Advertisment

ଝୁଲନ୍ତା ଅବସ୍ଥାରେ ମିଳିଲା ବିଜେପି ନେତାଙ୍କ ଝିଅଙ୍କ ଶବ, ଆଖି ତାଡ଼ି ଦେଇଛନ୍ତି ଦୁର୍ବୃତ୍ତ

ରାଞ୍ଚି: ଝାରଖଣ୍ଡର ପାଲାମୁ ଜିଲ୍ଲାରେ ଥିବା ଲାଲିମାଟି ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଜଣେ ୧୬ ବର୍ଷୀୟ ଝିଅଙ୍କ ମୃତଦେହ ମିଳିଛି। ଏହି ନାବାଳିକାଙ୍କ ଡାହାଣ ଆଖିକୁ ଦୁର୍ବୃତ୍ତମାନେ ତାଡ଼ି ଦେଇଛନ୍ତି। ତାଙ୍କୁ ମାରିବା ପୂର୍ବରୁ ନାବାଳିକାଙ୍କ ଆଖି ତାଡ଼ି ଦିଆଯାଇଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ୧୦ମ ଶ୍ରେଣୀରେ ପାଠ ପଢ଼ୁଥିବା ଏହି ନାବାଳିକା ଜଣଙ୍କ ସ୍ଥାନୀୟ ବିଜେପି ନେତାଙ୍କ ଝିଅ। ବୁଧହବାର ଗାଁରେ ପରିବାର ସହ ସେ ରହୁଥିଲେ। ଘଟଣାରକୁ ନେଇ ସ୍ଥାନୀୟ ଅଞ୍ଚଳରେ […]

author-image
Hemant Lenka
ଅଦ୍ୟତନ ହୋଇଛି
ଝୁଲନ୍ତା ଅବସ୍ଥାରେ ମିଳିଲା ବିଜେପି ନେତାଙ୍କ ଝିଅଙ୍କ ଶବ, ଆଖି ତାଡ଼ି ଦେଇଛନ୍ତି ଦୁର୍ବୃତ୍ତ

Li

ରାଞ୍ଚି: ଝାରଖଣ୍ଡର ପାଲାମୁ ଜିଲ୍ଲାରେ ଥିବା ଲାଲିମାଟି ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଜଣେ ୧୬ ବର୍ଷୀୟ ଝିଅଙ୍କ ମୃତଦେହ ମିଳିଛି। ଏହି ନାବାଳିକାଙ୍କ ଡାହାଣ ଆଖିକୁ ଦୁର୍ବୃତ୍ତମାନେ ତାଡ଼ି ଦେଇଛନ୍ତି। ତାଙ୍କୁ ମାରିବା ପୂର୍ବରୁ ନାବାଳିକାଙ୍କ ଆଖି ତାଡ଼ି ଦିଆଯାଇଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

Advertisment

୧୦ମ ଶ୍ରେଣୀରେ ପାଠ ପଢ଼ୁଥିବା ଏହି ନାବାଳିକା ଜଣଙ୍କ ସ୍ଥାନୀୟ ବିଜେପି ନେତାଙ୍କ ଝିଅ। ବୁଧହବାର ଗାଁରେ ପରିବାର ସହ ସେ ରହୁଥିଲେ। ଘଟଣାରକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି।

ପୁଲିସ ଘଟଣାସ୍ଥଳରୁ ଗୋଟିଏ ମୋବାଇଲ ଫୋନ ଜବତ କରିଛି। ଏହାକୁ ଯାଞ୍ଚ କରି ପ୍ରଦୀପ କୁମାର ସିଂହ ଧାନୁକ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ବିବାହିତ ହୋଇଥିବା ବେଳେ ଘଟଣାର ମୁଖ୍ୟ ସନ୍ଦିଗ୍ଧ ବୋଲି ପୁଲିସ୍‌ କହିଛି। ତା’ ସହ ଆଉ କେଉଁମାନେ ଥିଲେ ତା’ର ଯାଞ୍ଚ ମଧ୍ୟ କରାଯାଉଛି।

Advertisment

ନାବାଳିକାଙ୍କ ପରିବାର ଲୋକ କହିଛନ୍ତି, ଜୁନ୍‌ ୭ ତାରିଖ ସକାଳ ୧୦ରେ ନାବାଳିକା ଜଣଙ୍କ ଘରୁ ବାହାରିଥିଲେ। ଏହାପରେ ସେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକ ଝିଅର ନିଖୋଜ ସମ୍ପର୍କରେ ପୁଲିସ୍‌କୁ ଜଣାଇବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା।

ଦୀର୍ଘ ୪୮ ଘଣ୍ଟା ପରେ ଲାଲିମାଟି ଜଙ୍ଗଲରେ ଥିବା ଗୋଟିଏ ଗଛରୁ ସ୍ଥାନୀୟ ଲୋକମାନେ ପ୍ରଥମେ ତାଙ୍କ ଝୁଲନ୍ତା ମୃତଦେହ ଠାବ କରିଥିଲେ। ଏହାପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଗୋଟିଏ କପଡ଼ାରେ ସେ ଝୁଲିଥିବା ବେଳେ ତାଙ୍କ ଡାହାଣ ଆଖିକୁ ତାଡ଼ି ନିଆଯାଇଥିବା ଦେଖିବାକୁ ମିଳିଛି। ଦୁର୍ବୃତ୍ତମାନେ ତାଙ୍କୁ ପ୍ରବଳ ମାଡ଼ ମାରିବା ସହ ହତ୍ୟା କରିଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ୁଛି।

ପୂରା ଘଟଣାକୁ ଆତ୍ମହତ୍ୟାର ରୂପ ଦେବାକୁ ଦୁର୍ବୃତ୍ତମାନେ ଶବକୁ ଗଛରେ ଝୁଲାଇ ଦେଇଥିବା ପୁଲିସ୍‌ ସନ୍ଦେହ କରୁଛି। ପୁଲିସ୍‌ ମୃତ୍ୟୁର କାରଣ ଜାଣିବା ପାଇଁ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛନ୍ତି। ହେଲେ ପରିବାର ଲୋକ ଝିଅକୁ ଦୁଷ୍କର୍ମ କରାଯିବା ପରେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି।

Rape And Murder Jharkhand