Advertisment

ପଞ୍ଚାୟତ ନିର୍ବାଚନରେ ଆପ୍‌କୁ ବଡ଼ ସଫଳତା: ୨ନଂକୁ ଉଠିଲା ଦଳ

ଚଣ୍ଡିଗଡ଼: ହରିଆଣାର ପଞ୍ଚାୟତ ନିର୍ବାଚନରେ ଆପ୍‌କୁ ବଡ଼ ସଫଳତା ମିଳିଛି। ବିଜେପି ଶାସିତ ରାଜ୍ୟ ହରିଆଣାରେ ଏବେ ଆପ୍‌ ୨ନଂ ଦଳ ଭାବେ ମାନ୍ୟତା ପାଇଛି। ରବିବାର ଘୋଷଣା ହୋଇଥିବା ପଞ୍ଚାୟତ ନିର୍ବାଚନ ରେଜଲ୍ଟ ଅନୁଯାୟୀ, ଆପ୍‌ ଏକାଧିକ ଜିଲ୍ଲା ପରିଷଦ ଆସନ ହାତେଇବାକୁ ସକ୍ଷମ ହୋଇଛି। ବିଜେପି ୧ନଂ ସ୍ଥାନରେ ଥିବା ବେଳେ ଆପ୍‌ ଦ୍ୱିତୀୟ ଓ ଆଇଏନଏଲଡି ତୃତୀୟ ସ୍ଥାନରେ ରହିଛି। ୧୦୨ ଜିଲ୍ଲା ପରିଷଦ ଆସନ ପାଇଁ ବିଜେପି ପ୍ରାର୍ଥୀ ଦେଇଥିବା ବେଳେ […]

author-image
Hemant Lenka
ପଞ୍ଚାୟତ ନିର୍ବାଚନରେ ଆପ୍‌କୁ ବଡ଼ ସଫଳତା: ୨ନଂକୁ ଉଠିଲା ଦଳ

aap

ଚଣ୍ଡିଗଡ଼: ହରିଆଣାର ପଞ୍ଚାୟତ ନିର୍ବାଚନରେ ଆପ୍‌କୁ ବଡ଼ ସଫଳତା ମିଳିଛି। ବିଜେପି ଶାସିତ ରାଜ୍ୟ ହରିଆଣାରେ ଏବେ ଆପ୍‌ ୨ନଂ ଦଳ ଭାବେ ମାନ୍ୟତା ପାଇଛି। ରବିବାର ଘୋଷଣା ହୋଇଥିବା ପଞ୍ଚାୟତ ନିର୍ବାଚନ ରେଜଲ୍ଟ ଅନୁଯାୟୀ, ଆପ୍‌ ଏକାଧିକ ଜିଲ୍ଲା ପରିଷଦ ଆସନ ହାତେଇବାକୁ ସକ୍ଷମ ହୋଇଛି। ବିଜେପି ୧ନଂ ସ୍ଥାନରେ ଥିବା ବେଳେ ଆପ୍‌ ଦ୍ୱିତୀୟ ଓ ଆଇଏନଏଲଡି ତୃତୀୟ ସ୍ଥାନରେ ରହିଛି।

Advertisment

୧୦୨ ଜିଲ୍ଲା ପରିଷଦ ଆସନ ପାଇଁ ବିଜେପି ପ୍ରାର୍ଥୀ ଦେଇଥିବା ବେଳେ ୨୨ଟିରେ ଜିତିବାକୁ ସକ୍ଷମ ହୋଇଛି। ‌ଅମ୍ବାଲା, ଯମୁନାନଗର ଓ ଗୁରୁଗ୍ରାମର ୭ଟି ଜିଲ୍ଲାରେ ଲଢ଼େଇ କରି ବିଜେପି ଏପରି ସଫଳତା ପାଇଛି। କିନ୍ତୁ ଦଳକୁ ପଞ୍ଚକୁଲାରେ ଶକ୍ତ ଝଟକା ଲାଗିଛି। ଏଠାରେ ଦଳ ୧୦ ଜିଲ୍ଲା ପରିଷଦ ଆସନ ହରାଇଛି।

ଅନ୍ୟପକ୍ଷରେ ଆପ୍‌ର ପ୍ରଭାବ ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିଛି। ସିର୍ସା, ଅମ୍ବାଲା, ଯମୁନାନଗର ଓ ଜିନ୍ଦ ଜିଲ୍ଲାରେ ଆପ ୧୫ଟି ଆସନ ଜିତିଛି। ଜିଲ୍ଲା ପରିଷଦର ପ୍ରାୟ ୧୦୦ଟି ଆସନରେ ଆପ୍‌ ପ୍ରାର୍ଥୀ ଦେଇଥିଲା। ଆଇଏନଏଲଡି ୭୨ଟି ଜିଲ୍ଲା ପରିଷଦ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୧୪ଟିରେ ଜିତିଛି।

Advertisment

କଂଗ୍ରେସ ଏଥର ଦଳୀୟ ଚିହ୍ନ ଦ୍ୱାରା ପଞ୍ଚାୟତ ନିର୍ବାଚନରେ ଭାଗ ନେଇ ନଥିଲା। କିନ୍ତୁ ଦଳ ସମର୍ଥନ କରୁଥିବା କିଛି ପ୍ରାର୍ଥୀ ବିଜୟୀ ହୋଇଥିବା କଂଗ୍ରେସ ଦାବି କରିଛି। ପଞ୍ଚାୟତ ନିର୍ବାଚନରେ ଅନେକ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ବିଜୟୀ ହୋଇଛନ୍ତି।

୩ଟି ପର୍ଯ୍ୟାୟରେ ହରିଆଣାର ୧୩୪ ପଞ୍ଚାୟତ ସମିତି ଓ ୨୨ ଜିଲ୍ଲା ପରିଷଦ ଅଧୀନରେ ଥିବା ଆସନ ଗୁଡ଼ିକ ପାଇଁ ଭୋଟ ହୋଇଥିଲା। ୨୨ ଜିଲ୍ଲା ପରିଷଦ ଅଧୀନରେ ୪୧୧ ଜଣ ସଦସ୍ୟ ରହିଛନ୍ତି। ଏହି ସଦସ୍ୟମାନେ ୨୨ ଜିଲ୍ଲା ପରିଷଦର ମୁଖିଆଙ୍କୁ ବାଛିବେ। ସେହିପରି ୩୦୮୧ ସଦସ୍ୟଙ୍କୁ ନେଇ ୧୪୩ ପଞ୍ଚାୟତ ସମିତି ରହିଛି। ଏହି ୩୦୮୧ ଜଣ ସଦସ୍ୟ ନିଜ ନିଜ ସମିତର ମୁଖ୍ୟକୁ ଚୟନ କରିବେ।

ହରିଆଣାର ରାଜ୍ୟ ନିର୍ବାଚନ ଅଧିକାରୀ ଧନପତ ସିଂହ କହିଛନ୍ତି, ୧୪୩ ପଞ୍ଚାୟତ ସମିତିର ୩୦୮୧ ଜଣ ସଦସ୍ୟଙ୍କ ମଧ୍ୟରୁ ୧୧୭ ଜଣ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇସାରିଥିଲେ। ବାକି ୨୯୬୪ ସଦସ୍ୟ ପଦ ପାଇଁ ୧୧,୮୮୮ ଜଣ ପ୍ରାର୍ଥୀ ହୋଇଥିଲେ। ସେହିପରି ୨୨ ଜିଲ୍ଲା ପରିଷଦର ୪୧୧ ସଦସ୍ୟ ପଦ ପାଇଁ ମୋଟ ୩୦୭୨ ଜଣ ପ୍ରାର୍ଥୀ ହୋଇଥିଲେ।