Advertisment

ବେଙ୍ଗଲ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି, ମମତାଙ୍କ ସହ କିଏ ଲଢ଼ିବେ ଜାଣନ୍ତୁ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାର ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଜେପି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ମାର୍ଚ୍ଚ ୨୭ ଓ ଏପ୍ରିଲ ୧ରେ ହେବାକୁ ଥିବା ବେଙ୍ଗଲର ପ୍ରଥମ ଦୁଇ ପର୍ଯ୍ୟାୟ ନିର୍ବାଚନରେ ବିଜେପିର ୫୭ ଜଣ ପ୍ରାର୍ଥୀ ଲଢ଼େଇ କରିବେ। ମାର୍ଚ୍ଚ ୨୭ରୁ ଆରମ୍ଭ ହେଉଥିବା ବେଙ୍ଗଲର ନିର୍ବାଚନ ପ୍ରକ୍ରିୟା ୮ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଶେଷ ପର୍ଯ୍ୟାୟ ଭୋଟିଂ ଏପ୍ରିଲ ୨୯ରେ ହେବ।  ମେ’ ୨ରେ ଭୋଟ ଗଣତି ସହ ଫଳା‍ଫଳ […]

ବେଙ୍ଗଲ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି, ମମତାଙ୍କ ସହ କିଏ ଲଢ଼ିବେ ଜାଣନ୍ତୁ

maamata

Advertisment

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାର ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଜେପି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ମାର୍ଚ୍ଚ ୨୭ ଓ ଏପ୍ରିଲ ୧ରେ ହେବାକୁ ଥିବା ବେଙ୍ଗଲର ପ୍ରଥମ ଦୁଇ ପର୍ଯ୍ୟାୟ ନିର୍ବାଚନରେ ବିଜେପିର ୫୭ ଜଣ ପ୍ରାର୍ଥୀ ଲଢ଼େଇ କରିବେ। ମାର୍ଚ୍ଚ ୨୭ରୁ ଆରମ୍ଭ ହେଉଥିବା ବେଙ୍ଗଲର ନିର୍ବାଚନ ପ୍ରକ୍ରିୟା ୮ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଶେଷ ପର୍ଯ୍ୟାୟ ଭୋଟିଂ ଏପ୍ରିଲ ୨୯ରେ ହେବ।  ମେ’ ୨ରେ ଭୋଟ ଗଣତି ସହ ଫଳା‍ଫଳ ପ୍ରକାଶ ପାଇବ।

Advertisment

ପ୍ରଥମ ପର୍ଯ୍ୟାୟରେ ୫ଟି ଜିଲ୍ଲାର ୩୦ଟି ଆସନ ଓ ଦ୍ୱିତୀୟ ପର୍ଯ୍ୟାୟରେ ୪ଟି ଜିଲ୍ଲାର ୩୦ଟି ଆସନ ପାଇଁ ନିର୍ବାଚନ ହେବ। ବିଜେପି ଏହି ୬୦ଟି ଆସନରୁ ୫୭ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଆଜି ପ୍ରାର୍ଥୀଙ୍କ ତାଲିକା ଘୋଷଣା କରି ବିଜେପିର ସାଧାରଣ ସମ୍ପାଦକ ଅରୁଣ ସିଂହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କମିଟିର ଅନୁମୋଦନକ୍ରମେ ପ୍ରଥମ ଦୁଇ ପର୍ଯ୍ୟାୟ ନିର୍ବାଚନ ପାଇଁ ୫୭ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଉଛି।

ଘୋଷଣା ଅନୁଯାୟୀ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥା ସମ୍ମାନର ଲଢ଼େଇ ହେଉଥିବା ବେଙ୍ଗଲର ନନ୍ଦିଗ୍ରାମ ପାଇଁ ବିଜେପି ଶୁଭେନ୍ଦୁ ଅଧିକାରୀଙ୍କୁ ଟିକେଟ୍‌ ଦେଇଛି। ଏହାର ଅର୍ଥ ଏଠାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ସହ ତାଙ୍କର ସିଧାସଳଖ ଲଢ଼େଇ ହେବ।

Advertisment

୨୦୧୧ରୁ ଶୁଭେନ୍ଦୁ ଏହି ଆସନରୁ ଟିଏମସି ଟିକେଟ୍‌ରେ ଜିତି ଆସୁଥିଲେ। ତେବେ ଗତବର୍ଷ ଡିସେମ୍ବରରେ ସେ ଟିଏମସି ଛାଡ଼ି ବିଜେପିରେ ମିଶିଛନ୍ତି। ଶୁଭେନ୍ଦୁ ଅଧିକାରୀଙ୍କୁ ଟକ୍କର ଦେବାକୁ ମମତା ନିଜେ ତାଙ୍କ ପାରମ୍ପରିକ ଆସନ ଭବାନୀପୁର ବଦଳରେ ଚଳିତ ବର୍ଷ ନନ୍ଦିଗ୍ରାମରେ ଲଢ଼େଇ କରିବେ ବୋଲି ଘୋଷଣା କରିଥିଲେ। ଗତକାଲି ଟିଏମସି ତା’ର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ଏହି ସମୟରେ ମମତା ନନ୍ଦିଗ୍ରାମରୁ ଲଢ଼ିବେ ବୋଲି ନିଷ୍ପତ୍ତି ହୋଇଛି।


ଆଜି ବିଜେପି ୫୭ ଜଣଙ୍କ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନନ୍ଦିଗ୍ରାମରୁ ଶୁଭେନ୍ଦୁ ଲଢ଼ିବେ ବୋଲି କହିଛି। ଏହାର ଅର୍ଥ ଚଳିତ ବର୍ଷ ନନ୍ଦିଗ୍ରାମରେ ବେଙ୍ଗଲର ସବୁଠାରୁ ବଡ଼ ଲଢ଼େଇ ଦେଖିବାକୁ ମିଳିବ। ଏପ୍ରିଲ ୧ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ନନ୍ଦିଗ୍ରାମ ଆସନ ପାଇଁ ଭୋଟିଂ ହେବ।

ସେହିପରି ବିଜେପି ପୂର୍ବତନ କ୍ରିକେଟ ଅଶୋକ ଡିଣ୍ଡାଙ୍କୁ ମୋୟନା ଆସନରୁ ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇଛି।

West Bengal Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe