ଭାରତ ଯୋଡ଼ୋ ଯାତ୍ରାରେ ‘ପାକିସ୍ତାନ ଜିନ୍ଦାବାଦ୍‌’ ନାରା! କଂଗ୍ରେସ ଦେଲା ଜବାବ

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ‘ଭାରତ ଯୋଡ଼ୋ’ ଯାତ୍ରା ଚାଲିଥିବା ବେଳେ ଏଥିରେ ‘ପାକିସ୍ତାନ ଜିନ୍ଦାବାଦ୍’ ନାରା ଦିଆଯାଇଥିବା ଅଭିଯୋଗ ହୋଇଛି। ବିଜେପିର ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବୀୟ ଶୁକ୍ରବାର ଏହି ଅଭିଯୋଗ କରିଛନ୍ତି। ଅମିତ ଏ ସଂପର୍କରେ ଏକ ଟ୍ୱିଟ୍ କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବା ପାଇଁ ରିଚା ଚଢ଼ା ସାଧାରଣ ଲୋକଙ୍କୁ ଅପିଲ କରିବା ପରେ ମଧ୍ୟପ୍ରଦେଶର ଖରଗୋନରେ ‘ପାକିସ୍ତାନ ଜିନ୍ଦାବାଦ୍‌’ […]

Rahul Gandhi

  • Published: Friday, 25 November 2022
  • , Updated: 25 November 2022, 02:49 PM IST

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ‘ଭାରତ ଯୋଡ଼ୋ’ ଯାତ୍ରା ଚାଲିଥିବା ବେଳେ ଏଥିରେ ‘ପାକିସ୍ତାନ ଜିନ୍ଦାବାଦ୍’ ନାରା ଦିଆଯାଇଥିବା ଅଭିଯୋଗ ହୋଇଛି। ବିଜେପିର ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବୀୟ ଶୁକ୍ରବାର ଏହି ଅଭିଯୋଗ କରିଛନ୍ତି।

ଅମିତ ଏ ସଂପର୍କରେ ଏକ ଟ୍ୱିଟ୍ କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବା ପାଇଁ ରିଚା ଚଢ଼ା ସାଧାରଣ ଲୋକଙ୍କୁ ଅପିଲ କରିବା ପରେ ମଧ୍ୟପ୍ରଦେଶର ଖରଗୋନରେ ‘ପାକିସ୍ତାନ ଜିନ୍ଦାବାଦ୍‌’ ନାରା ଦିଆଯାଇଥିଲା।

ଏହା ସହିତ ଅମିତ ଏକ ଭିଡିଓ ଟ୍ୱିଟ୍ କରିଛନ୍ତି। ଏହି ଭିଡିଓର ଶେଷ ଆଡ଼କୁ ‘ପାକିସ୍ତାନ ଜିନ୍ଦାବାଦ୍‌’ ନାରା ଶୁଣିବାକୁ ମିଳୁଛି। ମଧ୍ୟପ୍ରଦେଶ କଂଗ୍ରେସ ପକ୍ଷରୁ ଏହି ଭିଡିଓକୁ ପୋଷ୍ଟ କରାଯାଇଥିଲା। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଭିଡିଓଟିକୁ ଡିଲିଟ୍ କରି ଦିଆଯାଇଥିଲା। ଏହା କଂଗ୍ରେସର ବାସ୍ତବ ଚିତ୍ର ବୋଲି ଅମିତ ଟ୍ୱିଟ୍ କରିଛନ୍ତି।

ଅନ୍ୟପକ୍ଷରେ ବିଜେପିର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ। ସେ ଟ୍ୱିଟ୍ କରି କହିଛନ୍ତି ଯେ ଏହି ଭିଡିଓଟିରେ ଯାହା ଦେଖିବାକୁ ମିଳିଛି, ତାହା ସତ୍ୟ ନୁହେଁ। ବିଜେପି ପକ୍ଷରୁ ଏହି ଭିଡିଓରେ ଗଡ଼ବଡ଼ କରାଯାଇଛି। ସଫଳତାର ସହିତ ଚାଲିଥିବା ଭାରତ ଯୋଡ଼ୋ ଯାତ୍ରାକୁ ଭଣ୍ଡୁର କରିବାକୁ ଏହା ଏକ ପ୍ରୟାସ। ଆମେ ଏନେଇ ଆଇନର ସହାୟତା ନେବୁ। ଏଭଳି ସ୍ଥିତିର ମୁକାବିଲା କରିବାକୁ ଆମେ ପ୍ରସ୍ତୁତ ରହିଆସିଛୁ।

ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରା ଏବେ ମଧ୍ୟପ୍ରଦେଶରେ ଚାଲିଛି। ମଧ୍ୟପ୍ରଦେଶରେ ୩୮୦ କିଲୋମିଟର ଅତିକ୍ରମ କରିବା ପରେ ଏହି ଯାତ୍ରା ରାଜସ୍ଥାନରେ ପ୍ରବେଶ କରିବ।

Related story