Advertisment

କୋଭିଡ୍‌ ଟିକା ନେଇ ଝିଅ ମରିଗଲା,୧୦୦୦ କୋଟି ଦାବି: ସେରମ୍ ଇନଷ୍ଟିଚ୍ୟୁଟ୍ ଓ ବିଲ୍ ଗେଟ୍ସଙ୍କୁ ନୋଟିସ୍ ଦେଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ଶୁକ୍ରବାର ବମ୍ବେ ହାଇକୋର୍ଟ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ) ଏବଂ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ ନୋଟିସ୍ ଜାରି କରିଛନ୍ତି। ଦିଲ୍ଲୀପ ଲୁନାୱାଟଙ୍କ ଦ୍ୱରା ଦାଖଲ କରାଯାଇଥିବା ଏକ ପିଟିସନରେ ଜବାବ ମାଗିଛନ୍ତି ହାଇକୋର୍ଟ। କୋଭାଶିଲଡ୍‌ର ପାର୍ଶ୍ୱପ୍ରତିକ୍ରିୟା ଯୋଗୁ ଦିଲ୍ଲୀପଙ୍କ ଝିଅଙ୍କ ମୃତ୍ୟୁ ଘଟିଛି। ଏଥିପାଇଁ ୧୦୦୦ କୋଟି ଟଙ୍କା କ୍ଷତିପୂରଣ ଦାବି କରି ଦିଲୀପ ହାଇକୋର୍ଟରେ ଦ୍ୱାରସ୍ଥ  ହୋଇଛନ୍ତି ।  ଏହି ମାମଲାରେ ଦିଲ୍ଲୀପ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ମାଇକ୍ରୋସଫ୍ଟର […]

ଅଦ୍ୟତନ ହୋଇଛି
ବିଲ୍‌ ଗେଟ୍‌ସ୍‌ଙ୍କୁ କରୋନା, ନେଇସାରିଛନ୍ତି ବୁଷ୍ଟର ଡୋଜ୍‌

bill-gates

Advertisment

ମୁମ୍ବାଇ: ଶୁକ୍ରବାର ବମ୍ବେ ହାଇକୋର୍ଟ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ) ଏବଂ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ ନୋଟିସ୍ ଜାରି କରିଛନ୍ତି। ଦିଲ୍ଲୀପ ଲୁନାୱାଟଙ୍କ ଦ୍ୱରା ଦାଖଲ କରାଯାଇଥିବା ଏକ ପିଟିସନରେ ଜବାବ ମାଗିଛନ୍ତି ହାଇକୋର୍ଟ। କୋଭାଶିଲଡ୍‌ର ପାର୍ଶ୍ୱପ୍ରତିକ୍ରିୟା ଯୋଗୁ ଦିଲ୍ଲୀପଙ୍କ ଝିଅଙ୍କ ମୃତ୍ୟୁ ଘଟିଛି। ଏଥିପାଇଁ ୧୦୦୦ କୋଟି ଟଙ୍କା କ୍ଷତିପୂରଣ ଦାବି କରି ଦିଲୀପ ହାଇକୋର୍ଟରେ ଦ୍ୱାରସ୍ଥ  ହୋଇଛନ୍ତି ।  ଏହି ମାମଲାରେ ଦିଲ୍ଲୀପ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ ପକ୍ଷଭୁକ୍ତ କରିଛନ୍ତି। ୨୦୨୦ରେ, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ବିଲଗେଟସ୍‌ ଏବଂ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ପାର୍ଟନରସିପରେ କୋଭିଡ୍‌ ଟିକା ପ୍ରସ୍ତୁତ କରିଥିଲା।  ପ୍ରାୟ ୧୦୦୦ ମିଲିଅନ୍‌  କୋଭାଶିଲଡ୍‌ ପ୍ରସ୍ତୁତ କରିଥିଲା

Advertisment

ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ। ଏହି ଟିକାକୁ କମ୍ପାନୀ ଭାରତ ଏବଂ କେତେକ ଥାର୍ଡ଼ ୱାଲର୍ଡ ଦେଶକୁ ବିତରଣ କରିଥିଲା।  ଏଥିରେ ଆବେଦନକାରୀ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ, ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଏବଂ ଏଆଇଏମ୍ଏସ୍ ନିର୍ଦ୍ଦେଶକ ଡ.ରଣଦୀପ ଗୁଲେରିଆଙ୍କୁ ମଧ୍ୟ ପକ୍ଷଭୁକ୍ତ କରିଛନ୍ତି । ଔରଙ୍ଗବାବାଦରେ ରହୁଥିବା  ଦିଲ୍ଲୀପ ନିଜ ଆବେଦନରେ ଦର୍ଶାଇଛନ୍ତି ଯେ, ତାଙ୍କ ଝିଅ ଡାକ୍ତର ଥିଲା। ସେ ଧାମନଗାଁଓ ଏସଏମବିଟି ଡେଣ୍ଟାଲ କଲେଜର ଅଧ୍ୟାପକ ସହ  ହସ୍ପିଟାଲର ଜଣେ ଡାକ୍ତର ଥିଲେ । ସେ କହିଛନ୍ତି ଯେ, ଅନୁଷ୍ଠାନର ସମସ୍ତ ସ୍ୱାସ୍ଥ୍ୟ କର୍ମୀ କୋଭାଶିଲଡ୍‌ ଟିକା ନେବା ପରେ ତାଙ୍କ ଝିଅକୁ ନେବା ପାଇଁ ବାଧ୍ୟ କରାଯାଇଥିଲା। ସରକାରଙ୍କ ପରାମର୍ଶ ଅନୁଯାୟୀ ଟିକା  ସମ୍ପୂର୍ଣ୍ଣ ସୁରକ୍ଷିତ କହିବା ପରେ  ତାଙ୍କ ଝିଅ କୋଭାଶିଲଡ୍‌ର  ଡବଲ ଡୋଜ ନେଇଥିଲେ।

ଏମିତିକି ଏହି ଟିକାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ଏବଂ ସମ୍ପୂର୍ଣ୍ଣ ନିରାପଦ ବୋଲି କୁହାଯାଇଥିଲା। ନିଜ  ଆବେଦନରେ ଝିଅର ଟିକା ପ୍ରମାଣପତ୍ରକୁ ସଂଯୋଗ  କରିଛନ୍ତି ଆବେଦନକାରୀ। ଡବଲ ଡୋଜ ଟିକା ନେବା ସତ୍ତ୍ୱେ ୨୦୨୧ ମାର୍ଚ୍ଚ ୧ରେ ତାଙ୍କ ଝିଅଙ୍କ ମୃତ୍ୟୁ ଘଟିଥିଲା। ହେଲେ ସମସ୍ତ ପରାମର୍ଶ ଫେଲ ମାରିଛି। ତାଙ୍କ ଝିଅକୁ ନ୍ୟାୟ ଦରକାର ବୋଲି ଦିଲ୍ଲୀପ ଦାବି କରିଛନ୍ତି।  ଜଣେ ସ୍ୱୀକୃତିପ୍ରାପ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏଭଳି ଏକ ବେଆଇନ କାର୍ଯ୍ୟକଳାପରୁ ଅନେକ ଜୀବନ ଯାଇଛି। ଏହାକୁ  ଦିଲ୍ଲୀପ ହତ୍ୟା ସହ ତୁଳନା କରିଛନ୍ତି। ତାଙ୍କ ପାଇଁ ମଧ୍ୟ ନ୍ୟାୟ ପ୍ରାସଙ୍ଗିକ ବୋଲି ସେ ଉଲ୍ଲେଖ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe