Advertisment

୧୨ରୁ ୧୮ ବର୍ଷ ପିଲାଙ୍କୁ ଦିଆଯିବ କୋର୍ବେଭାକ୍ସ ଭ୍ୟାକସିନ୍, ମିଳିଲା ଅନୁମତି

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ବିପଦ ହୁଏତ ସାମାନ୍ୟ ଟଳିଯାଇଛି, କିନ୍ତୁ ଏହା ବିରୋଧରେ ଟିକାକରଣ ଅଭିଯାନ ଲଗାତର ଜାରି ରହିଛି। ଏବେ କରୋନାର ଭ୍ୟାକସିନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ୧୫ରୁ ୧୮ ବର୍ଷର ପିଲାଙ୍କୁ ନୂଆ ବର୍ଷରୁ ଟିକାକରଣ ଅଭିଯାନ ଆରମ୍ଭ କରିବା ପରେ ଏବେ ୧୨ରୁ ୧୮ ବର୍ଷ ପିଲାଙ୍କ ପାଇଁ ମଧ୍ୟ ଟିକା ଆସିଯାଇଛି। ଡ୍ରଗ୍ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆ (DGCI) ଭାରତର ବାୟୋଲୋଜିକାଲ୍-ଇ ଦ୍ୱାରା ପ୍ରସ୍ତୁତ କୋର୍ବେଭାକ୍ସ (Corbevax)କୁ […]

୧୨ରୁ ୧୮ ବର୍ଷ ପିଲାଙ୍କୁ ଦିଆଯିବ କୋର୍ବେଭାକ୍ସ ଭ୍ୟାକସିନ୍, ମିଳିଲା ଅନୁମତି

vaccine

Advertisment

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ବିପଦ ହୁଏତ ସାମାନ୍ୟ ଟଳିଯାଇଛି, କିନ୍ତୁ ଏହା ବିରୋଧରେ ଟିକାକରଣ ଅଭିଯାନ ଲଗାତର ଜାରି ରହିଛି। ଏବେ କରୋନାର ଭ୍ୟାକସିନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ୧୫ରୁ ୧୮ ବର୍ଷର ପିଲାଙ୍କୁ ନୂଆ ବର୍ଷରୁ ଟିକାକରଣ ଅଭିଯାନ ଆରମ୍ଭ କରିବା ପରେ ଏବେ ୧୨ରୁ ୧୮ ବର୍ଷ ପିଲାଙ୍କ ପାଇଁ ମଧ୍ୟ ଟିକା ଆସିଯାଇଛି। ଡ୍ରଗ୍ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆ (DGCI) ଭାରତର ବାୟୋଲୋଜିକାଲ୍-ଇ ଦ୍ୱାରା ପ୍ରସ୍ତୁତ କୋର୍ବେଭାକ୍ସ (Corbevax)କୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଦେଇଛି। ଏହି ଭ୍ୟାକସିନ୍ ୧୨ରୁ ୧୮ ବର୍ଷ ପିଲାଙ୍କୁ ଦିଆଯିବ।

Advertisment

ବାୟୋଲୋଜିକାଲ୍-ଇ’ର ଅନୁସାରେ, କରୋନା ଭାଇରସ୍ ବିରୋଧରେ ଭାରତର ପ୍ରଥମ ସ୍ୱଦେଶୀ ଭାବେ ବିକଶିତ କରାଯାଇଥିବା ରିସେପ୍ଟର ବାଇଣ୍ଡିଂ ଡୋମେନ୍ (ଆରବିଡି) ପ୍ରୋଟିନ୍ ସବ୍-ୟୁନିଟ୍ ଭ୍ୟାକସିନ, ବାୟୋଲୋଜିକାଲ୍-ଇ ଲିମିଟେଡର କୋର୍ବେଭାକ୍ସ ଭ୍ୟାକସିନକୁ ୧୨ରୁ ୧୮ ବର୍ଷ ବର୍ଗଙ୍କ ପାଇଁ ଜରୁରୀକାଳୀନ ବ୍ୟବହାରକୁ ମଞ୍ଜୁରୀ ମିଳିଛି।

ଗତ ସପ୍ତାହରେ ସେଣ୍ଟ୍ରାଲ ଡ୍ରଗ୍ସ ଅଥରିଟି ଅଫ୍ ଇଣ୍ଡିଆ (ଡିଜିସିଆଇ)ର ବିଶେଷଜ୍ଞ କମିଟି ୧୨ ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ କୋଭିଡ୍-୧୯ ଟିକା କୋର୍ବେଭାକ୍ସ ପାଇଁ କିଛି ସର୍ତ୍ତ ସହିତ ଜରୁରୀକାଳୀନ ବ୍ୟବହାର ଅନୁମତି ପାଇଁ ସୁପାରିଶ କରିଥିଲା।

Advertisment

ନିକଟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନୀତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ)ର ଭିକେ ପଲ୍ କହିଥିଲେ ଯେ ଟିକାକରଣର ଅତିରିକ୍ତ ଆବଶ୍ୟକତା ପାଇଁ ଏବଂ ଏଥିରେ ଅଧିକ ଜନସଂଖ୍ୟାକୁ ସାମିଲ୍ କରିବାର ଆବଶ୍ୟକତାକୁ ନିୟମିତ ଆଧାରରେ ସମୀକ୍ଷା କରାଯାଉଛି। ଅନ୍ୟପକ୍ଷରେ ଡିଜିସିଆଇ ଗତବର୍ଷ ଡିସେମ୍ବର ୨୮ ତାରିଖରେ କୋର୍ବେଭାକ୍ସକୁ ସୀମିତ ଆଧାରରେ ଜରୁରୀକାଳୀନ ପାଇଁ ଅନୁମତି ଦେଇସାରିଛନ୍ତି। ଏହା ଭାରତରେ ହିଁ କୋଭିଡ୍-୧୯ ବିରୋଧରେ ଏକ ସ୍ୱଦେଶୀ ଭାବେ ବିକଶିତ ଆରବିଡି ଆଧାରିତ ଟିକା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe