ଲୁଚାଉଥିଲେ କରୋନା ମୃତ୍ୟୁ ସଂଖ୍ୟା, ହାଇକୋର୍ଟଙ୍କ ଛାଟ ବାଜିବା ପରେ ସତ ଓଗାଳିଲେ ସରକାର

ପାଟନା: କରୋନା ମୃତ୍ୟୁ ସଂଖ୍ୟା ଲୁଚାଉଥିଲେ ନୀତୀଶ ସରକାର। ହାଇକୋର୍ଟଙ୍କ ଛାଟ ବାଜିବା ପରେ ଅସଲ ରିପୋର୍ଟ ସାମ୍ନାକୁ ଆସିଛି। ଯାହାକି ଦେଶର ମୃତ୍ୟୁ ସଂଖ୍ୟାକୁ ବଢ଼ାଇ ଦେଇଛି। ବିହାରରେ ଏବେ ମୋଟ୍ ମୃତ୍ୟୁ ସଂଖ୍ୟା ୯ ହଜାରକୁ ଛୁଇଁଛି। ବିଗତ ରିପୋର୍ଟ ତୁଳନାରେ ଏବେ ବିହାରର ମୃତ୍ୟୁ ସଂଖ୍ୟା ୭୨ ପ୍ରତିଶତ ବୃଦ୍ଧି ପାଇଛି। ନିକଟରେ କରୋନା ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା ରାଜ୍ୟ ସରକାର ଲୁଚାଉଥିବା ଅଭିଯୋଗ ଆସିଥିଲା। ପରେ ମାମଲା ପାଟନା ହାଇକୋର୍ଟରେ […]

bihar-death

bihar-death

Subhransu Sekhar
  • Published: Thursday, 10 June 2021
  • Updated: 10 June 2021, 11:29 AM IST

Sports

Latest News

ପାଟନା: କରୋନା ମୃତ୍ୟୁ ସଂଖ୍ୟା ଲୁଚାଉଥିଲେ ନୀତୀଶ ସରକାର। ହାଇକୋର୍ଟଙ୍କ ଛାଟ ବାଜିବା ପରେ ଅସଲ ରିପୋର୍ଟ ସାମ୍ନାକୁ ଆସିଛି। ଯାହାକି ଦେଶର ମୃତ୍ୟୁ ସଂଖ୍ୟାକୁ ବଢ଼ାଇ ଦେଇଛି। ବିହାରରେ ଏବେ ମୋଟ୍ ମୃତ୍ୟୁ ସଂଖ୍ୟା ୯ ହଜାରକୁ ଛୁଇଁଛି। ବିଗତ ରିପୋର୍ଟ ତୁଳନାରେ ଏବେ ବିହାରର ମୃତ୍ୟୁ ସଂଖ୍ୟା ୭୨ ପ୍ରତିଶତ ବୃଦ୍ଧି ପାଇଛି।

ନିକଟରେ କରୋନା ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା ରାଜ୍ୟ ସରକାର ଲୁଚାଉଥିବା ଅଭିଯୋଗ ଆସିଥିଲା। ପରେ ମାମଲା ପାଟନା ହାଇକୋର୍ଟରେ ପହଞ୍ଚିଥିଲା। କୋର୍ଟ ଏହି ମାମଲାରେ ସରକାରଙ୍କୁ ତାଗିଦ କରିବା ସହ ସରକାରଙ୍କ ମୃତ୍ୟୁ ସଂଖ୍ୟା ଏବଂ ଶ୍ମଶାନରେ ଶବ ଦାହ ସଂଖ୍ୟାରେ କାହିଁକି ତାଳମେଳ ରହୁନି ବୋଲି ହାଇକୋର୍ଟ ସରକାରକୁ ପଚାରିଥିଲେ।

ରାଜ୍ୟ ସରକାର ଏହାପରେ ସମସ୍ତ ଜିଲ୍ଲାକୁ ତଦନ୍ତ କରି ସଠିକ୍ ମୃତ୍ୟୁ ସଂଖ୍ୟା ଜାରି କରିବାକୁ କହିଥିଲେ। ତିନି ସପ୍ତାହ ଧରି ମୃତ୍ୟୁ ସଂଖ୍ୟାକୁ ନେଇ ଅଡିଟ ହୋଇଥିଲା। ଏହାପରେ ନୂଆ ରିପୋର୍ଟ ସରକାର ଜାରି କରିଛନ୍ତି। ଯେଉଁଥିରେ ଜଣାପଡ଼ିଛି ମାର୍ଚ୍ଚ ୨୦୨୦ରୁ ୨୦୨୧ ମଧ୍ୟରେ ବିହାରରେ ୧୬୦୦ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ସେହିପରି ଚଳିତ ବର୍ଷ ଏପ୍ରିଲରୁ ଜୁନ ମଧ୍ୟରେ ୭,୭୭୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସଂଖ୍ୟା ପୂର୍ବ ବର୍ଷ ତୁଳନାରେ ୬ ଗୁଣା ଅଧିକ। ସେହିପରି ୨୪ ଘଣ୍ଟା ମଧ୍ୟରେ ପୁରୁଣା ସଂଖ୍ୟା ଯୋଡିବା ପରେ ଏହା ସିଧାସଳଖ ୫,୪୫୮ ରୁ ୯,୪୨୯କୁ ବୃଦ୍ଧି ପାଇଛି। ଏହି ସଂଖ୍ୟା ସିଧାସଳଖ ୭୩% ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ମୃତ୍ୟୁସଂଖ୍ୟାକୁ ଲୁଚାଇ ରଖିଛନ୍ତି କି ନାହିଁ ବୋଲି ପ୍ରଶ୍ନ ଉଠିଛି। ଲୋକମାନେ କିନ୍ତୁ କହିଛନ୍ତ ଯେ ଯଦି ଆମେ ଡାକ୍ତରଖାନା ଏବଂ ଶବଦାହର ଆକଳନରୁ ଆକଳନ କରୁ, ତେବେ ଏହି ସଂଖ୍ୟା ଅଧିକ ହେବ।

ତେବେ କେଉଁ ଜିଲ୍ଲାରୁ ସର୍ବାଧିକ ମୃତ୍ୟୁ ଘଟିଛି ସେ ବାବଦରେ ସବିଶେଷ ତଥ୍ୟ ଆସିନାହିଁ। ହେଲେ ଦ୍ୱିତୀୟ ଲହରରେ ରାଜଧାନୀ ପାଟଣାରୁ ୨,୩୦୩ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। କିନ୍ତୁ ପାଟଣାରେ ଥିବା ତିନି ସରକାରୀ ଶ୍ମଶାନ ଘାଟରୁ ମିଳିଥିବା ସୂଚନା ଅନୁଯାୟୀ ଏଯାବତ ୩,୨୪୩ ଜଣ କୋଭିଡ ମୃତକଙ୍କ ଶବ ଦାହ ଏଠି କରାଯାଇଛି।

ବିହାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରତୀକ ଅମୃତ କହିଛନ୍ତି ଜଣେ ମୃତକ ଅଲଗା ଜିଲ୍ଲାର ହୋଇଥିବେ ଯଦି ପାଟଣା ଶ୍ମଶାନରେ ଶବ ଦାହ କରିଥିବେ ତାହେଲେ ସରକାରଙ୍କ ରିପୋର୍ଟ ଓ ଶ୍ମଶାନ ରିପୋର୍ଟରେ ଓଲଟ ପାଲଟ ହେବା ସ୍ୱାଭାବିକ। ତେବେ ସେ ସ୍ୱୀକାର କରିଛନ୍ତି ଯେ କରୋନା କାରଣରୁ ମୃତ୍ୟୁର ପ୍ରକୃତ ରିପୋର୍ଟ ପ୍ରକାଶ ପାଇନଥିଲା। ଯେଉଁମାନେ ରିପୋର୍ଟ ଠିକ୍ ଭାବରେ ଦର୍ଶାଇନଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ତେବେ ପାଟଣାରେ ଶ୍ମଶାନ ଘାଟରେ ଅଧିକ କରୋନା ମୃତକଙ୍କ ଶବ ଦାହ କରାଯାଇଛି ପ୍ରସଙ୍ଗରେ ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos