତାରାପୁରର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ନିଶା ଗୁରୁତର ହୋଇପଡ଼ିଥିବାରୁ ଡାକ୍ତର ତାଙ୍କୁ ଭାଗଲପୁର ହସ୍ପିଟାଲକୁ ପଠାଇ ଦେଇଥିଲେ। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ବିବାହର ମାତ୍ର ୬ ଘଣ୍ଟା ମଧ୍ୟରେ ଘଟିଗଲା ଏହି ଦୁଃଖଦ ଘଟଣା।

Advertisment

ନିଶାଙ୍କ ଶାଶୂ ଘର ପକ୍ଷରୁ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ୬ ଘଣ୍ଟା ପୂର୍ବରୁ ନିଶାଙ୍କ ସିନ୍ଥିରେ ସିନ୍ଦୂର ଦେଇଥିବା ରଞ୍ଜନ ତାଙ୍କୁ ଦେଇଥିଲେ ମୁଖାଗ୍ନୀ। ଏ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକେ ସ୍ତବ୍ଧ ହୋଇଯାଇଛନ୍ତି।

Unnatural Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe