Advertisment

ବିଜେପିକୁ ପୁଣି ଚାନ୍ଦା ଆକାରରେ ମିଳିଲା ପୁଳାପୁଳା ଟଙ୍କା

ନୂଆଦିଲ୍ଲୀ: କେନ୍ଦ୍ରରେ କ୍ଷମତାସୀନ ବିଜେପିର ସମ୍ପତ୍ତି ଦୃତଗତିରେ ବଢ଼ିବାରେ ଲାଗିଛି। ବିଭିନ୍ନ ସୂତ୍ରରୁ ଦଳକୁ ପ୍ରତିବର୍ଷ ମିଳୁଛି ପୁଳାପୁଳା ଟଙ୍କା। ଚାନ୍ଦା ଆକାରରେ ବିଜେପିକୁ ପାଣ୍ଠିକୁ ଯାଉଛି ଶହ ଶହ କୋଟି। ଚାନ୍ଦା ବାବଦରେ ବିଜେପି ୨୦୨୧-୨୨ରେ ପାଇଛି ୬୧୪.୫ କୋଟି ଟଙ୍କା। ୨୦୨୦-୨୧ ତୁଳନାରେ ଏହା ୨୮.୭% ଅଧିକ। ଦଳ ୨୦୨୦-୨୧ ବର୍ଷରେ ଚାନ୍ଦା ଆକାରରେ ୪୭୭.୭ କୋଟି ଟଙ୍କା ପାଇଥିଲା। ସେହିପରି ଚାନ୍ଦା ଆକାରରେ ରାଜନୀତିକ ଦଳଗୁଡ଼ିକୁ ମିଳୁଥିବା ଅର୍ଥର ମୋଟ ୭୯% ବିଜେପି […]

ବିଜେପିକୁ ପୁଣି ଚାନ୍ଦା ଆକାରରେ ମିଳିଲା ପୁଳାପୁଳା ଟଙ୍କା

bjp

Advertisment

ନୂଆଦିଲ୍ଲୀ: କେନ୍ଦ୍ରରେ କ୍ଷମତାସୀନ ବିଜେପିର ସମ୍ପତ୍ତି ଦୃତଗତିରେ ବଢ଼ିବାରେ ଲାଗିଛି। ବିଭିନ୍ନ ସୂତ୍ରରୁ ଦଳକୁ ପ୍ରତିବର୍ଷ ମିଳୁଛି ପୁଳାପୁଳା ଟଙ୍କା। ଚାନ୍ଦା ଆକାରରେ ବିଜେପିକୁ ପାଣ୍ଠିକୁ ଯାଉଛି ଶହ ଶହ କୋଟି। ଚାନ୍ଦା ବାବଦରେ ବିଜେପି ୨୦୨୧-୨୨ରେ ପାଇଛି ୬୧୪.୫ କୋଟି ଟଙ୍କା। ୨୦୨୦-୨୧ ତୁଳନାରେ ଏହା ୨୮.୭% ଅଧିକ।

Advertisment

ଦଳ ୨୦୨୦-୨୧ ବର୍ଷରେ ଚାନ୍ଦା ଆକାରରେ ୪୭୭.୭ କୋଟି ଟଙ୍କା ପାଇଥିଲା। ସେହିପରି ଚାନ୍ଦା ଆକାରରେ ରାଜନୀତିକ ଦଳଗୁଡ଼ିକୁ ମିଳୁଥିବା ଅର୍ଥର ମୋଟ ୭୯% ବିଜେପି ପାଖକୁ ଯାଇଛି। ବିଭିନ୍ନ ବ୍ୟକ୍ତିଙ୍କ ଦାନନ, କର୍ପୋରେଟ୍ସ ଓ ନିର୍ବାଚନୀ ବଣ୍ଡ (୨୦ ହଜାରରୁ ଅଧିକ ଟଙ୍କା)ରୁ ଜାତୀୟ ଦଳଗୁଡ଼ିକୁ ଏପରି ଅର୍ଥ ମିଳିଥାଏ।

ଦେଶର ୭ ଜାତୀୟ ରାଜନୀତିକ ଦଳ ବିଜେପି, କଂଗ୍ରେସ, ଏନସିପି, ଟିଏମସି, ବିଏସ୍‌ପି, ସିପିଏମ ଓ ନ୍ୟାଶନାଲ ପିପୁଲ୍ସ ପାର୍ଟି ପକ୍ଷରୁ ନିର୍ବାଚନ କମିଶନଙ୍କ ନିକଟରେ ଚାନ୍ଦା ଆକାରରେ ମିଳିଥିବା ଅର୍ଥର ତଥ୍ୟକୁ ଦାଖଲ କରାଯାଇଛି। ୨୦୨୧-୨୨ରେ ଏହି ଦଳଗୁଡ଼ିକୁ ମୋଟ ୭୭୮.୭ କୋଟି ଟଙ୍କା ମିଳିଛି।

Advertisment

ତେବେ ଏଥିରେ ସିପିଆଇକୁ ମିଳିଥିବା ଅର୍ଥକୁ ସାମିଲ କରାଯାଇନି। କାରଣ ନିର୍ବାଚନ କମିଶନ ସିପିଆଇକୁ କେତେ ଟଙ୍କା ଚାନ୍ଦା ଆକାରରେ ମିଳିଛି, ତା’ର ତଥ୍ୟ ନିଜ ୱେବସାଇଟରେ ଅପଲୋଡ କରି ନାହାନ୍ତି।

୨୦୨୦-୨୧ରେ ସମସ୍ତ ୮ ଜାତୀୟ ରାଜନୀତିକ ଦଳ ଚାନ୍ଦା ଆକାରରେ ମୋଟ ୫୯୨ କୋଟି ଟଙ୍କା ମିଳିଥିଲା। ତେବେ ୨୦୧୯-୨୦ ତୁଳନାରେ ଚାନ୍ଦାର ପରିମାଣ ୪୧% ହ୍ରାସ ପାଇଥିଲା। ୨୦୧୯-୨୦ରେ ମୋଟ ୧୦୧୫ କୋଟି ଟଙ୍କା ମିଳିଥିଲା। କିନ୍ତୁ ୨୦୨୧-୨୨ରେ ସିପିଆଇକୁ ବାଦ ଦେଇ ମଧ୍ୟ ଏହା ବୃଦ୍ଧି ପାଇଛି।

ବିଜେପି ପାଇଥିବା ୬୧୪.୫ କୋଟି ଚାନ୍ଦା ମଧ୍ୟରୁ ୨ଟି ନିର୍ବାଚନୀ ବଣ୍ଡରୁ ୫୬%ରୁ ଅଧିକ ଟଙ୍କା ମିଳିଛି। କଂଗ୍ରେସ ପାଇଥିବା ଚାନ୍ଦାର ପରିମାଣ ୨୮.୧% ବଢ଼ିଛି। କିନ୍ତୁ ଦଳ ମୋଟ ଚାନ୍ଦାର ମାତ୍ର ୧୨% ଅର୍ଥ ପାଇଛି। ୨୦୨୦-୨୧ରେ ଦଳ ୭୪.୫ କୋଟି ଟଙ୍କା ପାଇଥିଲା। ୨୦୨୧-୨୨ରେ ଏହା ୯୫.୫ କୋଟି ଟଙ୍କାରେ ପହଞ୍ଚିଛି।

ଏହାବାଦ ଶରଦ ପାୱାରଙ୍କ ଏନସିପିର ପାଣ୍ଠିରେ ୧୨୦% ବୃଦ୍ଧି ହୋଇଛି। ଦଳ ୨୦୨୦-୨୧ରେ ୨୬.୨ କୋଟି ଟଙ୍କା ପାଇଥିବା ବେଳେ ୨୦୨୧-୨୨ରେ ଏହା ୫୭.୯ କୋଟିରେ ପହଞ୍ଚିଛି। ଟିଏମସି ୨୦୨୦-୨୧ରେ ୪୨.୫ ଲକ୍ଷ ଟଙ୍କା ପାଇଥିବା ବେଳେ ୨୦୨୧-୨୨ରେ ଏହା ୧% ବଢ଼ି ୪୩ ଲକ୍ଷରେ ପହଞ୍ଚିଛି।

ସିପିଏମର ଚାନ୍ଦାର ପରିମାଣ ୨୧.୭% ହ୍ରାସ ପାଇଛି। ଦଳ ୨୦୨୦-୨୧ରେ ୧୨.୦୮ କୋଟି ଟଙ୍କା ପାଇଥିବା ବେଳେ ୨୦୨୧-୨୨ରେ ଏହା ୧୦ କୋଟିକୁ ଖସିଯାଇଛି। ଏନପିପି ମଧ୍ୟ ୪୦% ଅର୍ଥ ହରାଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe