Advertisment

କୁଖ୍ୟାତ୍‌ ଡନ୍‌ ଛୋଟା ରାଜନର ଜନ୍ମଦିନ ପାଳନ କରି ୬ ଗିରଫ

ମୁମ୍ବାଇ: କୁଖ୍ୟାତ୍‌ ଡନ୍‌ ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନର ଜନ୍ମଦିନ ପାଳନ କରି ୬ ଜଣ ଗିରଫ ହୋଇଛନ୍ତି। ଛୋଟା ରାଜନ ଏବେ ମାଲଦ୍‌ ଜେଲରେ ଅଛି। ଏହି ଅବସରରେ ଛୋଟା ରାଜନଙ୍କ ଉଦ୍ଦେଶ୍ୟ ଛପାଯାଇଥିବା ପୋଷ୍ଟରରେ କବାଡ଼ି ଟୁର୍ଣ୍ଣାମେଣ୍ଟର କାର୍ଯ୍ୟକ୍ରମ ଉଲ୍ଲେଖ ରହିଛି। ଯାହାର ଆୟୋଜନସ୍ଥଳ ମୁମ୍ବାଇର ମଲଦ ଇଷ୍ଟର ବୋଲି ଉଲ୍ଲେଖ ରହିଛି। ଏହି ପୋଷ୍ଟର ଏବଂ ଜନ୍ମଦିନ ପାଳନର ଫଟୋ ଭାଇରାଲ ହେବା ପରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ସେହିପରି […]

କୁଖ୍ୟାତ୍‌ ଡନ୍‌ ଛୋଟା ରାଜନର ଜନ୍ମଦିନ ପାଳନ କରି ୬ ଗିରଫ

chota-rajan

Advertisment

ମୁମ୍ବାଇ: କୁଖ୍ୟାତ୍‌ ଡନ୍‌ ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନର ଜନ୍ମଦିନ ପାଳନ କରି ୬ ଜଣ ଗିରଫ ହୋଇଛନ୍ତି। ଛୋଟା ରାଜନ ଏବେ ମାଲଦ୍‌ ଜେଲରେ ଅଛି। ଏହି ଅବସରରେ ଛୋଟା ରାଜନଙ୍କ ଉଦ୍ଦେଶ୍ୟ ଛପାଯାଇଥିବା ପୋଷ୍ଟରରେ କବାଡ଼ି ଟୁର୍ଣ୍ଣାମେଣ୍ଟର କାର୍ଯ୍ୟକ୍ରମ ଉଲ୍ଲେଖ ରହିଛି। ଯାହାର ଆୟୋଜନସ୍ଥଳ ମୁମ୍ବାଇର ମଲଦ ଇଷ୍ଟର ବୋଲି ଉଲ୍ଲେଖ ରହିଛି। ଏହି ପୋଷ୍ଟର ଏବଂ ଜନ୍ମଦିନ ପାଳନର ଫଟୋ ଭାଇରାଲ ହେବା ପରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ସେହିପରି ଏହି ପୋଷ୍ଟରକୁ ପୁଲିସ ଚିରି ଦେଇଛି। ସେହିପରି କବାଡ଼ି ଟୁର୍ଣ୍ଣାମେଣ୍ଟ ପାଇଁ ସଂଗୃହୀତ ହୋଇଥିବା ପାଣ୍ଠି ବେଆଇନ ଉତ୍ସରୁ ଆସିଥିବା ଜଣାପଡ଼ିଛି।

Advertisment

ପୋଷ୍ଟର ଅନୁଯାୟୀ, ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନର ଜନ୍ମଦିନ ଅବସରରେ ଶୁକ୍ରବାର ଏକ କବାଡି ମ୍ୟାଚ ଆୟୋଜିତ ହୋଇଥିଲା। ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି ପୁଲିସ। ଛୋଟା ରାଜନଙ୍କ ବିରୋଧରେ ଅନେକ ମାମଲାରେ ଶୁଣାଣି ଚାଲିଛି। ଛୋଟା ରାଜନ ମୂଳତଃ ଚେମ୍ବୁର ନିବାସୀ ହୋଇଥିବାବେଳେ ନିକଟରେ ସାମ୍ବାଦିକ ଜେଡେଙ୍କ ହତ୍ୟା ମାମଲାରେ ତାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe