Advertisment

ଅଭିଷେକ ବାନାର୍ଜୀଙ୍କୁ ଭେଟିଲେ ବିଜେପି ନେତା ରାଜୀବ ବାନାର୍ଜୀ

କୋଲାକାତା: ବିଜେପି ନେତା ରାଜୀବ ବାନାର୍ଜୀ ପୁଣିଥରେ ଟିଏମସିକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି। ଶୁକ୍ରବାର ଅପରାହ୍ନରେ ଟିଏମସିର ମହାସଚିବ ଅଭିଷେକ ବାନାର୍ଜୀଙ୍କୁ ରାଜୀବ ଭେଟିଥିଲେ। ଏହାପରେ ରାଜୀବ ଖୁବଶୀଘ୍ର ବିଜେପିକୁ ବାଏ ବାଏ କହି ଟିଏମସିରେ ସାମିଲ୍ ହେବେ ବୋଲି ସୂଚନା ରହିଛି। ହେଲେ ରାଜୀବ କିମ୍ୱା ଟିଏମସି ଏ ନେଇ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି। ରାଜୀବ ବାନାର୍ଜୀ ଏବଂ ଅଭିଷେକ ବାନାର୍ଜୀଙ୍କ ମଧ୍ୟରେ ୩୦ ମିନିଟ୍ ଧରି ବୈଠକ ହୋଇଥିବା ଜଣାପଡ଼ିଛି। ଏହାପୂର୍ବରୁ […]

ଅଦ୍ୟତନ ହୋଇଛି
ଅଭିଷେକ ବାନାର୍ଜୀଙ୍କୁ ଭେଟିଲେ ବିଜେପି ନେତା ରାଜୀବ ବାନାର୍ଜୀ

rajeeb-banarjee

Advertisment

କୋଲାକାତା: ବିଜେପି ନେତା ରାଜୀବ ବାନାର୍ଜୀ ପୁଣିଥରେ ଟିଏମସିକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି। ଶୁକ୍ରବାର ଅପରାହ୍ନରେ ଟିଏମସିର ମହାସଚିବ ଅଭିଷେକ ବାନାର୍ଜୀଙ୍କୁ ରାଜୀବ ଭେଟିଥିଲେ। ଏହାପରେ ରାଜୀବ ଖୁବଶୀଘ୍ର ବିଜେପିକୁ ବାଏ ବାଏ କହି ଟିଏମସିରେ ସାମିଲ୍ ହେବେ ବୋଲି ସୂଚନା ରହିଛି। ହେଲେ ରାଜୀବ କିମ୍ୱା ଟିଏମସି ଏ ନେଇ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି। ରାଜୀବ ବାନାର୍ଜୀ ଏବଂ ଅଭିଷେକ ବାନାର୍ଜୀଙ୍କ ମଧ୍ୟରେ ୩୦ ମିନିଟ୍ ଧରି ବୈଠକ ହୋଇଥିବା ଜଣାପଡ଼ିଛି। ଏହାପୂର୍ବରୁ ବିଜେପି ଛାଡ଼ି ଟିଏମସିରେ ସାମିଲ୍ ହୋଇଛନ୍ତି ବିଧାୟକ ମୁକୁଲ ରୟ। ଯିଏକି ବିଜେପିରେ ସାମିଲ୍ ହେବା ପୂର୍ବରୁ ଟିଏମସିରେ ଥିଲେ।

Advertisment

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ଟିକେଟ୍ ମିଳିନପାରେ ଭାବି ରାଜୀବ ବାନାର୍ଜୀ ଟିଏମସି ଛାଡ଼ି ବିଜେପିରେ ସାମିଲ୍ ହୋଇ ଯାଇଥିଲେ। ସେ ଦୋମଜୁର ବିଧାନସଭା ଆସନରୁ ବିଜେପିର ବିଧାୟକ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ଟିଏମସି ପ୍ରାର୍ଥୀଙ୍କ ପାଖରୁୁ ସେ ପରାଜିତ ହୋଇଥିଲେ। ଏହାପରେ ରାଜୀବ ବିଜେପି ପାଖରୁ ଦୂରେଇବା ଆରମ୍ଭ କରିଥିବା ସୂଚନା ରହିଛି। ନିକଟରେ ମୁକୁଲ ରୟ ମଧ୍ୟ ଟିଏମସିକୁ ଫେରିବା ପରେ ଏହି ଧାରା ଆରମ୍ଭ ହୋଇଛି। ଟିଏମସି ଛାଡ଼ି ଯେଉଁମାନେ ବିଜେପିରେ ସାମିଲ୍ ହୋଇଥିଲେ ସେମାନେ ଏବେ ପୁଣିଥରେ ଟିଏମସି ମୁହାଁ ହୋଇଥିବା ସୂଚନା ରହିଛି।

ତେବେ ଅଭିଷେକଙ୍କୁ ଭେଟିବା ପୂର୍ବରୁ ରାଜୀବ ବାନାର୍ଜୀ ଜୁନ୍ ୧୨ରେ ଟିଏମସି ନେତା କୁନାଲ ଘୋଷଙ୍କୁ ଭେଟିଥିଲେ। ଏହପରେ ମମତାଙ୍କ ଅନ୍ୟତମ ବିଶ୍ୱସ୍ଥ ତଥା ମମତା ସରକାରରେ ମନ୍ତ୍ରୀ ରହିଥିବା ପାର୍ଥ ଚାଟାର୍ଜୀଙ୍କୁ ଅଭିଷେକ ଜୁନ୍ ୧୩ରେ ଭେଟିଥିଲେ।

Advertisment

ତେବେ କୁନାଲ ଘୋଷ ରାଜୀବଙ୍କ ସହ ଏହି ଭେଟଘାଟକୁ ସୌଜନ୍ୟମୂଳକ ସାକ୍ଷାତ କହିଥିଲେ। ସେହିପରି ପାର୍ଥ ଚାଟାର୍ଜୀଙ୍କ ମାଙ୍କର ମୃତ୍ୟୁ ଘଟିଥିଲା। ତେଣୁ ସୌଜନ୍ୟତା ଦୃଷ୍ଟିରୁ ରାଜୀବ ପାର୍ଥଙ୍କୁ ଭେଟିଥିଲେ ବୋଲି ଟିଏମସି ନେତା କହିଛନ୍ତି। ଏହି ଭେଟଘାଟ ବେଳେ କୌଣସି ରାଜନୀତିକ ଚର୍ଚ୍ଚା ହୋଇନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe