Advertisment

ମୁଖ୍ୟମନ୍ତ୍ରୀ ଆସନ ଛାଡ଼ିବେ କି ଶିବରାଜ ସିଂ ଚୌହ୍ୱାନ

ଭୋପାଳ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ପୁଣିଥରେ ବିଜେପି ନେତା ତଥା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ମୁଖ୍ୟମନ୍ତ୍ରୀ ଆସନ ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହାକୁ ନେଇ ଶିବରାଜ କହିଛନ୍ତି କ୍ୟାବେନେଟ ମନ୍ତ୍ରୀ ତଥା ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଗୁଜବ ପ୍ରଚାର କରିଛନ୍ତି। ବିବାଦ ବଢ଼ିବା ପରେ ନରୋତ୍ତମ ମିଶ୍ର କହିଛନ୍ତି, ବିଜେପି ଶିବରାଜ ସିଂହ ଚୌହ୍ୱାନ ଏବଂ ଭିଡି ଶର୍ମାଙ୍କ ନେତୃତ୍ୱରେ ଏକଜୁଟ ଅଛି। […]

author-image
Subhransu Sekhar
ଅଦ୍ୟତନ ହୋଇଛି
ମୁଁ ପରେ ଟିକା ନେବି: ଶିବରାଜ

shivraj

ଭୋପାଳ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ପୁଣିଥରେ ବିଜେପି ନେତା ତଥା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ମୁଖ୍ୟମନ୍ତ୍ରୀ ଆସନ ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହାକୁ ନେଇ ଶିବରାଜ କହିଛନ୍ତି କ୍ୟାବେନେଟ ମନ୍ତ୍ରୀ ତଥା ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଗୁଜବ ପ୍ରଚାର କରିଛନ୍ତି। ବିବାଦ ବଢ଼ିବା ପରେ ନରୋତ୍ତମ ମିଶ୍ର କହିଛନ୍ତି, ବିଜେପି ଶିବରାଜ ସିଂହ ଚୌହ୍ୱାନ ଏବଂ ଭିଡି ଶର୍ମାଙ୍କ ନେତୃତ୍ୱରେ ଏକଜୁଟ ଅଛି। ସୂଚନାଯୋଗ୍ୟ, ଉତ୍ତରାଖଣ୍ଡରେ ତ୍ରିବେନ୍ଦ୍ର ସିଂହ ରାଓ୍ୱତଙ୍କୁ ହଟାଇ ବିଜେପି ତିରଥ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛି। ଏହାପରେ ବିଭିନ୍ନ ବିଜେପି ଶାସିତ ରାଜ୍ୟରେ ମୁଖ୍ୟମନ୍ତ୍ରୀ ବଦଳିବା ନେଇ ଚର୍ଚ୍ଚା ଜୋର ଧରିଛି।

Advertisment

https://twitter.com/ANI/status/1402504715192045568?s=20

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କ ବଦଳିକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ହେଲେ ସେ ମିଡିଆକୁ ପ୍ରତିକ୍ରିୟା ଦେଇ ଏପରି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି। କିନ୍ତୁ ତାଙ୍କ ନେତୃତ୍ୱକୁ ବିରୋଧ କରି କିଛି ବିଜେପି ବିଧାୟକ କେନ୍ଦ୍ର ନେତାଙ୍କ ପାଖରେ ଫେରାଦ ହୋଇଥିବା ଜଣାପଡ଼ିଛି। କେନ୍ଦ୍ର ଯାହା ନିଷ୍ପତ୍ତି ନେବ ତାକୁ ସେ ମାନିବେ ବୋଲି କହିଛନ୍ତି।

ସେହିପରି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ବିଗତ ସପ୍ତାହରେ ହିମାଚଳ ମୁଖ୍ୟମନ୍ତ୍ରୀ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଆସିଥିଲେ। ଦିଲ୍ଲୀରେ ବିଜେପିର ଶୀର୍ଷ ନେତାଙ୍କୁ ଏହି ଅବସରରେ ଭେଟିଥିଲେ। ହେଲେ ରାଜ୍ୟକୁ ଫେରିବା ପରେ ସେ ସ୍ପଷ୍ଟ କରିଥିଲେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ସେ ଆଗକୁ ମଧ୍ୟ ଦାୟିତ୍ୱ ତୁଲାଇବେ।

Advertisment

ନିକଟରେ ବିଜେପିର ସଂଗଠନ ମହାସଚିବ ବିଏଲ ସନ୍ତୋଷ ୟୁପି ଯାଇଥିଲେ। ଏହି ସମୟରେ ବିଜେପିର ଅନେକ ବିଧାୟକଙ୍କ ସହ ବୈଠକ କରିଥିଲେ। ଅନେକ ବିଧାୟକ ସରକାରର କାମକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ ବୋଲି ଜଣାପଡ଼ିଛି। ଏହାପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପରିବର୍ତ୍ତନ କରାଯିବ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ବିଜେପିର ଶୀର୍ଷ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯୋଗୀଙ୍କ ଉପରେ ଅସନ୍ତୋଷ ନଥିବା ଜଣାପଡ଼ିଛି।

Madhya Pradesh Shivraj Singh Chauhan