/odisha-reporter/media/post_attachments/uploads/2022/01/11-jabs-of-covid-vaccine.jpg)
11-jabs-of-covid-vaccine
ପାଟନା: ୧୧ ଥର କରୋନା ଟିକା ନେଇ ଫସିଲେ ବୃଦ୍ଧ। ତାଙ୍କ ନାଁରେ ରୁଜୁ ହେଲା ଏଫ୍ଆଇଆର୍। ଗତ କିଛି ଦିନ ତଳେ ଭୁଲ ଢ଼ଙ୍ଗରେ ୧୧ ଥର କରୋନା ଟିକା ନେବା ପରେ ବିହାର ମଧେପୁରା ଜିଲ୍ଲା ନିବାସୀ ୮୪ ବର୍ଷୀୟ ବ୍ରହ୍ମା ଦେବ ମଣ୍ଡଳ ଚର୍ଚ୍ଚାକୁ ଆସିଥିଲେ। ଏବେ ତାଙ୍କୁ ଏହା ମହଙ୍ଗା ପଡିଛି। ଖୁବଶୀଘ୍ର ସେ ଗିରଫ ହୋଇପାରନ୍ତି।
ବ୍ରହ୍ମାଦେବ ମଣ୍ଡଳ ବିରୋଧରେ ଏବେ ପୁଲିସ ଏଫ୍ଆଇଆର୍ ରୁଜୁ କରିଛି। ମଧେପୁରା ଥାନା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ବିନୟ କୃଷ୍ଣ ପ୍ରସାଦ ଅଭିଯୋଗ ଆଣିବା ପରେ ବ୍ରହ୍ମାଦେବଙ୍କ ବିରୋଧରେ ବିଭିନ୍ନ ଧାରା ଅନୁଯାୟୀ ପୁଲିସ ମାମଲା ରଜୁ କରିଛି। ତାଙ୍କୁ ଗିରଫ କରିବା ପାଇଁ ପୁଲିସ ତଦନ୍ତ ମଧ୍ୟ ଆରମ୍ଭ କରିଥିବା ଜଣାପଡିଛି। ତାଙ୍କ ବିରୋଧରେ ପୁଲିସ ଜାମିନି ବିହୀନ ଆଇପିସି ଧାରା ୧୮୮, ୪୧୯, ୪୨୦ ଅନ୍ତର୍ଗତା ମାମଲା ରୁଜୁ କରିଛି। ତେବେ ବୟସାଧିକ ଦର୍ଶାଇ ବ୍ରହ୍ମଦେବ ମଣ୍ଡଳ ଗିରଫ ହେବା ପରେ ଜାମିନ ପାଇପାରନ୍ତି।
ସୂଚନା ମୁତାବକ, ସ୍ୱାସ୍ଥ୍ୟ କର୍ମୀମାନେ ତାଙ୍କ ଜାଲିଆତିକୁ ଧରିବା ପରେ ବ୍ରହ୍ମାଦେବ ମଣ୍ଡଳ ଲାଇମଲାଇଟକୁ ଆସିଥିଲେ। ବ୍ରହ୍ମାଦେବ ମଣ୍ଡଳ କରୋନା ଟିକା ଆସିବା ପରଠାରୁ ସେ ଆଧାର କାର୍ଡ କିମ୍ବା ଭୋଟର କାର୍ଡ ବ୍ୟବହାର କରି ଏପର୍ଯ୍ୟନ୍ତ ୧୧ ଥର ଟିକା ନେଇସାରିଥିବା କଥା ଖୁଲାସା ହୋଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ଟିକାକରଣ ବିଷୟରେ ମଣ୍ଡଳଙ୍କ ପାଖରେ ସମ୍ପୂର୍ଣ୍ଣ ସୂଚନା ଅଛି। ସେ ୧୩ଫେବୃଆରୀ ୨୦୨୧ରେ ପ୍ରଥମ ଡୋଜ୍ ନେଇଥିଲେ। ୩୦ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ସେ ଟିକାର ୧୧ଟି ଡୋଜ ନେଇସାରିଥିଲେ। ତାଙ୍କ ପାଖରେ ସମସ୍ତ ଟିକାକରଣର ତାରିଖ ଏବଂ ସମୟ ମଧ୍ୟ ରହିଛି।
ତେବେ ଆଶ୍ଚର୍ଯ୍ୟର କଥା ନିକଟରେ ସେ ୧୨ତମ କୋଭିଡ ଟିକାର ଡୋଜ୍ ନେବାକୁ ଛାଉସାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ। ହେଲେ ସେଦିନ ସେଠାରେ ଟିକାକରଣ ବନ୍ଦ ଥିବାରୁ ସେ ନିରାଶ ହୋଇ ଫେରିଥିଲେ।
ବ୍ରହ୍ମାଦେବ ମଣ୍ଡଳ ଦାବି କରିଥିଲେ ଯେ, '୧୧ଥର ଟିକା ନେବା ପରେ ସେ ଏହାର ଲାଭ ପାଇଛନ୍ତି। ଟିକା ହେଉଛି ଅମୃତ। ଟିକାରୁ ମୁଁ ଅନେକ କିଛି ପାଇଛି। ଏପରି କି ଅଣ୍ଟା ବିନ୍ଧା ମଧ୍ୟ ଟିକା ନେବା ଦ୍ୱାରା ଭଲ ହୋଇଯାଇଛି। ମୋର ଅକ୍ସିଜେନ ସ୍ତର ମଧ୍ୟ ଯଥେଷ୍ଟ ଅଧିକ। ମୋତେ ଆଉ ଥଣ୍ଡା କିମ୍ବା କାଶ କି କଫ ଅନୁଭୂତ ହେଉନି। ସରକାର ବହୁତ ଭଲ ଟିକା ଆଣିଛନ୍ତି। କାହିଁକି ଅନ୍ୟମାନେ ଟିକାର ଡୋଜ୍ ନେଉ ନାହାନ୍ତି? ରାଜନୀତିକ ଦଳଗୁଡ଼ିକ ମୋଦି ସରକାରଙ୍କୁ ବିରୋଧ କରୁଛନ୍ତି। ବିଶେଷ କରି କଂଗ୍ରେସ ଟିକାକରଣକୁ ନେଇ ଭୁଲରେ ସରକାରଙ୍କୁ ଟାର୍ଗେଟ କରୁଛି।'
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
