Advertisment

ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ପଦରୁ ବିଦା ହୋଇଥିବା ବିଜେପି ନେତାଙ୍କୁ ନୂଆ ଦାୟିତ୍ୱ

ନୂଆଦିଲ୍ଲୀ: ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ଓ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତ ଆରମ୍ଭ କରିଦେଇଛି ବିଜେପି। ଏଥିସହ ଅସନ୍ତୁଷ୍ଟଙ୍କୁ ବୁଝାଇବାକୁ ମଧ୍ୟ କସରତ କରାଯାଉଛି। ଏହିକ୍ରମରେ ଆଜି ବିଜେପି ପକ୍ଷରୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ପଦରୁ ନିକଟରେ ବିଦା ହୋଇଥିବା ନେତାମାନଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି। ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି, ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରକାଶ […]

author-image
Hemant Lenka
ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ପଦରୁ ବିଦା ହୋଇଥିବା ବିଜେପି ନେତାଙ୍କୁ ନୂଆ ଦାୟିତ୍ୱ

Modi

ନୂଆଦିଲ୍ଲୀ: ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ଓ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତ ଆରମ୍ଭ କରିଦେଇଛି ବିଜେପି। ଏଥିସହ ଅସନ୍ତୁଷ୍ଟଙ୍କୁ ବୁଝାଇବାକୁ ମଧ୍ୟ କସରତ କରାଯାଉଛି। ଏହିକ୍ରମରେ ଆଜି ବିଜେପି ପକ୍ଷରୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ପଦରୁ ନିକଟରେ ବିଦା ହୋଇଥିବା ନେତାମାନଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି।

Advertisment

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି, ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଓ ମହେଶ ଶର୍ମାଙ୍କୁ ଆଜି ବିଜେପି ବିଭିନ୍ନ ରାଜ୍ୟର ପ୍ରଭାରୀ ଭାବେ ନିଯୁକ୍ତ କରିଛି। ବିଜୟ ରୂପାନୀ ପଞ୍ଜାବର ଦାୟିତ୍ୱ ପାଇଥିବା ବେଳେ ବିପ୍ଳବ ଦେବଙ୍କୁ ହରିଆଣାର ପ୍ରଭାରୀ ନିଯୁକ୍ତ କରାଯାଇଛି। ଶ୍ରୀ ରୂପାନୀ ଚଣ୍ଡିଗଡ଼ ପ୍ରଭାରୀ ଭାବେ ମଧ୍ୟ କାର୍ଯ୍ୟ କରିବେ।

ଜାଭଡେକର କେରଳ ଦାୟିତ୍ୱରେ ରହିବେ। ପୂର୍ବରୁ ହରିଆଣା ଦାୟିତ୍ୱରେ ଥିବା ଦଳର ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କୁ ବିହାର କଥା ବୁଝିବାକୁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଜାରି କରିଥିବା ବିଜ୍ଞପ୍ତିରେ କୁହାଯାଇଛି। ବିହାରରେ ହରିଶ ଦ୍ୱିବେଦୀଙ୍କୁ ସହ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି।

Advertisment

ଦଳର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନିଷ୍ଠ କୁହାଯାଉଥିବା ଓମ ମାଥୁରଙ୍କ ଉପରେ ବିଜେପି ହାଇକମାଣ୍ଡ ପୂର୍ବଭଳି ଭରସା ରଖିଛନ୍ତି। ପ୍ରଥମେ ତାଙ୍କୁ ବିଜେପିର ସଂସଦୀୟ ବୋର୍ଡରେ ସ୍ଥାନ ମିଳିଥିଲା। ଏବେ ସେ ଛତିଶଗଡ଼ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି। ଆସନ୍ତାବର୍ଷ ଛତିଶଡ଼ଗରେ ବିଧାନସଭା ନିର୍ବାଚନ ହେବ। ଏଠାରେ କ୍ଷମତାସୀନ କଂଗ୍ରେସକୁ ବିଜେପି ଗାଦିଚ୍ୟୁତ କରିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ଦାୟିତ୍ୱ ଓମ ମାଥୁରଙ୍କୁ ମିଳିଛି।

ବିହାର ପୂର୍ବତନ ମନ୍ତ୍ରୀ ମଙ୍ଗଳ ପାଣ୍ଡେଙ୍କୁ ମଧ୍ୟ ଗୁରୁ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ପଶ୍ଚିମବଙ୍ଗର ଚାର୍ଜ ମିଳିଛି। ସେ ଏଠାରେ ସୁନୀଲ ବଂଶଲଙ୍କ ସହ ମିଶି ବିଜେପି ପାଇଁ କାମ କରିବେ। କେନ୍ଦ୍ରମନ୍ତ୍ରୀ ପଦ ହରାଇଥିବା ଡା ମହେଶ ଶର୍ମାଙ୍କୁ ତ୍ରିପୁରାର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି।

ପୂର୍ବଭଳି ଅରୁଣ ସିଂହ ରାଜସ୍ଥାନ ଓ ମରୁଲୀଧର ରାଓ ମଧ୍ୟପ୍ରଦେଶର ପ୍ରଭାରୀ ଭାବେ କାର୍ଯ୍ୟ କରିବେ। ଲକ୍ଷ୍ମୀକାନ୍ତ ବାଜପେୟୀଙ୍କୁ ଝାରଖଣ୍ଡ ପ୍ରଭାରୀ ଭାବେ ଶ୍ରୀ ନଡ୍ଡା ନିଯୁକ୍ତି ଦେଇଛନ୍ତି।


ବିଜେପିର ମୁଖପାତ୍ର ତଥା ଟିଭି ଚେହେରା ସମ୍ବିତ ପାତ୍ରଙ୍କୁ ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ଓ ଦଳର ଜାତୀୟ ସମ୍ପାଦକ ଋତୁରାଜ ସିହ୍ନାଙ୍କୁ ଯୁଗ୍ମ ସଂଯୋଗ ପଦରେ ନିଯୁକ୍ତି ମିଳିଛି।

ଆଜି ପ୍ରଭାରୀ ଓ ସହ ପ୍ରଭାରୀ ଭାବେ ଦାୟିତ୍ୱ ପାଇଥିବା ଦଳୀୟ ବିଧାୟକ ଓ ସାଂସଦମାନେ ଦୀର୍ଘଦିନ ହେଲା କୌଣସି ପଦପଦବୀରେ ନଥିଲେ। କିନ୍ତୁ ନିର୍ବାଚନ ପୂର୍ବରୁ ସେମାନଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି।