Advertisment

ମମତାଙ୍କୁ ଲେଡି ତାଲିବାନ କହି ଛିଗୁଲେଇଲେ ବିଜେପି ନେତା

କୋଲକାତା: ଆଫଗାନିସ୍ତାନରେ ତାଲିବାନ ରାଜ ଆରମ୍ଭ ହୋଇଛି। ଏହାରି ଭିତରେ ଏହି ତାଲିବାନୀ ଶବ୍ଦକୁ ବ୍ୟବହାର କରି ଭାରତରେ ମଧ୍ୟ ବିଭିନ୍ନ ପ୍ରକାର ରାଜନୀତିକ ବୟାନବାଜି ଆରମ୍ଭ ହୋଇଯାଇଛି। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପରେ ଯେପରି ରାଜନୀତିକ ହିଂସା ଘଟିଛି ତାକୁ ନେଇ ବିଜେପି ଶାସକ ଟିଏମସିକୁ ବାରମ୍ବାର ସମାଲୋଚନା କରୁଛି। ଏହାରି ଭିତରେ ପଶ୍ଚିମବଙ୍ଗର ଦାନ୍ତୁନରେ ଜଣେ ବିଜେପି ନେତା ହତ୍ୟାର ଶିକାର ହୋଇଛନ୍ତି। ଏହାପରେ ବିଜେପି ନେତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲେଡି ତାଲିବାନ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ନବୀନଙ୍କ ସହ ଭଲ ସଂପର୍କ, ସାରା ଦେଶରେ ‘ଖେଲା’ ହବ: ମମତା

Mamata

କୋଲକାତା: ଆଫଗାନିସ୍ତାନରେ ତାଲିବାନ ରାଜ ଆରମ୍ଭ ହୋଇଛି। ଏହାରି ଭିତରେ ଏହି ତାଲିବାନୀ ଶବ୍ଦକୁ ବ୍ୟବହାର କରି ଭାରତରେ ମଧ୍ୟ ବିଭିନ୍ନ ପ୍ରକାର ରାଜନୀତିକ ବୟାନବାଜି ଆରମ୍ଭ ହୋଇଯାଇଛି। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପରେ ଯେପରି ରାଜନୀତିକ ହିଂସା ଘଟିଛି ତାକୁ ନେଇ ବିଜେପି ଶାସକ ଟିଏମସିକୁ ବାରମ୍ବାର ସମାଲୋଚନା କରୁଛି। ଏହାରି ଭିତରେ ପଶ୍ଚିମବଙ୍ଗର ଦାନ୍ତୁନରେ ଜଣେ ବିଜେପି ନେତା ହତ୍ୟାର ଶିକାର ହୋଇଛନ୍ତି। ଏହାପରେ ବିଜେପି ନେତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲେଡି ତାଲିବାନ କହି ଛିଗୁଲେଇଛନ୍ତି। ନିକଟରେ ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ହାଇକୋର୍ଟ ଦ୍ୱାରା ଗୋଟିଏ ପରେ ଗୋଟିଏ ଝଟକା ଖାଇଥିବା ମମତା ସରକାରଙ୍କୁ ବିଜେପି ନେତା ଲେଡି ତାଲିବାନ ବୋଲି କହିବା ପରେ ଟିଏମସି ମଧ୍ୟ କହିଛି ଠିକଣା ସମୟରେ ଜବାବ ଦେବ। ମମତାଙ୍କ ପ୍ରତି ଏପରି ଶବ୍ଦ କହିବା ଠିକ୍ ନୁହେଁ ବୋଲି ଟିଏମସି କହିଛି।

Advertisment

ଦାନ୍ତୁନରେ ଜଣେ ବିଜେପି କର୍ମୀଙ୍କ ହତ୍ୟାକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ସ୍ୟାନତନ ବସୁ କହିଛନ୍ତି ସାରା ରାଜ୍ୟରେ ଏଭଳି ହିଂସା ଓ ଅତ୍ୟାଚାର ଘଟୁଛି। ବିରୋଧୀଙ୍କ ସମସ୍ତ ଅଧିକାରକୁ ଖଣ୍ଡନ କରାଯାଇଛି। ବେଙ୍ଗଲରେ ତାଲିବାନ ଶାସନ ଚାଲିଛି। ଏହା ପରେ ସେ କହିଛନ୍ତି ଯେ ଯଦି କୌଣସି ମହିଳା ତାଲିବାନକୁ ଦେଖିବାକୁ ଚାହାଁନ୍ତି ତେବେ ସେ ବେଙ୍ଗଲକୁ ଆସିବା ଉଚିତ୍। ଟିକେଟ୍ କିଣି କାବୁଲ ଯିବାର କୌଣସି ଆବଶ୍ୟକତା ନାହିଁ। ଲେଡି ତାଲିବାନ ନିଜେ କାଲିଘାଟରେ ରହୁଛନ୍ତି। ବସୁ ଏଭଳି କହି ପରୋକ୍ଷରେ ମମତାଙ୍କୁ ଛିଗୁଲେଇଛନ୍ତି। କାରଣ କାଲିଘାଟରେ ରହିଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନ।

ସେହିପରି ତ୍ରିପୁରାରେ ଟିଏମଲି ରକ୍ଷାବନ୍ଧନ ପର୍ବ ପାଳନ କରୁଛି। ଏହା ଉପରେ ସେ କହିଛନ୍ତି ଯେ ଯଦି ଆପଣ ସେଠାରେ ରାକ୍ଷୀ ପର୍ବକୁ 365 ଦିନ ପାଳନ କରନ୍ତି, ତେବେ ଏହାର କ’ଣ ପାର୍ଥକ୍ୟ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ନିଜର ବ୍ୟକ୍ତିଗତ ପରାମର୍ଶ ଦେଇ ସେ କହିଛନ୍ତି ଟିଏମସି ଆଫଗାନିସ୍ତାନ ଯାଇ ରକ୍ଷାବନ୍ଧନ ପର୍ବ ପାଳନ କରିବା ଉଚିତ୍।

Advertisment

ଅନ୍ୟପକ୍ଷରେ ଟିଏମସି ସାଧାରଣ ସମ୍ପାଦକ ପାର୍ଥ ଚାଟାର୍ଜୀ କହିଛନ୍ତି ଯେ ଯଦି ବିଜେପି ନେତାମାନେ ଏଭଳି ବିବୃତ୍ତି ଦିଅନ୍ତି, ତେବେ ଟିଏମସି ଏହାକୁ ବରଦାସ୍ତ କରିବ ନାହିଁ ଏବଂ ଏହାର କଡ଼ା ଜବାବ ଦିଆଯିବ।